ଭଦ୍ରକ ରେ ସିଲେଇ କରି ମହିଳା ମାନେ ନିଜର ନୂଆ ପରିଚୟ ବନାଇ ପାରିଛନ୍ତି ଓ ହଜାର ହଜାର ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି…

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ମହିଳା ମାନେ କେତେ କଣ କରି ଯାଉଛନ୍ତି ତାହା ଭାବି ହେବ ନାହିଁ ଯେଉଁ କାମ ପୁରୁଷ ମାନେ କରି ପାରୁ ନାହାନ୍ତି ସେହି କାମ ଆଜିକା ଡେଟ ରେ ମହିଳା ମାନେ କରି ଦେଖାଉଛନ୍ତି । ସେଥିପାଇଁ ତ କୁହା ଯାଉଛି ଏବେ ମହିଳା ମାନେ ବହୁତ ଆଗରେ ଅଛନ୍ତି । ମହିଳା ମାନେ ଘରେ ବସି ଟଙ୍କା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି । ଆଉ ନିଜ ପରିବାର ମଧ୍ୟ ପ୍ରତିପୋଷଣ କରି ପାରୁଛନ୍ତି ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଆସନ୍ତୁ ଜାଣିବା ପୁରା ଖବର ବିଷୟରେ । କିଏ କଟର ରେ କପଡା କାଟୁଛି ତ ଆଉ କିଏ କଇଁଚି ରେ କାଟୁଛି । ଆଉ କିଏ ପୁଣି ସିଲେଇ କାମ ରେ ବ୍ୟସ୍ତ ଅଛନ୍ତି । ଆକାଶ ରେ ସୂର୍ଯ୍ୟ ଉଦୟ ହେଲେ ମହିଳା ମାନେ ସିଲେଇ କାମରେ ବ୍ଯସ୍ତ ରହୁଛନ୍ତି ।

କୁର୍ତ୍ତୀ ଠାରୁ ଆରମ୍ଭ କରି ନାଇତି, ସାୟା ଏମିତିକି ଅନେକ ପ୍ରକାରର ପୋଷାକ ଏଠାରେ ତିଆରି ହେଉଛି । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ବ୍ଲକ ମୋହୁଲିଆ ପଞ୍ଚାଯତ ନିଶ୍ଚିନ୍ତା ଗାଁ ର ଶ୍ରୀ ଲକ୍ଷ୍ମୀ ଆପରେଲ୍ସ ମହିଳା ଗ୍ରୁପ । 3ଟି ସହାୟକ ଗୋଷ୍ଠୀ ର ମହିଳାଙ୍କୁ ନେଇ ଶ୍ରୀ ଲକ୍ଷ୍ମୀ ବୀଜୀ ସେଣ୍ଟର ତିଆରି ହୋଇଛି ।

ସେଣ୍ଟର ରେ କାମ କରିବା ପୂର୍ବରୁ ପ୍ରାୟ 36 ଜଣ ମହିଳା ସିଲେଇ ଟ୍ରେନିଙ୍ଗ ନେଇଥିଲେ । ଆଉ ତାଲିମ ନେବା ପରେ 36 ରୁ ଅଧିକ ମହିଳା ଏଠାକୁ ଆସି କାମ କରୁଛନ୍ତି । ଯେଉଁ ମହିଳା ମାନେ ଘରେ ବସି ଅଯଥାରେ ସମୟ ବିତାଉଥିଲେ ସେମାନେ ଆଜି ଘର କାମ ସାରି ଦୁଇଟି ସିଫ୍ଟ କରି ଆସକୁ 5000 ରୁ 6000 ଟଙ୍କା ରୋଜଗାର କରୁଛନ୍ତି ।

ତେବେ ସରକାରଙ୍କ ତରଫରୁ ଏହି ଗ୍ରୁପ କୁ ଅତ୍ୟାଧୁନିକ ସିଲେଇ ମେସିନ ଯୋଗାଇ ଦିଆ ଯାଇଛି । ତେଣୁ ପ୍ରତି ଦିନ ଏହି ସେଣ୍ଟର ରୁ ଅନେକ ସାମଗ୍ରୀ ବିକ୍ରି ପାଇଁ ତିଆରି ହେଉଛି । ମହିଳା ମାନେ ଏହି ସାମଗ୍ରୀ ଗୁଡିକୁ ବିକ୍ରି କରିବା ସହ ଚାନ୍ଦବାଲି ଭଦ୍ରକ ଆଦି ସ୍ଥାନ କୁ ସପ୍ଲାଏ ମଧ୍ୟ କରୁଛନ୍ତି । ଆଉ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମହିଳା ମାନଙ୍କର କାମ କୁ ନେଇ ଚର୍ଚ୍ଚା କରା ଯାଉଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।