ବାପା ମ୍ଯାଚ ଖେଳୁଥିବା ବେଳେ ଆରପାରିକୁ ଚାଲିଗଲା କୁନି ଝିଅ । ବାପା ପଡିଆରେ ଚଉକା ଛକା ମାରିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଥିଲା ଝିଅ । ବାପା ବି ଜାଣିଥିଲା ତା’ର ଅତିପ୍ରିୟ ଝିଅ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି । ଆଉ ଶେଷରେ ଜୀବନ ଯୁଦ୍ଧରେ ହାରି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି କୁନି ଝିଅ । ଆମେ ଏଠାରେ ସାଉଥ ଆଫ୍ରିକାର ଧୂଆଁଦାର ବ୍ୟାଟ୍ସମ୍ୟାନ ଡେଭିଡ ମିଲରଙ୍କ କଥା କହୁଛୁ । “ମୁଁ ତୁମକୁ ବହୁତ ମିସ କରିବି ମୋ ଷ୍ଟକ । ତୁମେ ବହୁତ ଜଲ୍ଦି ମୋ ଠୁ ଦୂରକୁ ଚାଲିଗଲ ।
ତୁମେ ହେଉଛ ମୋ ଜୀବନର ସୁପରମ୍ୟାନ । ତୁମେ ବହୁତ ବଡ ହୃଦୟ ନେଇ ଆସିଥିଲା ଓ ତୁମେ ବହୁତ ବଡ ଯୋଦ୍ଧା । ସବୁବେଳେ ମୁହଁରେ ହସ ଓ ସକାରାତ୍ମକ ଭାବନା ନେଇ ଯୁଦ୍ଧ କରିଛ । ଅନ୍ୟକୁ ଭଲପାଇବା ଠାରୁ ଆରମ୍ଭ କରି ତୁମେ ତୁମ ଜୀବନରେ ସବୁ ପ୍ରକାରର ଚ୍ୟାଲେଞ୍ଜକୁ ଗ୍ରହଣ କରିଛ । ମୋ ଖରାପ ସମୟରେ ତୁମେ ମୋତେ ଚିୟର ଅପ କରିଛ । ତୁମ ସହ କିଛି ବାଟ ଚାଲି ପାରିଥିବାରୁ ମୁଁ ବହୁତ ଭାଗ୍ଯବାନ । ଆଇ ଲଭ ୟୁ ମାଈ ଡଟର୍ ।”
ସାଉଥ ଆଫ୍ରିକା କ୍ରିକେଟର ଡେଭିଡ ମିଲର ଏମିତି କିଛି ଲେଖି ନିଜ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି । କାରଣ ଡେଭିଡ ମିଲର ଭାରତ ଓ ସାଉଥ ଆଫ୍ରିକା ଗସ୍ତରେ ମ୍ଯାଚ ଖେଳିବାକୁ ଭାରତ ଆସିଥିବା ବେଳେ ତାଙ୍କ ଝିଅ ଆରପାରିକୁ ଚାଲିଯାଇଛି । ଏମିତି ଏକ ଦୁଃଖଦ ଖବରକୁ ଡେଭିଡ ମିଲର ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।
ଯାହାକୁ ନେଇ ଭାରତୀୟ କ୍ରିକେଟର ଓ କ୍ରିକେଟପ୍ରେମୀଙ୍କ ମନରେ ଦୁଃଖ ଖେଳିଯାଇଛି । ଇନଷ୍ଟାଗ୍ରାମ ଭିଡିଓରେ ଡେଭିଡ ମିଲର ତାଙ୍କ ଝିଅ ସହ ନଜର ଆସିଛନ୍ତି । ଏହି ଭିଡିଓର ଅନେକ ଫଟୋର ତାଙ୍କ ଝିଅ ଲଣ୍ଡା ଥିବା ଦେଖିବାକୁ ମିଳୁଛି । ଯେଉଁଥିରୁ ଜଣାପଡୁଛି କି, ମିଲରଙ୍କ ଝିଅକୁ କ୍ୟାନ୍ସର ହୋଇଥିଲା ଓ ସେ ଚିକିତ୍ସାଧୀନ ଥିଲେ । ଚିକିତ୍ସା ସମୟରେ ମିଲର ତାଙ୍କ ଝିଅ ସହ ଅଧିକ ସମୟ ବିତାଇଥିବା ନଜର ଆସିଛି । ମିଲର କିନ୍ତୁ ଝିଅର ରୋଗକୁ ନେଇ କୌଣସି ସୂଚନା ଦେଇନାହାନ୍ତି ।
ତେବେ ଏହି ଝିଅଟି ପ୍ରକୃତରେ ଡେଭିଡ ମିଲରଙ୍କ ବହୁତ ବଡ ଫ୍ୟାନ, ଯାହାକୁ ନିଜ ଝିଅ ଭଳି ଭଲ ପାଉଥିଲେ ମିଲର । ଏପରି ଭଲପାଇବା ସତରେ ଖୁବ ବିରଳ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।