ତ୍ରିଶୂଳ ଷ୍ଟାଇଲରେ ଫ୍ଲଡଲାଇଟ, ବେଲପତ୍ର ଷ୍ଟାଇଲରେ ପ୍ରବେଶ ଦ୍ଵାର । ବାରଣାସୀ ରେ ହେବ ବିଶାଳ ହେବ ଷ୍ଟାଡିୟମ । 30 ମାସରେ ସରିବ ନିର୍ମାଣ, ଖର୍ଚ୍ଚ ହେବ 451 କୋଟି । ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ହଁ ଦର୍ଶକ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ରେ ହେବ ବିଶାଳ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ । ଯାହାର ଡିଜାଇନ କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ବାରଣାସିର ରାଜତାଲାବ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମର ଡିଜାଇନରେ ଭଗବାନ ଶିବଙ୍କର ଝଲକ ଦେଖିବାକୁ ମିଳିବ । ଯାହାର ଶିଳାନ୍ୟାସ ଆଜି କରିବେ ମୋଦୀ । ତେବେ ଏହି ଷ୍ଟାଡିୟମର ଡିଜାଇନରେ ଏମିତି କଣ ଭିନ୍ନତା ରହିବ ତାହା ଜାଣିବାକୁ କ୍ରିକେଟ ପ୍ରେମି ମାନେ ଆଗ୍ରହୀ ହେଉଛନ୍ତି । ଏହି ଷ୍ଟାଡିୟମ ଟି ମହାଦୀପ ଙ୍କ ଥିମ ଉପରେ ରହିବ ।
ଷ୍ଟାଡିୟମର ଛାତ ମହାଦେବଙ୍କ ମୁଣ୍ଡରେ ଥିବା ଅର୍ଦ୍ଧ ଚନ୍ଦ୍ର ଭଳି ରହିବ । ସେହିପରି ତ୍ରିଶୂଳ ଆକାଶର ଫ୍ଲଡଲାଇଟ, ବେଲପତ୍ର ଡିଜାଇନର ପ୍ରବେଶ ଦ୍ଵାରା ରହିବ । ଷ୍ଟାଡିୟମର ବିଶ୍ରାମଗାର ତଥା ଲାଉଞ୍ଚ ଡମ୍ବୂରୁ ଭଳି ଡିଜାଇନ କରାଯିବ । ଏହା ସହ ଦର୍ଶକଙ୍କର ବସିବା ପାଇଁ ଷ୍ଟାଡିୟମରେ ସିଡି ଭଳି ବ୍ୟବସ୍ଥା କରାଯିବ । କିଛି ଏଭଳି ଢଙ୍ଗରେ ଷ୍ଟାଡିୟମର ନିର୍ମାଣ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାର କରା ଯାଇଛି ।

ଆଗାମି 30 ମାସ ମଧ୍ୟରେ ଏହି ଏସଟି ଷ୍ଟାଡିୟମ ବାରଣାସୀ ମାଟି ଉପରେ ଛିଡା ହେବ ଯାହାର ଶିଳାନ୍ୟାସ କରିବେ ମୋଦୀ । 30 ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମରେ ଖର୍ଚ୍ଚ ହେବ 451 କୋଟି ଟଙ୍କା । ଉତ୍ତର ପ ରଦେଶ ସରକାର ଜମି ଅଧିଗ୍ରହଣକୁ 21 କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିସିସିଆଇ ଷ୍ଟାଡିୟମ ନିର୍ମାଣ ବାବଡକୁ 330 କୋଟି ଟଙ୍କା ଖର୍ଚ୍ଚ କରିବ ।
ଏହି ଷ୍ଟାଡିୟମରେ 30 ହଜାର ଦର୍ଶକଙ୍କର ବସିବାର ବ୍ୟବସ୍ଥା ରହିବ । ସେହିଭଳି ଷ୍ଟାଡିୟମର 7ଟି ପିଚ ରହିବ । ଏହା ବାଦ ଷ୍ଟାଡିୟମ ବାହାରେ ଛୋଟ ଗ୍ରାଉଣ୍ଡ ରହିବା ସହ ପାର୍କିଙ୍ଗ ପାଇଁ ମଧ୍ୟ ବଡ ଧରଣର ବ୍ୟବସ୍ଥା ରହିବ । ଶିଳାନ୍ୟାସ ଉଶ୍ଚବରେ ମୋଦୀ ଙ୍କ ସହ ଦୁଇ କ୍ରିକେଟର ସଚିନ ତେନ୍ଦୁଲକର ଓ ସୁନୀଲ ଗାଭାସ୍କର ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ଷ୍ଟାଡିୟମ ନିର୍ମାଣ ପରେ ପୂର୍ବ ଅଞ୍ଚଳରେ କ୍ରିକେଟ ପ୍ରେମିଙ୍କୁ ମ୍ଯାଚ ଦେଖିବାକୁ ଆଉ ବେସୀ ଦୂର ଯିବାକୁ ପଡିବ ନାହିଁ । ଷ୍ଟାଡିୟମ ନିର୍ମାଣ ପରେ ଏହା ଭିତରକୁ ପ୍ରବେଶ କରିଲେ ଶିବ ଙ୍କ ଉପସ୍ଥିତି ଅନୁଭବ କରିବେ ଦର୍ଶକ । କାନପୁର ଓ ଲକ୍ଷ୍ନୌ ପରେ ଉତ୍ତର ପ୍ରଦେଶର ଏହା ତୃତୀୟ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ହେବ । ଏଠାରେ ଆନ୍ତର୍ଜାତୀୟ ମ୍ଯାଚ ସହ ଆଇପିଏଲ ମ୍ଯାଚ ମଧ୍ୟ ଖେଳାଯିବ । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧିତ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।