Astrology : ସୂର୍ଯ୍ୟାସ୍ତ ପରେ ଜନ୍ମ ହୋଇଥିବା ଲୋକମାନଙ୍କ ଠାରେ ଥାଏ ଏହି ସବୁ ବିଶେଷ ଗୁଣ, କଣ ଆପଣ ବି ସୂର୍ଯ୍ୟାସ୍ତ ପରେ ଜନ୍ମ ହୋଇଛନ୍ତି କି ?

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେଉଁଠାରେ ମଣିଷ ର ଜନ୍ମ ର ସମୟ ଓ ସ୍ଥାନ ର ଅନେକ ମହତ୍ଵ ରହିଥାଏ, ସେଠାରେ ପୁଣି ଏହା ମଧ୍ୟ ଦେଖ ଆଜିଠାଏ କି ଆପଣ ଙ୍କର ଜନ୍ମ ସୂର୍ଯ୍ୟାସ୍ତ ର ପୂର୍ବ ରୁ ହୋଇଛି ବା ସୂର୍ଯ୍ୟାସ୍ତ ପରେ ହୋଇଛି । ତାହାସହ ସୂର୍ଯ୍ୟ ଉଦୟ ସମୟରେ ହୋଇଛି କି ସୂର୍ଯ୍ୟାସ୍ତ ସମୟରେ ହୋଇଛି କି ମଧ୍ୟାନ ସମୟରେ ହୋଇଛି । ସୂର୍ଯ୍ୟ ହେଉଛନ୍ତି ଆମ ସୌରମଣ୍ଡଳ ରେ ଥିବା ଗ୍ରହ ମାନଙ୍କର ଅଧିପତି । ତାହାଛଡା ସୂର୍ଯ୍ୟ ଙ୍କର ଆମ ପ୍ରାଣୀ ଜଗତରେ ମୁଖ୍ୟ ଭୂମିକା ରହିଅଛି ।

ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ପରେ ହୋଇଥାଏ, ସେମାନଙ୍କର ସ୍ଵଭାବ ମଧ୍ୟ ମଧ୍ୟ ବିଭିନ୍ନ ପାର୍ଥକ୍ୟତା ଦେଖିବାକୁ ମିଳିଥାଏ । ଇଂରାଜୀ ରେ ମଧ୍ୟ ସେହି ପିଲା ମାନଙ୍କୁ ସନ ଚାଇଲ୍ଡ ଓ ମୁନ ଚାଇଲ୍ଡ ବୋଲି କୁହାଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ଙ୍କର ଜନ୍ମ ସୂର୍ଯ୍ୟ ଉଦୟ ରୁ ନେଇ ସୂର୍ଯ୍ୟ ଅସ୍ତ ମଧ୍ୟ ରେ ହୋଇଥାଏ,

ତେବେ ସେହି ବ୍ୟକ୍ତି ର ଜାତକ କୁ ସୂର୍ଯ୍ୟ ଜାତକ ଓ ସୂର୍ଯ୍ୟାସ୍ତ ରୁ ନେଇ ସୂର୍ଯ୍ୟ ଉଦୟ ମଧ୍ୟରେ ଜନ୍ମ ହୋଇଥିବା ପିଲା ମାନଙ୍କର ଜାତକ କୁ ଚନ୍ଦ୍ର ଜାତକ ବୋଲି କୁହାଯାଇଥାଏ । ଏହାଛଡା ସୂର୍ଯ୍ୟ ଜାତକ ପିଲା ମାନଙ୍କର ଜୀବନରେ ସୂର୍ଯ୍ୟ ଙ୍କର ଅଧିକ ପ୍ରଭାବ ଥିବା ସମୟ ରେ ଚନ୍ଦ୍ର ଜାତକ ପିଲା ମାନଙ୍କର ଜୀବନ ଚନ୍ଦ୍ର ଙ୍କର ପ୍ରଭାବ ଅଧିକ ଥିବାର ଦେଖାଯାଏ ।

ଯେଉଁ ଲୋକ ମାନଙ୍କର ଜନ୍ମ ସୂର୍ଯ୍ୟାସ୍ତ ପରେ ହୋଇଥାଏ, ସେହି ବ୍ୟକ୍ତି ମାନେ ଅତ୍ୟନ୍ତ ଭାବୁକ ତଥା ପ୍ରତ୍ଯେକ କଥାରେ ଟିକେ ସଙ୍କୋଚ କରୁଥିବା ସ୍ଵଭାବ ର ହୋଇଥାନ୍ତି । ଏହାସହ ଏମାନେ ଖୁବ ଶୀଘ୍ର କୌଣସି କଥା ବିଶ୍ବାସ କରି ମାନି ନେଇଥାନ୍ତି । ସୂର୍ଯ୍ୟାସ୍ତ ପୂର୍ବରୁ ଜନ୍ମ ହୋଇଥିବା ତୁଳନା ରେ ଏମାନେ ଟିକେ ଅଧିକ ମାତ୍ରାରେ ଲାଜକୁରା ପ୍ରକୃତିର ହୋଇଥାନ୍ତି । ତାହାଛଡା ଏମାନେ ସାଧାରଣତଃ ଲୋକ ମାନଙ୍କର ଭିଡ ରୁ ବଞ୍ଚି ରହିବାକୁ ଇଚ୍ଛା କରିଥାନ୍ତି ଓ ଏମାନେ ସବୁବେଳେ ଚନ୍ଦ୍ର ଜାତକର ଲୋକ ମାନଙ୍କ ସହ ହିଁ ମିଳି ମିଶି ରହିବାକୁ ଇଚ୍ଛା କରିଥାନ୍ତି ।

ସୂର୍ଯ୍ୟ ଉଦୟ ପରେ ଜନ୍ମ ହୋଇଥିବା ଲୋକ ମାନେ ଜ୍ଞାନ ର ଭଣ୍ଡାର ସହ ଜନ୍ମ ହୋଇଥାନ୍ତି । କିନ୍ତୁ ଯେତେବେଲେ ଏମାନେ ନିର୍ଣ୍ଣୟ ନେବା ପରିସ୍ଥିତି ରେ ଥାନ୍ତି ସେହି ସମୟରେ ଏମାନେ ମସ୍ତିସ୍କ ରୁ ନିର୍ଣ୍ଣୟ ନେବା ପରିବର୍ତ୍ତେ ହୃଦୟ ରୁ ନିର୍ଣ୍ଣୟ ନେଇଥାନ୍ତି । ଏହି ମାନଙ୍କର ବ୍ୟକ୍ତିତ୍ବ ସାଧାରଣତଃ କିଛି ଭିନ୍ନ ପ୍ରକାରର ହୋଇଥାଏ । ଏହାସହ ଏମାନେ ଦୂରଦର୍ଶୀ ଓ ଦୃଢ ନିଶ୍ଚୟୀ ମଧ୍ୟ ହୋଇଥାନ୍ତି ।

ଏହାଛଡା ଯେଉଁମାନେ ଚନ୍ଦ୍ର ଜାତକର ହୋଇଟହନ୍ତି ସେମାନେ ଅଧିକ ଚାଳକ ଚତୁର ର ହୋଇଥାନ୍ତି । ତାହାସହ ଏମାନେ ନିଜ ମା’ଙ୍କ ସହ ଖୁବ ଭଲ ସମ୍ବନ୍ଧ ରଖିଥାନ୍ତି । ଯେତେବେଳେ ଏମାନେ କୌଣସି ନିର୍ଣ୍ଣୟ ନେବାକୁ ଯାଆନ୍ତି, ସେହି ସମୟରେ ଏମାନେ ପ୍ରତ୍ଯେକ ଛୋଟ ଛୋଟ କଥା ଉପରେ ବିଶେଷ ଗୁରୁତ୍ଵ ଦେଇଥାନ୍ତି ।

ତାହାସହ ଏମାନେ ଖୁବ ପରିଶ୍ରମୀ ମଧ୍ୟ ହୋଇଥାନ୍ତି । ତାହାଛଡା ଏହି ମାନେ କୌଣସି କାମ କୁ ପୂରଣ କରିବା ପାଇଁ ନିଜର ଜୀବନ ମଧ୍ୟ ଲଗାଇ ଦେଇଥାନ୍ତି । ତାଙ୍କର ଏପରି ଚେଷ୍ଟା ସମସ୍ତଙ୍କୁ ହଇରାଣ କରି ଦେଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ