ଅର୍ଜୁନ ଛାଲ ଓ ଡାଲଚିନିରୁ ଶରୀରକୁ ମିଳିଥାଏ କେଉଁ ଲାଭକାରୀ ଫାଇଦା ଜାଣନ୍ତୁ ? Health tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଅର୍ଜୁନ ଛାଲ ଓ ଡାଲଚିନି ର ଗୁଣ୍ଡ ମିଶାଇ ସେବନ କରିଲେ କେଉଁ କେଉଁ ଲାଭ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଏହି କାଢାକୁ କେମିତି ତିଆରି କରିବା ଓ ଏହାର ସେବନ କେଉଁ ସମୟରେ କରିବା ତାହା ମଧ୍ୟ କହିବୁ । ତେବେ ଆପଣ ମାନେ ଜାଣିଥିବେ ଡାଲଚିନି ହେଉଛି ସାଧାରଣ ମସଲା ଯାହା ଆମେ ରୋଷେଇ ଘରେ ବ୍ୟବହାର କରିଥାଉ । ଏହା ଖାଦ୍ୟକୁ ମହକ ଓ ଟେଷ୍ଟ କରିବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ଅର୍ଜୁନ ଛାଲ ବିଷୟରେ କହିବାକୁ ଗଲେ ଏହା ବହୁତ ଲୋକପ୍ରିୟ ଔଷଧ ଅଟେ । ଏହି ୨ ଟି ଜିନିଷକୁ ଏକ ସହ ମିଶାଇ ପ୍ରୟୋଗ କରିଲେ ଦୁଇ ଗୁଣା ଫାଇଦା ମିଳିଥାଏ । 1- ଯଦି ଆପଣଙ୍କର ହାର୍ଟ ସମସ୍ଯା ରହିଛି ତେବେ ସେହି କ୍ଷେତ୍ରରେ ଏହି ୨ ଟି ଜିନିଷର କାଢା ରସ୍ତୁତ କରି ସେବନ କରନ୍ତୁ । ଏହା ସହ ବ୍ଲଡ଼ରେ କୋଲେଷ୍ଟ୍ରୋଲ କମ ହେବ ସହ ବ୍ଲଡ଼ ପ୍ରେସର ନରମାଲ ରହିଥାଏ , ଅର୍ଜୁନ ଛାଲ ରକ୍ତ ପତଳା କରିବାରେ ସହାୟକ ହୋଇଥାଏ ।

2- ଅର୍ଜୁନ ଛାଲ ହୃଦୟକୁ ଷ୍ଟ୍ରଙ୍ଗ କରିବା ସହ ଶିର କୁ ସଫା କରି ସେଥିରେ ପ୍ଲାଟିନ ହେବାରେ ଯେଉଁ ପ୍ରୋସେସ ରହିଥାଏ ତାହା କମ କରିଥାଏ ।

3- ମଧୁମେହ ରୋଗୀଙ୍କ ପାଇଁ ଅର୍ଜୁନ ଛାଲ ଓ ଡାଲଚିନି ପାଉଡର ଖୁବ ଜବରଦସ୍ତ ଜିନିଷ ଅଟେ । ଏହାର ସେବନ ଦ୍ଵାରା ସୁଗାର ଲେବଲ ନରମାଲ ହେବ ସହ ଇନସୁଲିନ ରେଜିଷ୍ଟାନ୍ସ ଶରୀରରେ କମ ହୋଇଥାଏ ।

4- ଏହି କାଢା ର ସେବନ କରିବା ଦ୍ଵାରା ଶରୀରର ଇମ୍ୟୁନିଟି ପାୱାର ବଢିଥାଏ । ଯେତେ ବି ସେଲ୍ସ ଅଛି ସବୁକୁ ଷ୍ଟ୍ରଙ୍ଗ କରିବାରେ ଏହି କାଢା ଜବରଦସ୍ତ ହୋଇଥାଏ ।

5- ଏହି କାଢା ର ସେବନ କରିବା ଦ୍ଵାରା ଶରୀରର ମେଟାବୋଲିଜୋମ ବୃଦ୍ଧି ହୋଇଥାଏ । ଯାହା ଦ୍ଵାରା ଓଜନ କମ ହେବାରେ ଲାଗିଥାଏ । ଏବେ ଆସନ୍ତୁ ଜାଣିବା ଏହି କାଢା କେମିତି ତିଆରି କରିବା ।

ପ୍ରଥମେ ଏକ ଗ୍ଳାସ ପାଣିରେ ଏକ ଚାମଚ ଅର୍ଜୁନ ଛାଲ ଓ ଅଧ ଚାମଚ ଡାଲଚିନି ପାଉଡର ପକାଇ ଅଧା ଫୁଟିବା ଯାଏଁ ଫୁଟାନ୍ତୁ । ଏହା ପରେ ଏକ ପାତ୍ରକୁ ଛାଣି ଦିଅନ୍ତୁ । ଦିନରେ ଥରେ ସକାଳୁ ଖାଲି ପେଟରେ ସେବନ କରିଲେ ଭଲ ହୋଇଥାଏ । ଏହାର ଚାହା ତିଆରି କରିବାକୁ ଚାହୁଁଥିଲେ ଏକ ପାତ୍ରରେ ଏକ ଗ୍ଳାସ ପାଣି ନେଇ ସେଥିରେ ଅଧ ଚାମଚ ଅର୍ଜୁନ ଛାଲ ଓ ଏକ ଚତୁର୍ଥାଂଶ ଡାଲଚିନି ପାଉଡର ପକାନ୍ତୁ ।

ଏହାକୁ ଅଳ୍ପ ସମୟ ଯାଏଁ ଫୁଟାଇବା ପରେ କ୍ଷୀର ପକାନ୍ତୁ । ଏଥିରେ ଗୁଡର ପ୍ରୟୋଗ ନିଜ ସ୍ଵାଦ ଅନୁଯାଇ କରନ୍ତୁ । ଏହି ଚାହା କୁ ଆପଣ ଦିନକୁ ୨ ଥର ସେବନ କରିପାରିବେ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ