ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଆମ ଜୀବନରେ ସୁଖ ଏବଂ ଦୁଃଖ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ଭାଗ୍ୟ, ଭବିଷ୍ୟତ ଓ ସ୍ଵଭାବ ବିଷୟରେ ଅନେକ କିଛି ଜାଣି ହୁଏ । ସେହି ଅନୁସାରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମେଷ ରାଶି ପାଇଁ ୨୦୨୨ ଅଗଷ୍ଟ ମାସଟି କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ।

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ମସିହା ଅଗଷ୍ଟ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ମେଷ ରାଶିରେ ଥିବା ଗ୍ରହମାନଙ୍କ ସ୍ଥିତି ଆପଣଙ୍କ ଜୀଅବନର ବିଭିନ୍ନ କ୍ଷେତ୍ର ଉପରେ ପ୍ରଭାବ ପକାଇବ । ମାସର ଦ୍ଵିତୀୟ ଭାଗରେ ଏକ ନୂତନ କ୍ଷେତ୍ରରେ ସୁଯୋଗର ସମ୍ଭାବନା ସୃଷ୍ଟି ହୋଇପାରେ । କିନ୍ତୁ ସକରାତ୍ମକ ଫଳାଫଳ ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଏହା ବ୍ଯତୀତ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସମୁଖୀନ ହେବାକୁ ମଧ୍ୟ ପଡିପାରେ ।
କାର୍ଯ୍ୟକ୍ଷେତ୍ର ତଥା କ୍ଯାରିୟର ଦୃଷ୍ଟିରୁ ଅଗଷ୍ଟ ମାସଟି ମେଷ ରାଶିର ଲୋକଙ୍କ ପାଇଁ ସ୍ଵାଭାବିକ ରହିବ । ମାସର ପ୍ରଥମ ୧୫ଦିନ ମଧ୍ୟରେ ଆପଣଙ୍କ ପାଇଁ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ତେଣୁ ଚାକିରି ସନ୍ଧାନରେ ରହିଥିବା ଲୋକଙ୍କ ପାଇଁ ଏହି ସମୟ ଲାଭଦାୟକ ରହିବ । ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ଅବଧି ବେଶ ଭଲ ରହିବ ।

ଚାକିରି କ୍ଷେତ୍ରରେ ଥିବା ଲୋକଙ୍କର ପଦୋନ୍ନତି ହେବା ସହ ଉଚ୍ଚ ଅଧିକାରୀଙ୍କ ସହଯୋଗ ମଧ୍ୟ ପାଇବେ । ଏହି ସମୟରେ ବ୍ୟବସାୟ କରୁଥିବା ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଖୁବ ଆର୍ଥିକ ଲାଭ ପ୍ରାପ୍ତ ହେବ । ବ୍ୟବସାୟକୁ ନେଇ ଯାହାବି ଯୋଜନା କରିଛନ୍ତି ତାହା ସଫଳ ହେବ ଓ ଆୟର ନୂଆ ନୂଆ ମାର୍ଗ ସାମ୍ନାକୁ ଆସିବ । ଏହି ମାସରେ ଆପଣ କରଜରୁ ମୁକ୍ତିନ ପାଇବା ସହ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ ।
ସେହିପରି ପ୍ରେମ ଓ ଦାଂପତ୍ଯ ଜୀବନ ଦୃଷ୍ଟିରୁ ମାସର ପ୍ରଥମ ୧୫ଦିନ ବେଶ ସୁଖଦ ରହିବ । କିନ୍ତୁ ପରେ ଆପଣଙ୍କ ମଧ୍ୟରେ ମନୋମାଳିନ୍ୟ ଓ ଯୁକ୍ତିତର୍କ ବଢିପାରେ । ତେଣୁ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ପାରିବାରିକ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ଆପଣଙ୍କ ପାଇଁ ଅନୁକୂଳ ରହିବ କିନ୍ତୁ କିଛି ବିଷୟକୁ ନେଇ ଆପଣଙ୍କୁ ସଂଯମ ରଖିବାକୁ ହେବ ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ସେତେ ଅନୁକୂଳ ରହିବ ନାହିଁ । ତେଣୁ ନିଜ ଜୀବନଶୈଳୀ ଓ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ଭଗବାନ ବଜରଙ୍ଗବାଣ ପାଠ କରନ୍ତୁ ଓ ଶନିବାର ଶନିଦେବଙ୍କ ମନ୍ଦିରରେ ଦର୍ଶନ କରି ସୋରିଷ ତେଲ ଦାନ କରନ୍ତୁ ।
ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବା ସହ ଜଳ ଅର୍ଘ୍ୟ ଦିଅନ୍ତୁ । ଯାହା ଅଶୁଭ ରହିଛି ତାହା ନିଶ୍ଚିତ ଖଣ୍ଡନ ହୋଇ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।