ଅଣ୍ଡା ଖାଇବାର ଠିକ ସମୟ, ଠିକ ଉପାୟ ଓ ଅଣ୍ଡା ଖାଇବାର ଅଦ୍ଭୁତ ଫାଇଦା, ଜାଣନ୍ତୁ

ପ୍ରାୟତଃ ଲୋକ ଖାଦ୍ୟରେ ଅଣ୍ଡା ବ୍ୟବହାର କରିଥାନ୍ତି କିନ୍ତୁ ଯେତେବେଳେ ଅଣ୍ଡା କଥା ମନକୁ ଆସେ ଲୋକଙ୍କୁ ଲାଗିଥାଏ କି ଅଣ୍ଡା ଖାଇବା ଦ୍ଵାରା ଶରୀର ଗରମ ହୋଇଥାଏ ଓ ଚେହେରାରେ ପିମ୍ପଲ ପ୍ରୋବ୍ଲେମ ଆରମ୍ଭ ହୋଇଯାଇଥାଏ । କାରଣ ଲୋକଙ୍କୁ ଏହି କଥା ଜଣାନଥାଏ କି ଅଣ୍ଡା କୁ କେବେ କେମିତି ଓ କେତେ ମାତ୍ରାରେ ଖାଇବା ଦ୍ଵାରା କଣ କଣ ଲାଭ ମିଳିଥାଏ ଓ କଣ କ୍ଷତି ହୋଇଥାଏ ।

ସତ କଥା ହେଲା ଅଣ୍ଡାକୁ ଓଜନ ବଢାଇବାରେ ଓ ଓଜନ କମାଇବାରେ ମଧ୍ୟ ବ୍ୟବହାର କରାଯାଇଥାଏ କିନ୍ତୁ ତା ପାଇଁ ଏହାକୁ ଖାଇବାର ଠିକ ଉପାୟ ଜଣା ଥିବା ନିହାତି ଜରୁରୀ ।

ତେବେ ଆଜି ଆମେ ଜାଣିବା କି ଗୋଟିଏ ଦିନରେ ଅତି ବେଶୀରେ କେତୋଟି ଅଣ୍ଡା ଖାଇପାରିବା, ଅଣ୍ଡା ଖାଇବାର ଠିକ ସମୟ, ପିମ୍ପଲ ପ୍ରୋବ୍ଲେମ ଥିବା ଲୋକଙ୍କୁ ଅଣ୍ଡା ଖାଇବା ଉଚିତ କି ନୁହେଁ, ଜିମ ଯାଉଥିବା ଲୋକଙ୍କୁ ଅଣ୍ଡା କେବେ ଓ କେମିତି ଖାଇବା ଦରକାର ଓ ଯେଉଁ ଲୋକ ଓଜନ କମାଇବାକୁ ଚାହାଁନ୍ତି ସେମାନେ ଅଣ୍ଡାକୁ ନିଜ ଡାଏଟ ରେ କିପରି ବ୍ୟବହାର କରିବେ ।

ଅଣ୍ଡା ପୋଷକ ତତ୍ତ୍ଵରେ ଭରପୁର ଥାଏ, ଏଥିପାଇଁ ଅଣ୍ଡାକୁ ଓଜନ ବଢାଇବାରେ ଓ କମାବାରେ ମଧ୍ୟ ବ୍ୟବହାର କରାଯାଇଥାଏ । କିଛି ଲୋକ ଏଗ ହ୍ଵାଇଟ ବା ଅଣ୍ଡାର ଧଳାଅଂଶ ର ବ୍ୟବହାର କରିଥାନ୍ତି ତ କିଛି ଲୋକ ପୁରା ଅଣ୍ଡା ବ୍ୟବହାର କରିଥାନ୍ତି । ପ୍ରକୃତରେ ଅଣ୍ଡାରେ ପ୍ରୋଟିନ, ହେଲଦି ଫ୍ୟାଟ ଓ ଗୁଡ କୋଲେଷ୍ଟ୍ରୋଲ ମାତ୍ରା ଅଧିକ ଥାଏ ।

କିନ୍ତୁ ଫ୍ୟାଟ ଓ ସବୁ ପ୍ରକାରର ଭିଟାମିନ ଅଣ୍ଡାର ହଳଦିଆ ଅଂଶରେ ଥାଏ ତେଣୁ ଆମେ ଏହାକୁ ସେତିକି ଖାଇବା ଯେତିକି ଆମ ଶରୀରକୁ ଆବଶ୍ୟକ । ଆମ ଶରୀରକୁ ଗୋଟିଏ ଦିନରେ 300 mg HDL କୋଲେଷ୍ଟ୍ରୋଲ ର ଆବଶ୍ୟକତା ଥାଏ ଓ ଗୋଟିଏ ଅଣ୍ଡାର ଧଳା ଅଂଶରେ 187 mg HDL କୋଲେଷ୍ଟ୍ରୋଲ ଥାଏ । ଏହି ହିସାବରେ ଯଦି ଆପଣ ପୁରା ଅଣ୍ଡାର ସେବନ କରିଥାନ୍ତି ତେବେ ଆପଣଙ୍କୁ ଗୋଟିଏ ଦିନରେ 2-3 ଟି ଅଣ୍ଡାରୁ ଅଧିକ ଖାଇବା ଉଚିତ ନୁହେଁ ।

ଡାଇବାଟିସ ଓ ହାର୍ଟ ରୋଗୀଙ୍କୁ ଗୋଟିଏ ଅଣ୍ଡାରୁ ଅଧିକ ଖାଇବା ଉଚିତ ନୁହେଁ ବା ନିଜ ଡାକ୍ତରଙ୍କ ପରାମର୍ଶରେ ଅଣ୍ଡା ଖାଇବା ଦରକାର । ଅଣ୍ଡା ଅଧିକ ଖାଇବା ଦ୍ଵାରା ଡାଇଜେସନ ପ୍ରୋବ୍ଲେମ ଓ ହାର୍ଟ ରୋଗ ହେବାର ଅଧିକ ଚାନ୍ସ ଥାଏ ।

ଆପଣ ଅଣ୍ଡାକୁ ଓଜନ ବଢାଇବାରେ ଓ କମାଇବାରେ ବ୍ୟବହାର କରିବାକୁ ଚାହୁଁଥିଲେ ସେଥିପାଇଁ ଯଦି ଆପଣ ଅଣ୍ଡାକୁ ହଳଦିଆ ଅଂଶ ସହିତ ବ୍ୟବହାର କରନ୍ତି ତେବେ ଏହାକୁ ସକାଳେ ଜଳଖିଆରେ ବ୍ୟବହାର କରିବା ଭଲ ହୋଇଥାଏ କାରଣ ଅଣ୍ଡାରେ ହାଇ କ୍ଵାଲିଟି ପ୍ରୋଟିନ, ହେଲଦି ଫ୍ୟାଟ ଓ ସବୁ ପ୍ରକାରର ଏମିନୋ ଏସିଡ ଥାଏ । ଏଥିପାଇଁ ଏହାକୁ ଜଳଖିଆରେ ସେବନ କଲେ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଏନର୍ଜି ଦେଇଥାଏ ।

ଯଦି ଆପଣ ଓଜନ କମାଇବାର ଡାଏଟ ଫଲୋ କରୁଛନ୍ତି ତେବେ ଆପଣଙ୍କୁ ଏକ ରୁ ଅଧିକ ଅଣ୍ଡାର ହଳଦିଆ ଅଂଶର ସେବନ କରିବା ଉଚିତ ନୁହେଁ । ଅଣ୍ଡାର ଧଳା ଅଂଶର ଓଜନ ବଢାଇବା ଓ କମାଇବାରେ ବଡ ଭୂମିକା ରହିଥାଏ କାରଣ ଏଥିରେ ହାଇ କ୍ଵାଲିଟି ପ୍ରୋଟିନ ଥାଏ ଯିଏ ଏକ୍ସରସାଇଜ ରେ ବ୍ରେକ ଡାଉନ ମଶଲ କୁ ରିପେୟାର କରିବାରେ ସାହାର୍ଯ୍ୟ କରିଥାଏ ।

ଯଦି ଆପଣ ବଡି ବିଲ୍ଡ କରୁଛନ୍ତି ତେବେ ଗୋଟିଏ ଦିନରେ 10-12 ଟି ଏଗ ହ୍ଵାଇଟ ଖାଇପାରିବେ । ଯଦି ଆପଣ ଏହାକୁ ଏକ୍ସରସାଇଜ ର 30 ମିନିଟ ପୂର୍ବରୁ ବା ପରେ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କୁ ଏନର୍ଜି ସହିତ ମଶଲ ଗ୍ରୋଥ ରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଯଦି ଆପଣ ଓଜନ କମାଇବାର ଡାଏଟ ଫଲୋ କରୁଛନ୍ତି ତେବେ ଆପଣଙ୍କୁ ଗୋଟିଏ ଦିନରେ 5-6 ଟି ରୁ ଅଧିକ ଏଗ ହ୍ଵାଇଟ ର ସେବନ କରିବା ଉଚିତ ନୁହେଁ ।

ଯେଉଁ ଲୋକଙ୍କୁ ପିମ୍ପଲ ପ୍ରୋବ୍ଲେମ ଥାଏ ସେମାନେ ଅଣ୍ଡା ଖାଇବାରେ କନଫ୍ୟୁଜ ଥାନ୍ତି । ଅଣ୍ଡା ଖାଇବା ଦ୍ଵାରା ପିମ୍ପଲ ହୋଇଥାଏ କି ନ ହୋଇଥାଏ ଏହା ସାଇଣ୍ଟିଫିକାଲି ପ୍ରମାଣିତ ହୋଇନାହିଁ । କିନ୍ତୁ କିଛି ରିସର୍ଚ ଓ ପର୍ଶନାଲ ଏକ୍ସପେରିଏନ୍ସ ରୁ ଦେଖାଯାଇଛି ଅଣ୍ଡା ଖାଇବା ଦ୍ଵାରା ସ୍କିନରେ ଅଏଲ ପ୍ରଡକ୍ସନ ଅଧିକ ହୋଇଥାଏ ଓ ଯାହା କାରଣରୁ ପିମ୍ପଲ ପ୍ରୋବ୍ଲେମ ବଢିଥାଏ ।