ପେଟଗରମକୁ ଥଣ୍ଡା କରିବା ଠାରୁ ନେଇ ଡିପ୍ରେଶନ ଦୂର କରିବା ପର୍ଯ୍ୟନ୍ତ ବଡ କାମର ଅଟେ ଏହି ଦହି, ଜାଣନ୍ତୁ ଏହାର ଲାଭ ବିଷୟରେ

ଦହି ଏକ ଏମିତି ଖାଦ୍ୟ ପଦାର୍ଥ ଅଟେ ଯାହାର ବ୍ୟବହାର ମିଠା ଏବଂ ଖଟା ଦୁଇଟି ରୂପରେ କରାଯାଏ । ଆମେ ସମସ୍ତେ ଜାଣିଛୁ କି ଦହିରେ କ୍ୟାଲସିୟମ ଏବଂ ପ୍ରୋଟିନ ଭରପୁର ମାତ୍ରାରେ ଥାଏ । ଯେଉଁଥିରେ ପେଟ ଭଲ ରହିଥାଏ ଏବଂ କୋଲେଷ୍ଟ୍ରୋଲ କମ ହୋଇଥାଏ । ଦହି ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ, କିନ୍ତୁ ଅସଲରେ ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ଦହିର ସେବନ କରିବା ଦ୍ଵାରା ଡିପ୍ରେଶନ ଦୂର ହୋଇଯାଏ ।

ଡିପ୍ରେଶନରେ ଆରାମ ଦେଇଥାଏ ଦହି

·    ଆମେରିକାର ଏକ ବୈଜ୍ଞାନିକଙ୍କର କହିବା ଅଟେ କି ଦହିରେ ଥିବା ପ୍ରୋବାୟୋଟିକ ତତ୍ୱ ଆମ ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇ ଥାଏ । ସେଥିପାଇଁ ଦହିର ନିୟମିତ ସେବନ କରିବା ଦ୍ଵାରା ଡିପ୍ରେଶନ ଭଳି ମାନସିକ ରୋଗରୁ ଆମେ ବଞ୍ଚିପାରିବା ।

·    ଯଦି ଆପଣଙ୍କର ପାଚନ ଶକ୍ତି କମଜୋର ଅଛି କିମ୍ବା ଭୋକ ଲାଗୁ ନାହିଁ ଏବଂ ପେଟ ଜନିତ ବିଭିନ୍ନ ପ୍ରକାର ସଂକ୍ରମଣ ରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହି ସମସ୍ତ ପାଇଁ ସବୁଦିନ ଅଳ୍ପ ଅଳ୍ପ ଦହିର ସେବନ କରନ୍ତୁ । ଏହା ଦ୍ଵାରା ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

·    ଗରମ ଦିନରେ ପେଟର ସମସ୍ୟା ଅଧିକ ବଢି ଯାଇଥାଏ ଯେଉଁ କାରଣରୁ ମୁହଁରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ, ଏମିତିରେ ଦହିର ସେବନ ଭଲ ହୋଇଥାଏ ।

ଓଜନ ହ୍ରାସରେ ଲାଭଦାୟକ

·    ଆଜିକାଲି ଆଧୁନିକ ଜୀବନଶୈଳୀ ଏବଂ ହାନିକାରକ ଖାଦ୍ୟ ପିଇବା ଦ୍ଵାରା ମୋଟାପା ବହୁତ ଜଲ୍ଦି ବଢିଯାଏ । ତେବେ ଏଥିପାଇଁ ଦହିର ସେବନ କରନ୍ତୁ । ଏମିତିରେ ଦହିରେ ଥିବା କ୍ୟାଲସିୟମ ଶରୀରର ଫାଲତୁ ଚର୍ବିକୁ ଜମା ହେବାକୁ ଦିଏ ନାହିଁ ।

·    ଦହି କେବଳ ଶରୀରର ରୋଗ ଗୁଡିକୁ ଦୂର କରେ ନାହିଁ ତା ସହିତ ଆପଣଙ୍କର ସୁନ୍ଦରତାକୁ ମଧ୍ୟ ଦୁଇ ଗୁଣିତ କରିଥାଏ । ଯଦି ଆପଣ ସ୍ନାନ କରିବା ପୂର୍ବରୁ ନିଜର ବାଳକୁ ଦହିରେ ମାଲିସ କରନ୍ତି ଏବଂ କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତି ଏହା ଦ୍ଵାରା ଆପଣଙ୍କର ବାଳ ମଜବୁତ ହୋଇଥାଏ ।

·    ଯଦି ଶରୀରରୁ ଅଧିକ ଝାଳ ବାହାରୁଛି ଓ ଶରୀରରୁ ଦୁର୍ଗନ୍ଧ ଆସୁଛି ତେବେ ଦହି ଏବଂ ବେସନର ମିଶ୍ରଣ ପ୍ରସ୍ତୁତ କରି ଶରୀରରେ ଲଗାନ୍ତୁ । ଏହା ପରେ ସ୍ନାନ କରନ୍ତୁ । ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ।