ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ସିଧାସଳଖ ଆମେରିକାକୁ ଦାୟୀ କଲା ଚୀନ, ୟୁରୋପୀୟ ଦେଶ ସହ ବୈଠକ ବେଳେ ଆମେରିକାକୁ ପାନେ ଦେଲା ଚୀନ

ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦେଢ ମାସ କାଳ ହେବ ଯୁଦ୍ଧ ଲାଗି ରହିଛି । ଯୁଦ୍ଧରେ ୟୁକ୍ରେନର ଅନେକ ସହର ଧ୍ଵଂସ ପ୍ରାୟ ହୋଇ ଯାଇଥିବା ବେଳେ ଋଷ ଉପରେ ମଧ୍ୟ ଆମେରିକା ସମେତ ଅନେକ ୟୁରୋପୀୟ ଦେଶମାନେ ଅର୍ଥନୈତିକ କଟକଣା ଲଗାଇଛନ୍ତି । ଯାହାର ପ୍ରଭାବ ଋଷର ଅର୍ଥନୀତିକୁ ପ୍ରଭାବିତ କରୁଛି । ଆମେରିକା ଓ ତା’ର ନେତୃତ୍ଵାଧୀନ ରାଷ୍ଟ୍ର ଗୁଡିକ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରିଥିବା ବେଳେ ଭାରତ ଏବେ ପର୍ଯ୍ୟନ୍ତ କିନ୍ତୁ ଏହି ମାମଲାରେ ନିରପେକ୍ଷ ରହି ଆସିଛି ।

ଆଉ ଏବେବି ଋଷ ସହ ବୈଦେଶିକ କାରବାର ଜାରି ରଖିଛି । ସେପଟେ ଚୀନ ମଧ୍ୟ ନିକଟରେ ଋଷ ଉପରେ ପ୍ରତିବନ୍ଧକ ଲାଗିବାକୁ ନେଇ ଖୁବ ବର୍ଷିଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ବରଂ ଯୁଦ୍ଧ ପାଇଁ ଆମେରିକାକୁ ଦାୟୀ କରିବାକୁ ବି ପଛେଇ ନାହିଁ। ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଚୀନ ନିନ୍ଦା କରିବ ନାହିଁ ବୋଲି ଗତ ଶୁକ୍ରବାର ଦିନ ୟୁରୋପୀୟ ଦେଶ ସହ ଚାଲିଥିବା ଏକ ଭର୍ଚୁଆଲ ବୈଠକରେ ବେଜିଂ ପୁଣି ଥରେ ଏଭଳି ସଫେଇ ଦେଇଛି ।

ଆଉ ଏହି ଯୁଦ୍ଧ ପାଇଁ ଆମେରିକା ହିଁ ଦାୟୀ ବୋଲି ଚୀନ କହିଛି । ଯୁଦ୍ଧ ପରଠାରୁ ବର୍ତ୍ତମାନ ଋଷ ସୀମାରେ ନାଟୋ ସେନା ମୁତୟନ ହୋଇଛନ୍ତି ଆଉ ଏପରି ନାଟୋ ସେନା ମୁତୟନକୁ ଚୀନ ନାପସନ୍ଦ କରିଛି । କାରଣ ଏପରି ପଦକ୍ଷେପ ଦ୍ଵାରା ଅଧିକ ଉତ୍ତେଜନା ସୃଷ୍ଟି ହେଉଛି । ନାଟୋ ସେନା ମୁତୟନ ପଛରେ ଆମେରିକାର ହାତ ରହିଛି ବୋଲି କହିଛି ଚୀନ ।

ୟୁରୋପର ୨୭ଟି ଦେଶରୁ ୨୧ଟି ଦେଶ ନାଟୋ ସହ ସାମିଲ ଅଛନ୍ତି । ଆଉ ୟୁରୋପ ସହ ବୈଠକ ବେଳେ ବେଜିଂ ସିଧା ସିଧା ନାଟୋକୁ ଟାର୍ଗେଟ କରି ପରୋକ୍ଷରେ ୟୁକ୍ରେନ ସମର୍ଥିତ ଦେଶକୁ କହି ଦେଇଛି କି ଚୀନ ଋଷ ସହିତ ଛିଡା ହୋଇଛି । ଅନ୍ୟପଟେ ୟୁକ୍ରେନକୁ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଆମେରିକା ପୁଣି ଥରେ ହାତ ବଢାଇଛି । ଆଉ ଏଥିପାଇଁ ୟୁକ୍ରେନକୁ ୩୦୦ ମିଲିୟନ ଡଲାର ମଞ୍ଜୁର କରିଥିବା ଆମେରିକାର ପ୍ରେସ ସଚିବ ଜନ୍ କିରଭି କହିଛନ୍ତି ।

ଋଷକୁ ଯୁଦ୍ଧ ବନ୍ଦ କରିବାକୁ ସବୁ ଆଡୁ ଚାପ ପଡୁଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କିନ୍ତୁ ଋଷ ବିରୋଧରେ ପ୍ରତିଶୋଧ ନେବାକୁ କହି ଏକ ଭିଡିଓ ଜାରି କରିଛନ୍ତି । ସେଥିପାଇଁ ଯୁଦ୍ଧ ବିମାନ ଓ ତୋପମାନ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି । ସେପଟେ ଋଷ ବିରୋଧରେ ତିକ୍ତତା କମାଇବା ପାଇଁ ଆମେରିକା ପାଲେଷ୍ଟାଇନ ମିଶାଇଲ ପରୀକ୍ଷାକୁ ବାତିଲ କରିଥିବା ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।