ଆମ୍ବୁଲାନ୍ସ ଗାଡିରେ AMBULANCE ଶବ୍ଦଟି କଣ ପାଇଁ ଓଲଟା ଲେଖାଯାଇଥାଏ ? ଜାଣନ୍ତୁ ଏହା ପଛରେ ଥିବା ଗୁରୁତ୍ଵପୂର୍ଣ୍ଣ କାରଣ ?

ବନ୍ଧୁଗଣ ସ୍ଵାସ୍ଥଗତ କିଛି ସମସ୍ଯା ହେଲେ ଡାକ୍ତରଖାନାକୁ ଯିବା ପାଇଁ ଲୋକେ ଆମ୍ବୁଲାନ୍ସର ବ୍ୟବହାର କରିଥାନ୍ତି । ଆମ୍ବୁଲାନ୍ସ ଗାଡି ଚଲାଉଥିବା ଲୋକକୁ ଯୋଗାଯୋଗ କରିବା ମାତ୍ରେ ସେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଧରି ଆସି ରୋଗୀଙ୍କୁ ଡାକ୍ତରଖାନାକୁ ନେଇଯାଇଥାନ୍ତି । ତେବେ ଦରକାର ସମୟରେ ଆମ୍ବୁଲାନ୍ସ ଲୋକଙ୍କ ପାଇଁ ଦେବଦୂତ୍ତ ଭଳି ଆସି ଲୋକଙ୍କୁ ସେବା ଯୋଗାଇଥାଏ । ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି ?

ଯେ ଆମ୍ବୁଲାନ୍ସର ନାମ କାହିଁକି ଓଲଟା ଲେଖାଯାଇଥାଏ । ତେବେ ଏହାର ନାମ କାହିଁକି ଓଲଟା ଲେଖାଯାଇଥାଏ ଆସନ୍ତୁ ଜାଣିବା । ଆମ୍ବୁଲାନ୍ସରେ ସାମ୍ନା ଆଡକୁ ଓଲଟା ଅକ୍ଷରରେ ଆମ୍ବୁଲାନ୍ସ ଲେଖା ହେଲେ, ଏହାର ଉଦ୍ଧେଶ୍ୟ ଏହା ଅଟେ ଯେ, ଆଗରେ ଚାଲୁଥିବା ଗାଡିର ଡ୍ରାଇଭର ମାନଙ୍କୁ ପଛରେ ଆସୁଥିବା ଗାଡିର ଅକ୍ଷର ପରିଷ୍କାର ଦେଖାଯିବ । କାରଣ ସେମାନେ ଦର୍ପଣରେ ଓଲଟା ଅକ୍ଷର ପଢି ପାରନ୍ତି ତେଣୁ ଓଲଟା ଅକ୍ଷର ଲେଖାଯାଇଥାଏ ।

ଯାହାଫଳରେ ଆମ୍ବୁଲାନ୍ସର ଆଗରେ ଥିବା ଗାଡି ଗୁଡିକ ସହଜରେ ସମ୍ଭବପର ରାସ୍ତା ଦେଇ ପାରିବେ । ଏହି ଖାସ ଉପାୟ ସହିତ ମଧ୍ୟ ଲୋକଙ୍କର ଧ୍ୟାନ ଆମ୍ବୁଲାନ୍ସ ଆଡକୁ ଆକର୍ଷିତ କରିବାକୁ ଅନ୍ୟ ଉପାୟ ମଧ୍ୟ ପ୍ରୟୋଗ କରାଯାଇଥାଏ । ଯେପରିକି ଇଲେକ୍ଟ୍ରିକ ସାଇରନ, ପ୍ଲାସିଙ୍ଗ ଲାଇଟ, ସ୍ପିକର, ରେଡିଓ ଫୋନ, ଏବଂ ଅନ୍ୟ ଉପକରଣ ମଧ୍ୟ ରହିଥାଏ । ଯାହାଫଳରେ ରାସ୍ତାରେ ଲୋକମାନେ ଆମ୍ବୁଲାନ୍ସ ପାଇଁ ରାସ୍ତା ଛାଡିଦେଇଥାନ୍ତି ।

ଆରମ୍ଭରୁ ଆମ୍ବୁଲାନ୍ସରେ ଘଣ୍ଟି ନବଜାଇକି କାମ କରାଯାଉଥିଲା । ଏହା ପରେ ସାଇରନର ପ୍ରୟୋଗ କରାଗଲା, ସାଇରନ ପବନର ଦବାବ ରେ ଆସି ବାଜିଥାଏ । ଆଜିଭଳି ଦିନରେ ସବୁଠାରୁ ପ୍ରସିଦ୍ଧ ଇଲେକ୍ଟ୍ରୋନିକ ସାଇରନକୁ ଉପଯୁକ୍ତ କରାଯାଉଛି । ଆମ୍ବୁଲାନ୍ସ ଗାଡିର ସବୁ ଗାଡି ଅପେକ୍ଷା ଅଲଗା ଦେଖାଯିବା ପଛରେ କାରଣ ଏହା ଅଟେ ଯେ, ଏହି ଗାଡିଟି ଅଲଗା ଦେଖା ଯିବା କାରଣରୁ ଏହି ଗାଡିକୁ ସମସ୍ତେ ଅତି ସହଜରେ ଚିହ୍ନି ପାରନ୍ତି ।

ଆମ୍ବୁଲାନ୍ସକୁ ଅଲଗା ଦେଖାଯିବା କାରଣରୁ ତାହାର ରଙ୍ଗକୁ ମଧ୍ୟ ସେମିତି ଆଟ୍ରାକ୍ଟିଭ କରାଯାଇଥାଏ । ବନ୍ଧୁଗଣ ଜରୁରୀ ନୁହେଁ ଯେ ରଙ୍ଗ ଲାଲ, ନୀଳ ଡିଜାଇନ କରାଯାଉ । ହଳଦିଆ, ଗ୍ରୀନ, ନାରଙ୍ଗି, ଏବଂ ଅନ୍ୟ ରଙ୍ଗରେ ମଧ୍ୟ ଆମ୍ବୁଲାନ୍ସ ସବୁ ଦେଖିବାକୁ ମିଳେ । ଏହାର ଉଦ୍ଧେଶ୍ୟ ଏହା ହୋଇଥାଏ ଯେ ଲୋକେ ଏହାକୁ ଅତିଶୀଘ୍ର ଚିହ୍ନି ପାରନ୍ତୁ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ