ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉଶ୍ଚବକୁ ମିଳିଲାନି ନିମନ୍ତ୍ରଣ, ଏ ନେଇ କଣ କହିଲେ ଅଭିନେତା ସୁନୀଲ ଲହରୀ….

ସିରିଏଲ “ରାମାୟଣ” ର ଲକ୍ଷ୍ମଣ ଙ୍କୁ ମିଳିଲା ଅପମାନ । ଅସନ୍ତୋଷ ଜାହିର କରିଲେ ଅଭିନେତା ସୁନୀଲ ଲହରୀ । ହଁ ଦର୍ଶକ ବନ୍ଧୁ ଦୀର୍ଘ ବର୍ଷ ତଳ ଦୂରଦର୍ଶନ ଚ୍ୟାନେଲରେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗର ଙ୍କ ଲୋକପ୍ରିୟ ଟିଭି ଧାରାବାହିକ “ରାମାୟଣ” କୁ ଆଜି ବି ଲୋକେ ଖୁବ ପସନ୍ଦ କରନ୍ତି । ଏହି ସିରିଏଲ ପାଇଁ ଆଜି ବି ଲୋକଙ୍କ ମନରେ ଭକ୍ତି ଓ ଶ୍ରଦ୍ଧା ରହିଛି । ଏହି ଧାରାବାହିକ ରେ ରାମ, ଲକ୍ଷ୍ମଣ, ସୀତା ଙ୍କ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କୁ ଫ୍ୟାନ୍ସ ମାନେ ରିୟଲ ଲାଇଫରେ ମଧ୍ୟ ଭଗବାନଙ୍କ ଭଳି ମନେ କରନ୍ତି ।

“ରାମାୟଣ”ସିରିଏଲରେ ଲକ୍ଷ୍ମଣ ଭୂମିକରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରୀ ଏବେ ଅସନ୍ତୁଷ୍ଟ ଥିବା ଜଣା ପଡିଛି । କାରଣ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ତାଙ୍କୁ ନିମନ୍ତ୍ରଣ ମିଳି ନାହିଁ । ଆସନ୍ତା ବର୍ଷ 2024 ରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠାକୁ “ରାମାୟଣ”ର ରାମ ଭୂମିକରେ ଅଭିନୟ କରିଥିବା ଅରୁଣ ଗୋଭିଲ ସୀତା ଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚେକଲିୟା ଙ୍କୁ ସ୍ଵତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି ।

“ରାମାୟଣ”ର ରାମ ଓ ସୀତାଙ୍କୁ ଅଯୋଧ୍ୟା କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଲକ୍ଷ୍ମଣ ଭୂମିକରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କୁ ଏହି ଉଶ୍ଚବରେ ନିମନ୍ତ୍ରଣ କରାଯାଇ ନାହିଁ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍କାର ରେ ଅଭିନେତା ସୁନୀଲ କହିଛନ୍ତି “ତାଙ୍କୁ ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା କୁ ନିମନ୍ତ୍ରଣ କରାଯାଇ ନାହିଁ । ଆମକୁ ଯେ ସବୁ ଥର ଡକାଯିବ ତାହା ଜରୁରୀ ନୁହେଁ ।

କିନ୍ତୁ ନିମନ୍ତ୍ରଣ କରାଯାଇଥିଲେ ଭଲ ହୋଇଥାନ୍ତା । ଏହି କଥାକୁ ନେଇ ମୁଁ ଏତେଟା ନିରାଶ ନୁହେଁ । ବୋଧ ହୁଏ ଆୟୋଜକଙ୍କୁ ମୋ ଭୂମିକା ଗୁରୁତ୍ବପୂର୍ଣ୍ଣ ନ ଲାଗିଥାଇ ପାରେ । ସେଥିପାଇଁ ହୁଏ ତ ସେମାନେ ମୋତେ ନିମନ୍ତ୍ରଣ କରି ନ ଥାଇ ପାରନ୍ତି । କିନ୍ତୁ “ରାମାୟଣ”ରେ ଅନ୍ୟ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ । ଯାହା ମୋତେ ଆଶ୍ଚର୍ଯ୍ୟ କରୁଛି” ।

ତେବେ ଏ ସବୁ କଥା ଭିତରେ ସୁନୀଲ ଲହରୀ ଙ୍କ କଥାରୁ ସ୍ପଷ୍ଟ ହେଉଛି କି ସେ ଏହି କାର୍ଯ୍ୟକ୍ରମରେ ଯିବାକୁ ଇଚ୍ଛୁକ ଅଛନ୍ତି । ହେଲେ ନିମନ୍ତ୍ରଣ ନ ମିଳିବାରୁ ସେ ଯାଉ ନାହାନ୍ତି । ଅଭିନେତା ସୁନୀଲ ଲହରୀ ଅଭିନୟ କରିବା ସହ ସୋସିଆଲ ମିଡିଆରେ ବେସ ସକ୍ରିୟ ଅଛନ୍ତି । ସେ ପ୍ରାୟତଃ “ରାମାୟଣ” ସମ୍ପର୍କିତ ପ୍ରସଙ୍ଗ ସହ ତାଙ୍କର ଲାଟେଷ୍ଟ ଫୋଟୋ ଓ ଭିଡିଓ ଫ୍ୟାନ୍ସ ମାନଙ୍କ ସହ ସେୟାର କରନ୍ତି । ସୋସିଆଲ ପ୍ଲାଟ ଫର୍ମ ରେ ତାଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।