ଏୟାରପୋର୍ଟରେ ରନୱେ ଖସିଲା ଏୟାର ଇଣ୍ଡିଆ ବିମାନ, ହେଇଗଲା ଦୁଇଫାଳ

ଦୁବାଇରୁ 191 ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏୟାର ଇଣ୍ଡିଆ ବିମାନ କେରଳର କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦର (କାରିପୁର ଏୟାରପୋର୍ଟ) ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନାନୁସାରେ, ବିମାନଟି ରନୱେରୁ ଖସିଯିବା ପରେ ଏକ ଘାଟିରେ ଯାଇ ଦୁର୍ଘଟଣାର ଶିକାର ହୋଇଥିଲା । ପ୍ଳେନ ଉଡାଉଥିବା ପାଇଲଟଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଟୀମ ପହଞ୍ଚିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଗାଡି ପହଞ୍ଚି ଯାଇଛି ।

ସୂଚନା ଅନୁଯାୟୀ, ଏହି ଫ୍ଲାଇଟ ର ଉଡାଣ ସଂଖ୍ୟା ହେଉଛି IX1344 ଅଟେ । ପ୍ଳେନ ଟି ଦୁବାଇରୁ ସନ୍ଧ୍ୟା 4.45 ରେ ଉଡ଼ାଣ ଭରିଥିଲା । ସୂଚନା ଅନୁଯାୟୀ, ସନ୍ଧ୍ୟା 7.41 ରେ ଲ୍ୟାଣ୍ଡିଂ ସମୟରେ ପ୍ଳେନଟି ରନୱେରୁ ଖସି ଯାଇ ଘାଟି ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଆହତ ଓ ମୃତକଙ୍କ ବିଷୟରେ କୌଣସି ସଠିକ ତଥ୍ୟ ମିଳିପାରି ନାହିଁ ।

ଖବର ଅନୁଯାୟୀ, ପ୍ରବଳ ବର୍ଷା ହେତୁ ରନୱେରେ ପାଣି ଭରି ଯାଇଥିଲା । ଯେଉଁଥି ପାଇଁ ବିମାନଟି ରନୱେରୁ ଖସି ଯାଇଥିଲା ଓ ହାରାହାରି 30 ଫୁଟ ଗଭୀର ଏକ ଘାଇ ରେ ଗଳି ପଡିଥିଲା । ପ୍ଳେନ ଟି ବହୁତ ଖରାପ ଭାବରେ ଖ୍ୟାତିଗ୍ରଷ୍ଠ ହୋଇଛି ଓ ଏହା ଦୁଇ ଭାଗ ହୋଇ ଯାଇଛି ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।