ରାତି ଅଧରେ ରାଗ ଜରଜର ଚମ୍ପା ନାଗ (Golden Cobra) କୁ ଦେଖି ମହିଳା ଜଣକ ଯାହା କଲେ ନା…ଦେଖନ୍ତୁ Video

ଭାରତରେ ଅନେକ ପ୍ରଜାତିର ସାପ ଦେଖାଯାନ୍ତି । ସେଥିମଧ୍ୟରୁ କିଛି ସାପ ଭୟଙ୍କର ବିଷଧର ହୋଇଥିବା ବେଳେ ଆଉ କିଛି ସାପ କମ୍ ବିଷଧର ହୋଇଥାନ୍ତି । ବିଷଧର ସାପଙ୍କ ଶ୍ରେଣୀରେ ନାଗ ସାପ ରହିଛି । ଯାହା କାମୁଡିଲେ ଯଦି ଠିକ ସମୟରେ ଚିକିତ୍ସା କରା ନଯାଏ ତେବେ ବ୍ୟକ୍ତିଙ୍କ ମୃତ୍ୟୁ ହେବାର ଆଶଙ୍କା ବଢି ଯାଇଥାଏ । ଭାରତରେ ଅନେକ ଲୋକ ସାପ କାମୁଡିଲେ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ମଧ୍ୟ ମୃତ୍ୟୁମୁଖରେ ପଡନ୍ତି ।

ତେବେ ଓଡିଶାର ଭଦ୍ରକ ଜିଲ୍ଲାର ପାହାଡିଆ ଓ ଜଙ୍ଗଲ ଅଞ୍ଚଳ ମାନଙ୍କରେ ଏହି ନାଗ ପ୍ରଜାତିର ସାପ ଅତ୍ୟଧିକ ମାତ୍ରାରେ ଦେଖିବାକୁ ମିଳନ୍ତି । ତେବେ ଘରେ ସାପ ପଶିଗଲେ ତାଙ୍କୁ ସାଙ୍ଗେ ସାଙ୍ଗେ ମାରିବା ପାଇଁ କି ନିଜେ ଧରିବାକୁ ଚେଷ୍ଟା କରିବା ଉଚିତ ନୁହେଁ । ଏଥିପାଇଁ ସ୍ନେକ ହେଲପ ଲାଇନ କିମ୍ବା ସ୍ଥାନୀୟ ସାପଧରାଳିଙ୍କ ସହ ଯୋଗାଯୋଗ କରିବା ଉଚିତ ହେବ । ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ଦେଖାଇବା ପାଇଁ ଯାଉଛୁ କିପରି ଭଦ୍ରକର ଏକ ଗାଁରେ ଜଣଙ୍କ ଘରେ ସାପ ପଶି ଯାଇଥିଲା ।

ସ୍ଥାନୀୟ ସାପଧରାଳିଙ୍କ ସାହାଯ୍ୟରେ କିପରି ତାହାକୁ ଉଦ୍ଧାର କରାଗଲା । ସାପଟି ଉକ୍ତ ବ୍ୟକ୍ତିଙ୍କ ଘରେ ରାତି ସମୟରେ ପଶି ଆସିଥିଲା । ସେହି ସମୟରେ ଘର ଲୋକ ସମସ୍ତେ ଖାଇବା ପାଇଁ ଯାଉଥିଲେ । କିନ୍ତୁ ସେହି ଘରେ ଥିବା ଜଣେ ଝିଅ ସାପଟିକୁ ଦେଖି ନେଇଥିଲା ଓ ଆଖପାଖରେ ଥିବା ଘର ଲୋକଙ୍କୁ ପାଟି କରି ଡ଼ାକିଥିଲା । ରାତି ହୋଇ ଯାଇଥିବାରୁ ସେମାନେ ସାପଧରାଳିଙ୍କୁ ମଧ୍ୟ ଡାକି ପରି ନଥିଲେ ।

 

କିନ୍ତୁ ସକାଳ ହେବ ମାତ୍ରେ ସେମାନେ ସ୍ଥାନୀୟ ସାପଧରାଳିଙ୍କୁ ଖବର ଦେଇଥିଲେ ଓ ସେ ସାଙ୍ଗେ ସାଙ୍ଗେ ଆସି ସେଠାରେ ପହଞ୍ଚିଥିଲେ । ସାପ ଭୟରେ ଉକ୍ତ ଘର ଲୋକ ଏବଂ ଆଖପାଖର ଘରଲୋକ ଶୋଇ ନଥିବା କଥା ମଧ୍ୟ ତାଙ୍କୁ ଜଣାଇଥିଲେ । ସାପଧରାଳି ଜଣକ ଅତି ସାବଧାନତାର ସହିତ ଯାଇ ସାପକୁ ତାଙ୍କ ବାଡି ସାହାଯ୍ୟରେ ଧରି ବାହାରକୁ ଆଣିଥିଲେ । ବାହାରକୁ ଆଣିବା ପରେ ଏହା ଏକ ଚମ୍ପା ନାଗ ବା ଗୋଲ୍ଡେନ କୋବ୍ରା ବୋଲି ଜଣା ପଡିଥିଲା । ଯାହା ଅତ୍ୟନ୍ତ ବିଷଧର ସାପ ଅଟେ ।

ସାପଟିକୁ ଧରିବା ପରେ ସେ ରାଗରେ ଫଁ ଫଁ ହେଉଥିଲା । ତଥାପି ସାପଧରାଳି ଜଣକ ତାକୁ ଭୟ ନକରି କୌଶଳର ସହ ଏକ ମୁଣା ମଧ୍ୟରେ ଭର୍ତ୍ତି କରି ଦେଇଥିଲେ । ଆଖପାଖର ଲୋକେ ମଧ୍ୟ ସାପକୁ ଦେଖିବାକୁ ସେହି ସ୍ଥାନରେ ଭିଡ ଜମାଇଥିଲେ । ତେବେ ସାପ କାମୁଡିବା ମାତ୍ରେ ତୁରନ୍ତ ଡାକ୍ତରଖାନାକୁ ଯିବା ଉଚିତ ବୋଲି ସାପଧରାଳି ଜଣକ ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।