ଆସିଲା ପୁଣି ଏକ ବଡ଼ ଖବର ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା, ଫସିଗଲେ ଯାତ୍ରୀ ।

ନମସ୍କାର ବନ୍ଧୁଗଣ । ଆସିଲା ଏକ ବଡ ଖବର ଚିଲିକା କୁ ନେଇ । ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଖବର ମୁତାବକ ପୁଣି ଥରେ ଚିଲିକା ମାହିରେ ଫସିଗଲା ଯାତ୍ରୀ ବାହୀ ଡଙ୍ଗା । ସୂଚନା ଅନୁଯାୟୀ ଡଙ୍ଗା ରେ ଥିଲେ 60 ରୁ ଅଧିକ ଯାତ୍ରୀ । ଏମିତିକି ଡଙ୍ଗା ରେ 40 ରୁ ଊର୍ଦ୍ଧ ବାଇକ ମଧ୍ୟ ଥିବାର ସୂଚନା ମିଳିଛି । ଗତ କାଲି ଦିନ 1ଟା ରେ ଜନିକୁଦା ଘାଟ ନିକଟରୁ ସାତପଡା ଅଭିମୁଖେ ଯାତ୍ରୀ ମାନେ ଯାତ୍ରା ଆରମ୍ଭ କରିଥିଲେ ଡଙ୍ଗା ସାହାର୍ଯ୍ୟ ରେ ।

କିନ୍ତୁ ହଠାତ ଯାତ୍ରୀ ବାହୀ ଡଙ୍ଗା ଟି ଚିଲିକା ମଝିରେ ଫସିଗଲା । ଆଉ ସେହି ଡଙ୍ଗା ରେ 60ରୁ ଊର୍ଦ୍ଧ ଯାତ୍ରୀ ଚିଲିକା ମଝିରେ ଫଶୀ ଯାଇଛନ୍ତି । ଡଙ୍ଗା ମେସିନ ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମାଝି ଚିଲିକାରେ ଫସି ରହିଛି ଯାତ୍ରୀ ଡଙ୍ଗା । ମା କାଳିଜାଇ ଙ୍କୁ ଦର୍ଶନ କରିବା ଲାଗି କେତେ ଖୁସି କିଏ ନିଜ ସାଙ୍ଗ ମାନଙ୍କ ସହ ତ ଆଉ କିଏ ପରିବାର ଲୋକଙ୍କ ସହ ଯାଉଥିଲେ । କିନ୍ତୁ କିଏ ଯାଇଥିଲା ମଝି ଚିଲିକାରେ ଡଙ୍ଗା ଏମିତି ଫସିଯିବ ବୋଲି ।

ଏବେ ବି ମଝି ଚିଲିକାରେ ଫସି ରହିଛନ୍ତି 60 ରୁ ଅଧିକ ଯାତ୍ରୀ । କିଛି ବାଟ ଯାତ୍ରା କରିବା ପରେ ଡଙ୍ଗା ର ମେସିନ ଖରାପ କାରଣରୁ ଡଙ୍ଗା ମଝି ଚିଲିକାରେ ଅଟକି ରହିଛି । ବାରମ୍ବାର ଏଭଳି କାହିଁକି ଚିଲିକା ମଝିରେ ଫସି ରହିଛି ଡଙ୍ଗା ଏବେ ପ୍ରଶ୍ନ ଉଠିଲାଣି । ଯଦି ଯାନ୍ତ୍ରିକ ତ୍ରୁଟି ଥିଲା ତେବେ ସେହି ଡଙ୍ଗା କାହିଁଙ୍କି ଚିଲିକା ଯାତ୍ରା କରୁଥିଲା ଏମିତି ନାନା ପ୍ରଶ୍ନ ଏବେ ଉଠୁଛି ।

ଚିଲିକା ର ଅକାତ କାତ ପାଣି କୁ ଦେଖି ଯାତ୍ରୀ ମାନେ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି । ଆଉ ଜୀବନ ରକ୍ଷା କରିବାକୁ ସ୍ଥାନୀୟ ପ୍ରଶାସନ କୁ ଅନୁରୋଧ କରୁଛନ୍ତି ଓ ମା କାଳିଜାଇ ଙ୍କୁ ବଞ୍ଚାଅ ବଞ୍ଚାଅ ବୋଲି ଗୁହାରୀ କରୁଛନ୍ତି ଯାତ୍ରୀ ମାନେ । ତେବେ ଏମିତି ଘଟଣା ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଛି । ଏମିତି ଅଘଟଣ କାହିଁକି ଘଟୁଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ ।

ତେବେ ଚିଲିକା ମଝିରେ ଯାତ୍ରୀ ବାହୀ ଡଙ୍ଗା ଟି ଫସି ରହିଥିବା ବେଳେ ଯାତ୍ରୀ ମାନେ ଭୟ ରେ ରହିଛନ୍ତି । ଆଗକୁ ଏମିତି ଅଘଟଣ ଆଉ କେତେ ଯେ ଘଟିବ ତାହା ତ କହି ହେଉ ନାହିଁ କିନ୍ତୁ ଚିଲିକା ଯାତ୍ରା କରୁଥିବା ପ୍ରତେକ ଯାତ୍ରୀ ଙ୍କ ସହ ଏମିତି କାହିଁକି ବାରମ୍ବାର ଘଟୁଛି ତାହାକୁ ନେଇ ନାନା ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।