ଆଜିର ରାଶିଫଳ, 3 ଜୁନ 2020, ବୁଧବାର, ଏହି ୬ଟି ରାଶି ଉପରେ ବର୍ଷିବ ଭଗବାନ ଗଣେଶଙ୍କ କୃପା, ବହୁତ ସମୟ ହେବ ଅଟକିଥିବା କାର୍ଯ୍ୟ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଭାଇମାନଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ହେବ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଜୀବନସାଥୀଙ୍କ ସମ୍ମାନ କରନ୍ତୁ ତେବେ ସେ ବି ଆପଣଙ୍କ ସମ୍ମାନ କରିବେ । ଆଜି ଜୀବନସାଥୀଙ୍କ କଥା ଶୁଣନ୍ତୁ ଓ ଏହା ଆପଣଙ୍କ ପାଇଁ ଶୁଭ ରହିବ । ଏହା ସହିତ ତାଙ୍କର ସମ୍ମାନ ବି ଦିଅନ୍ତୁ । ପ୍ରିୟଜନଙ୍କ ସହିତ ସମୟ ବ୍ୟତୀତ କରନ୍ତୁ । ରଚନାତ୍‍ମକ କାର୍ଯ୍ୟରେ ରୁଚି ବଢିବ । ମାତୃ ପକ୍ଷରୁ ଆର୍ଥିକ ଲାଭ ମିଳିପାରେ । ସହଯୋଗୀ ଆପଣଙ୍କ ଉପରେ ଈର୍ଷା କରିବେ । କାରୋବାର ଦିଗରେ ଆଜିର ଦିନ ସକାରାତ୍ମକ ରହିବ ।

ବୃଷ

ଆଜିର ଦିନ ଆପଣଙ୍କ ପାଇଁ ସାମାନ୍ୟ ରହିବ । ଧନ ସମ୍ବନ୍ଧିତ କାର୍ଯ୍ୟରେ ନିରନ୍ତର ସଫଳତା ମିଳିବ । କୌଣସି କଥାକୁ ନେଇ ପରିବାରରେ କିଛି ସମସ୍ୟାର ରହିପାରେ । ଜୀବନସାଥୀଙ୍କ ସହିତ ପ୍ରେମ ଭରା ସମୟ ବ୍ୟତୀତ କରିବେ । ଭଲ କାର୍ଯ୍ୟ ନିବେଶ କରନ୍ତୁ । ଯଦି ଆପଣ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ଲାଭ ମିଳିପାରେ । ଛୋଟ ଭାଇମାନଙ୍କ ସହ ସମ୍ପର୍କ ଭଲ ରଖନ୍ତୁ । କାରଣ ଆଜି ତାଙ୍କ ଠାରୁ ଆପଣଙ୍କୁ ଲାଭ ମିଳିପାରେ ।

ମିଥୁନ

ଆଜିର ଦିନ ଶୁଭ ରହିବ । ଆଜି ଆପଣଙ୍କ ମସ୍ତିଷ୍କ ଅଧିକ ସକ୍ରିୟ ରହିବ । ସମସ୍ତ ପରିସ୍ଥିତିରେ ସଠିକ ନିଷ୍ପତି ନେଇ ପାରିବେ । ବ୍ୟାଙ୍କ ସହ ଜଡିତ ଲେନଦେନ ବହୁତ ସାବଧାନ ହୋଇ କରନ୍ତୁ । କୌଣସି ବିବାଦ ସାମ୍ନାକୁ ଯାଆନ୍ତୁ ନାହିଁ । ଜୀବନସାଥି ଆପଣଙ୍କ ସମସ୍ତ ବାଧାକୁ ଦୂର କରି ଦେବେ । ଦୈନିକ କାର୍ଯ୍ୟ ସମୟ ଉପରେ ପୁରା ହୋଇଯିବ । ଘରର ବୟସ୍କ ଲୋକମାନଙ୍କ ଚିନ୍ତା ରହିବ । ଅଧିକାରୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ ।

କର୍କଟ

କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି । ଅଧିକ କ୍ରୋଧ କରନ୍ତୁ ନାହିଁ । କୌଣସି ବିବାଦ ହୋଇପାରେ । ପ୍ରେମ ସମ୍ବନ୍ଧରେ ସତର୍କ ହୋଇ ରୁହନ୍ତୁ । କାମ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦୁର ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ଅଛି । ଆପଣଙ୍କ ଖୁସିରେ ରହିବା ଆପଣଙ୍କ ପାଇଁ ଭଲ ଅଟେ । କୌଣସି ବଡ ଯୋଜନାର ବିଚାର ମନରେ ଆସିପାରେ । ଆଜିର ଦିନରେ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ।

ସିଂହ

କୌଣସି ମହତ୍ଵ ପୂର୍ଣ କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ମନୋବଳ କମଜୋର ରହିବ । ଏହିଭଳି ଗତିବିଧିରେ ସାମିଲ ହୁଅନ୍ତୁ ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ । ପାରିବାରି ସମସ୍ୟାକୁ ପ୍ରାଥମିକତା ଦିଅନ୍ତୁ । ଖାଦ୍ୟପାନରେ ରୂଚି ବଢିବ । ସନ୍ତାନକୁ ନେଇ କିଛି ଚିନ୍ତା ରହି ପାରେ । ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଜୀବନସାଥିଙ୍କ ଭରପୁର ସହଯୋଗ ପ୍ରାପ୍ତ ହେବ ।

କନ୍ୟା

ଆଜିର ଦିନ ସାମାନ୍ୟ ଅଟେ । ଧନର ସ୍ଥିତି ବି ସାମାନ୍ୟ ରହିବ । ବଡ ଭାଇ ଭଉଣୀଙ୍କ ସହିତ ଭଲ ବ୍ୟବହାର ରଖନ୍ତୁ । ଆବେଶରେ ଆସି କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ଆଜି ଆପଣଙ୍କ ସାମ୍ନା ବିଭିନ୍ନ ଆର୍ଥିକ ସମସ୍ୟା ସହ ହୋଇ ପାରେ । କୌଣସି ବଡ ନିଷ୍ପତି ନେବା ପୂର୍ବରୁ ତାହାର ଭଲ ଓ ଖରାପ ପରିଣାମ ବିଷୟରେ ଚିନ୍ତା କରନ୍ତୁ । ମାତାଙ୍କ ସ୍ୱାସ୍ଥ୍ୟ ଉପରେ ଟଙ୍କା ଖର୍ଚ ହୋଇପାରେ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।

ତୁଳା

ଭାଗ୍ୟ ସାଥ ଦେବ । ମସ୍ତିଷ୍କରେ ବିଭିନ୍ନ କଥା ଚିନ୍ତାରେ ରହିବ । ନିଜର ବାଣୀ ଦ୍ଵାରା ଲୋକମାନଙ୍କୁ ପ୍ରଭାବିତ କରିବେ । ମିତ୍ରାଙ୍କ ସହିତ ଭ୍ରମଣ କରି ପାରନ୍ତି । ଖାଦ୍ୟପାନ ସମୟରେ ସାବଧାନ ରୁହନ୍ତୁ । ବହୁତ ସମୟ ହେବ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । କରଜରୁ ବି ମୁକ୍ତି ପାଇଯିବେ । ଟଙ୍କା ପୁନଃ ମିଳିବାର ଯୋଗ ଅଛି । ଜୀବନସାଥିଙ୍କ ପୂର୍ଣ ସହଯୋଗ ମିଳିବ । ସାମାଜିକ ପଦ ପ୍ରତିଷ୍ଠା ହେବ । ଧର୍ମ କାର୍ଯ୍ୟରେ ରୁଚି ବଢିବ ।

ବିଚ୍ଛା

ଆଜି ମନରେ ଅସନ୍ତୋଷ ରହିବ । କାର୍ଯ୍ୟ କ୍ଷେତ୍ରରେ ଅସ୍ଥିରତା କାରଣରୁ ଚିନ୍ତା ବଢିବ । ଚାକିରିରେ ନୂଆ ଦାୟିତ୍ଵ ମିଳିବ । ଯାତ୍ରା କରିବା ସମୟରେ ଦୁର୍ଘଟଣାର ଭୟ ରହିବ । ସ୍ଵାମୀଙ୍କ ସ୍ୱାସ୍ଥ୍ୟକୁ ନେଇ ମହିଳାମାନେ ଚିନ୍ତିତ ରହି ପାରନ୍ତି । ଆପଣଙ୍କୁ ଆମଦାନୀରେ ନୂତନ ସ୍ରୋତ ମିଳିବ । କାର୍ଯ୍ୟ କ୍ଷେତ୍ରରେ ବିଶେଷ ଧ୍ୟାନ ଦିଅନ୍ତୁ । କୌଣସି ଗୁପ୍ତ ଶତ୍ରୁ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି । ଆଇନ ସମ୍ବନ୍ଧିତ ମାମଲାରେ ଅସୁବିଧା ଆସିପାରେ ।

ଧନୁ

ଏହାର ଭରପୁର ଲାଭ ଉଠାନ୍ତୁ । ଆପଣ ନିଜ ମଧ୍ୟରେ ଲୁଚି ଥିବା ପ୍ରତିଭାକୁ ଉପଯୋଗ କରନ୍ତୁ । ପାରିବାରିକ ବାତାବରଣ ଆନନ୍ଦ ପୂର୍ଣ ରହିବ । ସଫଳତା ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ନୀତି ମାଧ୍ୟମରେ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ରକ୍ତ ସମ୍ବନ୍ଧିତ ସମସ୍ୟା ଆସିପାରେ । ନିଜର ଭାବନାକୁ ସ୍ପଷ୍ଟବାଦୀ ରଖନ୍ତୁ । ଲୋକମାନେ ଆପଣଙ୍କ ସାହସ ଓ କ୍ଷମତାକୁ ପ୍ରଶଂସା କରିବେ । ଜୀବନସାଥିଙ୍କ ସହ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହି ପାରନ୍ତି ।

ମକର

ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ କ୍ଷତି ହୋଇପାରେ । ପରିବାରରେ କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ଆପଣଙ୍କ ପୁତ୍ରୀ ଆପଣଙ୍କ ପାଇଁ ଆଜି ଏକ ଶୁଭ ଖବର ନେଇ ଆସିବେ । ପରସ୍ପରର ସମ୍ମାନ କରିବାକୁ ଚେଷ୍ଟା କରନ୍ତୁ । ବିବାଦରେ ଫସି ପାରନ୍ତି । ମନରୁ ଚିନ୍ତା ଦୂର ହେବ । ଘରେ ମାତାଙ୍କ ଆଶୀର୍ବାଦ ନିଅନ୍ତୁ ଏବଂ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । କୌଣସି ଗୁପ୍ତ ଶତ୍ରୁ ଆପଣଙ୍କ ପାଇଁ ବିପରୀତ ପରିସ୍ଥିତିର ନିର୍ମାଣ କରି ପାରନ୍ତି ।

କୁମ୍ଭ

କୌଣସି ବି ପ୍ରକାରର ନିବେଶ କରିବା ପୂର୍ବରୁ ତାହା ବିଷୟରେ ଭଲ ଭାବରେ ଜାଣି ନିଅନ୍ତୁ । ଧନର ସ୍ଥିତି ମଜବୁତ ରହିବ । କୌଣସି ମହତ୍ଵପୂର୍ଣ ବିଷୟରେ ଆଜି ବିଚାର କରି ପାରନ୍ତି । ପରିବାରରେ କୌଣସି ଆଇନ ବିବାଦ ଆସିପାରେ । ଆୟରୁ ଅଧିକ ଧନ ଖର୍ଚ ହୋଇପାରେ । କୌଣସି କାର୍ଯ୍ୟ ଉପରେ ଧନ ଖର୍ଚ ହୋଇପାରେ । ଜୀବନସାଥିଙ୍କ ସହିତ କୌଣସି ଗମ୍ଭୀର କଥାକୁ ନେଇ ଚର୍ଚିତ କରିବେ ।

ମୀନ

କୌଣସି ବିଶେଷ କାର୍ଯ୍ୟ ପାଇଁ ଯାତ୍ରା ଯୋଗ ହୋଇପାରେ । ପିଲାମାନଙ୍କ ମାର୍ଗଦର୍ଶନ କରନ୍ତୁ । ପାଚନତନ୍ତ୍ରରେ କଷ୍ଟ ହେବ । ନିବେଶ ଦ୍ଵାରା ଲାଭ ବାନ ହେବେ । ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ । ଜୀବନସାଥିଙ୍କ ସହିତ ସମ୍ବନ୍ଧରେ କିଛି ଭିନ୍ନତା ଆସିବ । କାର୍ଯ୍ୟ କ୍ଷେତ୍ରରେ ଅଳ୍ପ ପରିଶ୍ରମ କରିବାକୁ ପଡିବ । ପରିବାର ଓ ମିତ୍ରମାନଙ୍କ ସହଯୋଗ ମିଳିବ । ସମାଜରେ ମାନ ସମ୍ମାନ ବଢିବ । ଭୁଲ ବୁଝାମଣା ଦୂର ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।