ପତ୍ନୀଠୁ ହେଇଗଲା ବୋର, ତ ଫେସବୁକରେ ଅନ୍ୟ ମହିଳାଙ୍କୁ କଲା ଏମିତି ଅଶ୍ଳୀଳ ଡିମାଣ୍ଡ, ଆଉ ଏବେ

କହିବାକୁ ଗଲେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ବିଶ୍ଵାସ, ଭଲ ପାଇବା, ସମ୍ମାନ ଇତ୍ୟାଦି ଥିବା ଦରକାର । ତେବେ ଯାଇ ସେମାନେ ସୁଖୀ ରହି ପାରିବେ । କିନ୍ତୁ ଏହି ପୁଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପତ୍ନୀକୁ ପସନ୍ଦ କରନ୍ତି ନାହିଁ ଓ ପତ୍ନୀ ଠାରୁ କେବେ ବି ସନ୍ତୁଷ୍ଟ ହୁଅନ୍ତି ନାହିଁ । ଅନ୍ୟ ପଟେ ସେମାନେ ନିଜର ପତ୍ନୀକୁ ମଣିଷ ଜନ୍ମ କରିବାର ମେସିନ ବୁଝି ନିଅନ୍ତି । ଏହିଭଳି ଲୋକମାନେ ମହିଳାମାନଙ୍କୁ କେବଳ ଭୋଗ ବିଳାସର ଜିନିଷ ବୋଲି ମାନନ୍ତି ।

ସ୍ଵାମୀ ସ୍ତ୍ରୀମାନଙ୍କ ମଧ୍ୟରେ ପ୍ରେମ କଣ ହୋଇଥାଏ, ଏହାର ଅର୍ଥ ବି ଏମାନଙ୍କୁ ଜଣା ନ ଥିବ । କହିବାକୁ ଗଲେ ଏହି ସମସ୍ତ କଥା ମଲେସିୟାର ଏକ ବ୍ୟକ୍ତି ଉପରେ ସଠିକ ବସିଥାଏ । ଯିଏକି ପନିପରିବା ବିକ୍ରି କରିଥାଏ । କିନ୍ତୁ ତାହାର ମହିଳାମାନଙ୍କ ପ୍ରତି ଦୃଷ୍ଟିକୋଣ ବହୁତ ହିଁ ଅଜବ ଅଟେ । ଏହି ବ୍ୟକ୍ତିର କହିବା ଅଟେ କି ସେ ବିବାହ ପରେ ହିଁ ନିଜ ପତ୍ନୀକୁ ପସନ୍ଦ କରୁ ନ ଥିଲା । କାରଣ ସେ ଠିକ ଭାବରେ ରହୁ ନ ଥିଲା ।

ତାକୁ ଜଣା ନ ଥିଲା କି ଏକ ମହିଳା ଆକର୍ଷିତ ହୋଇ କେମିତି ରହିବାର ଅଛି ଓ ଗୋଟିଏ ସ୍ଵାମୀ ନିଜର ପତ୍ନୀ ଠାରୁ କଣ ଇଚ୍ଛା କରୁଛି । କହିବାକୁ ଗଲେ ଏହି ସବୁ କଥା ସେ ବ୍ୟକ୍ତି ଜଣକ ଫେସବୁକରେ ଲେଖିଛି ।

ବିଧବା ମହିଳାଙ୍କୁ କରିଥାଏ ପସନ୍ଦ

ସେ ବ୍ୟକ୍ତିର କହିବା ଅଟେ କି ତାକୁ ବିଧବା ମହିଳା ବହୁତ ଆକର୍ଷିତ ଲାଗନ୍ତି । ତାଙ୍କ ଠାରୁ ଏକ ଅଜବ ପ୍ରକାରର ବାସ୍ନା ଆସିଥାଏ ଓ ସେ ତାଙ୍କ ସହିତ ସମ୍ବନ୍ଧ କରିବାକୁ ଚାହୁଁଛି । ସେ ଫେସବୁକରେ ଆଗକୁ ଲେଖିଲା କି ବିଧବା ମହିଳାମାନଙ୍କୁ ଜଣ ଥାଏ କି ପୁରୁଷମାନଙ୍କୁ କଣ ଦରକାର ହୋଇଥାଏ ଓ ତାକୁ କେମିତି ପୁରା କରାଯାଏ । ସେହି ବ୍ୟକ୍ତିର କହିବା ଅଟେ କି ସେ ଏକ ବିଧବା ମହିଳାଙ୍କୁ ଜାଣିଛି ଓ ତାହା ସହିତ ସମ୍ବନ୍ଧ ବି କରିଛି । ସେ ତାହାର ବହୁତ କେୟାର ବି କରିଥାଏ । ତାହା ଠାରୁ ବାସ୍ନା ଆସିଥାଏ ଓ ଯାହା ତାକୁ ବହୁତ ଭଲ ଲାଗେ ।

ନିଜ ପତ୍ନୀ ଠାରୁ ହୋଇ ଯାଇଛି ବୋର

ସେହି ବ୍ୟକ୍ତି ଜଣକ ଲେଖିଲା କି ତାହାର ପତ୍ନୀ ନିଜ ମଧ୍ୟରେ ଚେଞ୍ଜେସ ଆଣି ପାରିବ ନାହିଁ ଓ ସେ ନିଜର ପତ୍ନୀ ଠାରୁ ବୋର ହୋଇ ଯାଇଛି । ବିବାହର ପ୍ରଥମ ଦିନରୁ ହିଁ ସେ ନିଜର ପତ୍ନୀକୁ ପସନ୍ଦ କରୁ ନ ଥିଲା । ତାହାର କହିବା ଅଟେ କି ତା ସାମ୍ନାରେ ପତ୍ନୀ ସହିତ ସମ୍ପର୍କ ରଖିବା ଛଡା ଅନ୍ୟ କୌଣସି ଚାରା ନାହିଁ । କିନ୍ତୁ ଏହା ସହିତ ସେ ଦ୍ଵିତୀୟ ମହିଳା ସହ ବି ସମ୍ବନ୍ଧ ରଖିବାକୁ ଚାହୁଁଛି ।

କରିବାକୁ ଚାହୁଁଛି ଦ୍ଵିତୀୟ ବିବାହ

ସେହି ବ୍ୟକ୍ତି ଜଣକ ନିଜର ପତ୍ନୀକୁ ଛାଡିବାକୁ ଚାହୁଁ ନାହିଁ । କିନ୍ତୁ ଦ୍ଵିତୀୟ ବିବାହ କରିବାକୁ ଚାହୁଁଛି ସେ ଫେସବୁକରେ ଲେଖିଲା କି ଯେତେବେଳେ ବି ସେ ନିଜର ପତ୍ନୀକୁ କହିଲା କି ସେ ଦ୍ଵିତୀୟ ମହିଳା ସହ ବିବାହ କରିବାକୁ ଚାହୁଁଛି ତେବେ ସେ କାନ୍ଦିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ବ୍ୟକ୍ତି ଜଣକ ୧୦ ବର୍ଷ ବିବାହ ମଧ୍ୟରେ ୭ ଟି ସନ୍ତାନର ବାପା ହୋଇ ଯାଇଛି ।

ଏହାର ଅର୍ଥ ଏହା ଅଟେ କି ପ୍ରତି ୧.୫ ବର୍ଷରେ ତାହାର ପତ୍ନୀ ଗୋଟିଏ ଶିଶିକୁ ଜନ୍ମ ଦେଇଛି । ଏଥିରୁ ଜଣା ପଡୁଛି କି ପତ୍ନୀ ସହ ତାହାର ଶାରୀରିକ ସମ୍ବନ୍ଧ କେମିତି ଅଟେ । କହିବାକୁ ଗଲେ ସେ ନିଜର ପତ୍ନୀକୁ ପିଲା ଜନ୍ମ କରିବାର ଏକ ମେସିନ କରି ଦେଇଛି । ତଥାପି ସେ ନିଜର ପତ୍ନୀ ଉପରେ ସନ୍ତୁଷ୍ଟ ନାହିଁ ।

ଫେସବୁକରେ ଏହି ବ୍ୟକ୍ତିର ଏହି ପୋସ୍ଟ ଉପରେ କେତେକ ଲୋକମାନେ କମେଣ୍ଟ ବି କରିଛନ୍ତି । ଜଣେ ବ୍ୟକ୍ତି ଲେଖିଲା କି ଯେତେବେଳେ କୌଣସି ମହିଳା ୧୦ ବର୍ଷରେ ୭ଟି ସନ୍ତାନ ଜନ୍ମ ଦେବ ତେବେ ସେ ନିଜର ସୁନ୍ଦରତାର ଧ୍ୟାନ କେମତି ରଖି ପାରିବ । ତାହା ପାଖରେ ସମୟ ହିଁ ନ ଥିବ କି ସେ ନିଜର ସୁନ୍ଦରତା ଉପରେ ଧ୍ୟାନ ଦେବ ।

ଅନ୍ୟ ଏକ ବ୍ୟକ୍ତି ସେହି ବ୍ୟକ୍ତିକୁ ଉପଦେଶ ଦେଇ କହିଲା କି ତାକୁ ଆହୁରି ବି ପରିଶ୍ରମ କରିବାକୁ ପଡିବ । ଯାହା ଦ୍ଵାରା ସେ ନିଜର ବଡ ପରିବାରର ସମସ୍ତ ଦରକାରୀ ଜିନଷକୁ ପୁରା କରିବା ପାଇଁ ଟଙ୍କା ଉପରେ ଧ୍ୟାନ ଦେଉ ଓ ନିଜ ପତ୍ନୀର ଦୋଷ ଦେବା ବନ୍ଦ କରୁ । କହିବାକୁ ଗଲେ ସେ ନିଜର ପତ୍ନୀ ପାଇଁ ପର୍ଫ୍ଯୁମ ବି କ୍ରୟ କରି ପାରିବ ନାହିଁ । ଦ୍ଵିତୀୟ ପତ୍ନୀ ସହ ବିବାହ କରିବ ତ ତାହାର ଆବଶ୍ୟକତାକୁ କେମିତି ପୁରା କରିବ । କିଛି ଲୋକ  ତାକୁ ଏମିତି ବି କହିଲେ କି କଣ ସେ ନିଜ ପତ୍ନୀକୁ ରୋବଟ ଭାବି ନେଇଛି କି ୧୦ ବର୍ଷ ଭିତରେ ଏତେ ଛୁଆ ଜନ୍ମ କରି ଦେଇଛି ।