ଆଲିୟା ଭଟ୍ଟଙ୍କୁ ଅନସ୍କ୍ରୀନ କିସ୍ କରିବା ପାଇଁ ସଲମାନ ଖାନ କଲେ ମନା, ଛାଡିଲେ ସଞ୍ଜୟ ଲୀଲା ଭଂସାଲୀଙ୍କର ଫିଲ୍ମ ! ଆଉ ତା ପରେ…

ପୁରା ବଲୀଉଡ ଜାଣିଛି କି ସଲମାନ ଖାନ ଅନସ୍କ୍ରୀନ କିସ କରିବା ପାଇଁ ମନା କରନ୍ତି । ସେ ନିଜର କୌଣସି ବି ଫିଲ୍ମରେ କିସ ସିନ ଦେଇ ନାହାନ୍ତି । ଏହି କାରଣରୁ ତାଙ୍କର ଫିଲ୍ମକୁ ପୁରା ପରିବାର ସହିତ ଦେଖିହେବ । କିନ୍ତୁ ବର୍ତ୍ତମାନ ସମୟର ଯଦି କଥା କହିବା ତେବେ ଯଦି ଗୋଟିଏ ଫିଲ୍ମରେ ଏଡଲ୍ଟ ସିନ ନ ଥିବ ତେବେ ସେହି ଫିଲ୍ମ ଅଧିକ ଦିନ ପର୍ଯ୍ୟନ୍ତ ଚାଲେ ନାହିଁ । ବର୍ତ୍ତମାନ ସଲମାନ ଖାନଙ୍କ ଫିଲ୍ମ ସହିତ ବି ଏହିଭଳି ହେବାକୁ ଲାଗିଛି ।

କେତେ ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିର ଏକ୍ଶନ ଦେଖି ତାଙ୍କର ଫିଲ୍ମକୁ ୩୦୦ – ୪୦୦ କୋଟି ଟଙ୍କାର କାରୋବାର ଦେଇ ହେବ । ବର୍ତ୍ତମାନ ପୁଣି ଥରେ ତାଙ୍କର କିସ ସିନକୁ ନେଇ ଖବର ଆସୁଛି । ଆଲିୟା ଭଟ୍ଟଙ୍କୁ ଅନସ୍କ୍ରିନ କିସ କରିବା ପାଇଁ ସଲମାନ କରିଲେ ମନା । ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ ।

କିସ କରିବା ପାଇଁ ମନା କରିଲେ ସଲମାନ ଖାନ ଆଲିୟା ଭଟ୍ଟଙ୍କୁ

ବଲୀଉଡରେ ବର୍ତ୍ତମାନ ଖବର ଆସୁଛି କି ସୁପରଷ୍ଟାର ସଲମାନ ଖାନ ଆଲିୟା ଭଟ୍ଟଙ୍କ ସହିତ ସଞ୍ଜୟ ଲୀଲା ଭଂସାଲୀଙ୍କର ଫିଲ୍ମ ଇଂଶାଲ୍ଲାହରେ କାମ କରିବେ ନାହିଁ । ଏହା ପଛରେ କାରଣ ଏହା ଅଟେ କି ସେ ଆଲିୟା ଭଟ୍ଟଙ୍କୁ ଅନସ୍କ୍ରିନ କିସ କରିବେ ନାହିଁ । ଏହି କାରଣରୁ ସେ ଫିଲ୍ମରୁ ଦୂରେଇ ଯାଇ ଛନ୍ତି । ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ସଲମାନ ଖାନ ଅନସ୍କ୍ରିନ କିସ କରିବା ପାଇଁ ମନା କରି ଫିଲ୍ମ ଛାଡି ଦେଇ ଛନ୍ତି ।

ଏହା ପଛର କାରଣ ଏହା ଅଟେ କି ସଲମାନ ଖାନଙ୍କର ଫିଲ୍ମ କେବଳ ଯୁବପିଢିମାନଙ୍କ ପାଇଁ ନୁହେଁ ବୟସ୍କ, ପିଲାମାନେ ଓ ଲୋକମାନେ ନିଜ ପରିବାର ସହିତ ବସି ଦେଖି ପାରିବେ । ଏମିତିରେ ବଲୀଉଡର ଭାଇଜାନ ନିଜର ଚରିତ୍ରକୁ ଖରାପ କରିବାକୁ ଚାହୁଁ ନାହାନ୍ତି । ସେ ଏହିଭଳି ଫିଲ୍ମ କରନ୍ତି ଯାହାକୁ ପୁରା ପରିବାର ସହିତ ବସି ଦେଖି ହେବ ।

ମିଡିୟା ରିପୋର୍ଟ ଅନୁସାରେ, ଇଂଶାଲ୍ଲାହର ସ୍କ୍ରିପ୍ଟରେ ସଲମାନ ଖାନ ଓ ଆଲିୟାଙ୍କର ଏକ ଲିପ ଲକର ସିନ ଥିଲା ଓ ସଲମାନ ଏଥି ପାଇଁ ପ୍ରସ୍ତୁତ ନ ଥିଲେ । ଏହା ପରେ ସେ ସଞ୍ଜୟ ଲୀଲା ଭଂସାଲୀଙ୍କୁ ସ୍କ୍ରିପ୍ଟ ଚେଞ୍ଜ କରିବା ପାଇଁ କହିଲେ କିନ୍ତୁ ସଞ୍ଜୟ ଏଥିପାଇଁ ପ୍ରସ୍ତୁତ ନ ଥିଲେ । ସେ କହିଲେ କି ଏହି ସିନ ଫିଲ୍ମରେ ଜୀବନ ଦେବାର କାମ କରିବ । ଏହା ପରେ ସଲମାନ ଏହି ଫିଲ୍ମ ପାଇଁ ମନା କରିଦେଲେ । ଯାହାର ସୂଚନା ସେ ଟ୍ୱୀଟର ଜରିଆରେ ଦେଇଛନ୍ତି ।

ବର୍ତ୍ତମାନ ଏମିତି କୁହାଯାଉଛି କି ଫିଲ୍ମରେ ସଲମାନ ଖାନଙ୍କ ସ୍ଥାନରେ ଋତିକ ରୋଶନଙ୍କୁ ସାଇନ କରାଯାଇ ପାରେ । କହିବାକୁ ଗଲେ ବର୍ତ୍ତମାନ ସଲମାନ ଖାନ ନିଜର ଆସନ୍ତା ଫିଲ୍ମ ଦବଙ୍ଗ – ୩ର ଶୁଟିଙ୍ଗ ଶେଷ କରିବାରେ ଲାଗିଛନ୍ତି । ଫିଲ୍ମଟି କ୍ରିସମସ ଉପରେ ରିଲିଜ ହେବାର ଅଛି । ବର୍ତ୍ତମାନ ହିଁ ଫିଲ୍ମର ପ୍ରଥମ ଲୁକ ରିଲିଜ କରାଯାଇଛି ଓ ଫ୍ୟାନମାନେ ଏହି ପ୍ରମୋର ପ୍ରଶଂସା ବି କରିଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।