ନିଉ ଦିଲ୍ଲୀ : ୧୬ ଶତାବ୍ଦୀ ରେ ତିଆରି ହୋଇଥିବା ଦରିୟା ଖାଂ ସ୍ମାରକ ରେ ବହୁତ ଦିନ ପୂର୍ବରୁ ଖୋଲିବା କାମ ଚାଲୁଅଛି । ଖୋଳୁଥିବା ଶ୍ରମିକଙ୍କୁ ଅଚାନକ ମାଟିରୁ ଗୋଟେଏ କଠିନ ବସ୍ତୁ ଥିବାର ଲାଗିଲା । ଶ୍ରମିକ ସେହି କଠିନ ବସ୍ତୁ କୁ ଖୋଳିବା ପାଇଁ ଚେଷ୍ଠା କଲେ, କିନ୍ତୁ ସେମାନେ ସେଠି ଖୋଳି ପାରିଲେ ନାହିଁ । ସେମାନେ ଭାବିଲେ ଯେ ତାହା ଗୋଟେ ବଡ ପଥର ବୋଲି ସେଥିପାଇଁ ତାକୁ ଖୋଲି ହେଉ ନାହିଁ, କିନ୍ତୁ ଘଟଣା କିଛି ଅଲଗା ଥିଲା।
ତାହାପରେ ସେମାନେ କୋଦାଳ ଆଣି ସେହି ପଥର ଉପରେ ବାଡେଇଲେ । ବଡଉଥିବା ସମୟରେ ଶ୍ରମିକ ମାନେ ଦେଖିଲେ ସେଇଟା କୌଣସି ମାମୁଲି ପଥର ନୁହେଁ ତାହା ଏକ ମୂର୍ତି ଅଟେ । ଶ୍ରମିକମାନେ ଏହି କଥାକୁ ତାଙ୍କର ଅଧିକାରିମାନଙ୍କୁ କହିଲେ । ଅଧିକାରି ମାନେ ଧୀରେ ଧୀରେ ଖୋଳି ସେହି ମୂର୍ତ୍ତି କୁ ବାହାର କଲେ । ଅଧିକାରୀ ମାନେ କହିଲେ କି ତାହା ଦେଖିବାକୁ ଭଗବାନ କୃଷ୍ଣଙ୍କ ଭଳି ଲାଗୁଛି । ଏହା କଳା ରଙ୍ଗର ଅଟେ ଏବଂ ଏହି ମୂର୍ତ୍ତି କୁ ନୁର୍ତ୍ୟମୁଦ୍ରା ରେ ତିଆରି କରାଯାଇଥିଲା ।
ମଧ୍ୟ ପ୍ରଦେଶ ର ଇନ୍ଦୋର ର ପାଖାପାଖି ୧୦୦ କିଲୋମିଟର ଦୂରରେ ଏହି ମୂର୍ତ୍ତି ମିଳିଥିଲା । ମୂର୍ତ୍ତି ସହିତ ଏକ ଶିଳାଲେଖ ମଧ୍ୟ ମିଳି ଥିଲା । ଏହି ମୂର୍ତ୍ତି ଗୋଟିଏ ପଟେ ବିଶେଷଜ୍ଞ ମାନଙ୍କୁ ଅସୁବିଧା କରୁଥିଲା ବେଳେ ଅନ୍ୟପଟେ ପୁରାତତ୍ତ୍ୱୱିଦ ମାନଙ୍କ ମନରେ ଏହାକୁ ନେଇ ବହୁତ ଉତ୍ସାହ ବଢିବାର ଦେଖା ଯାଉଥିଲା । ମୂର୍ତ୍ତି ର ମୁଣ୍ଡ ଶରୀର ଠାରୁ ଅଲଗା ଥିଲା । ଏହି ମୂର୍ତ୍ତି ପାଖାପାଖି ୮ ଫୁଟ ଗଭୀର ତଳେ ଥିଲା ।
ଏଏସଆଈ ଅଧିକାରୀ ଙ୍କ କହିବା ଅନୁସାରେ ସେହି ମୂର୍ତ୍ତି କୁ ଠିକ ରୂପରେ ଜାଣିବା ପାଇଁ ତାକୁ ଭୋପାଲ ନିଆଗଲା । ମୂର୍ତ୍ତି ର ଲମ୍ବା ୨ ଫୁଟ ଥିଲା । ଏବଂ ମୂର୍ତ୍ତି ଉପରେ ଲେଖା ଥିବା ଭାଷା କାହାକୁ ଜଣାପଡୁ ନଥିଲା ।
ଇତିହାସକାର ବିଶ୍ୱନାଥ ତିବାରୀ କହିଲେ କି ଏହି ମୂର୍ତ୍ତି ମାଲୱା ର ୯ମ ଶତାବ୍ଦୀ ରୁ ନେଇ ୧୪ତମ ଶତାବ୍ଦୀ ମଧ୍ୟରେ ରାଜ୍ୟ କରୁଥିବା ପରମାର ରାଜବଂଶଙ୍କ ସମୟର ନୁହେଁ। ସେ କହିଲେ କି ସେହି ସମୟର ରାଜବଂଶ ମାନେ ମାଂଡୂ ର ଘର ତିଆରି କରି ସେମାନେ ନିଆଁ ର ପୂଜା କରୁଥିଲେ । ଭାଗବାନ ଶିବ ତାଙ୍କର ଆରାଧ୍ୟ ଦେବତା ଥିଲେ । ସେ କହିଲ କି ୧୧ ଶତାବ୍ଦୀ ରେ ଚାଲୁକ୍ୟ ବଂଶ ର ରାଜା ଭଗବାନ କୃଷ୍ଣଙ୍କର ପୂଜା କରୁଥିଲେ । ଏହି ମୂର୍ତ୍ତି ସେହି ସମୟର ହୋଇଥିବ ।