ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ଏହି ୫ ଜଣ ଫିଲ୍ମ ଷ୍ଟାର, କାହାର କିଡନୀ ଖରାପ ତ କାହାର କ୍ରନିକ ବ୍ୟାକ ପେନ, ଋଷି କପୂରଙ୍କୁ ହେଇଛି ଏହି ବଡ ରୋଗ

ସାଧାରଣ ଲୋକମାନଙ୍କ ଭଳି ବଲୀଉଡ ଷ୍ଟାରମାନେ ବି କୌଣସି ନା କୌଣସି ରୋଗର ଶିକାର ହୋଇଥାନ୍ତି । ବର୍ତ୍ତମାନ ହିଁ ଅଜୟ ଦେବଗନଙ୍କର ପିତା ବୀରୁ ଦେବଗନଙ୍କର ନିଧନ ହୋଇଥିଲା । ଏହାର କିଛି ଦିନ ପରେ ହିଁ ଖବର ଆସିଥିଲା କି କାଜୋଲଙ୍କର ମା ଓ ୱେଟରନ ଆକ୍ଟ୍ରେସ ତନୁଜାଙ୍କର ସ୍ୱାସ୍ଥ୍ୟ ଖରାପ ଅଛି । କହିବାକୁ ଗଲେ ତନୁଜାଙ୍କୁ ଡାୟବର୍ଟିକୁଲା ନାମକ ରୋଗ ଅଛି ।

ତନୁଜାଙ୍କ ଭଳି ବଲୀଉଡର ଅନ୍ୟ କିଛି କଳାକାରମାନେ କୌଣସି ନା କୌଣସି ରୋଗରେ ପୀଡିତ ଅଛନ୍ତି । ଆଜି ଆମେ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏମିତି ହିଁ କିଛି କଳକାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବୃଦ୍ଧ ଅବସ୍ଥାରେ ବିଭିନ୍ନ ରୋଗ ଦ୍ଵାରା ପୀଡିତ ଅଛନ୍ତି ।

ଏହି ଷ୍ଟାରମାନଙ୍କୁ ଅଛି ଗମ୍ଭୀର ସମସ୍ୟା

ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ବଲୀଉଡର ମହାନୟକ ଅଟନ୍ତି । ୭୬ ବୟସରେ ବି ସେ ଯୁବକଳାକାରମାନଙ୍କୁ ଟକ୍କର ଦେଇଥାନ୍ତି । କହିଦେଉଛୁ କି ୩୬ ବର୍ଷ ପୂର୍ବେ ଫିଲ୍ମ ‘କୁଲୀ’ର ଶୁଟିଙ୍ଗ ସମୟରେ ତାଙ୍କ ପେଟରେ ଗମ୍ଭୀର ଆଘାତ ଲାଗିଥିଲା । ଟେବୁଲର ଏକ କୋଣ ବହୁତ ଜୋରରେ ତାଙ୍କ ପେଟରେ ଲାଗିଥିଲା । ଆଘାତ ଏତେ ଗମ୍ଭୀର ଥିଲା କି ଆଜି ପର୍ଯ୍ୟନ୍ତ ତାଙ୍କୁ ପେଟରେ ବ୍ୟଥା ହୋଇ ଥାଏ ।

ଦିଲୀପ କୁମାର

ଯେତେବେଳ ବି ବଡ ବଡ କଳାକାରମାନଙ୍କର ନାମ ଆସିଥାଏ ସେଥିରେ ଦିଲୀପ କୁମାରଙ୍କର ନାମ ସବୁଠୁ ପ୍ରଥମେ ଆସିଥାଏ । ୯୫ ବର୍ଷର ଦିଲୀପ କୁମାର ବହୁତ ସମୟ ହେବ କିଡନୀର ସମସ୍ୟାରେ ପୀଡିତ ଅଛନ୍ତି । ଏହା ଛଡା ତାଙ୍କର ଫୁସଫୁସ ଇନ୍ଫେକ୍ଶନର ସମସ୍ୟା ବି ଅଛି । ଏହି କାରଣରୁ ସେ ପ୍ରାୟତଃ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ।

ମିଥୁନ ଚକ୍ରବର୍ତୀ

ମିଥୁନ ଚକ୍ରବର୍ତୀ ନିଜ ଜମାନାର ଜଣେ ଲୋକପ୍ରିୟ ଅଭିନେତା ଥିଲେ । କହିଦେଉଛୁ କି ମିଥୁନଙ୍କୁ କ୍ରନିକ ବ୍ୟାକ ପେନର ସମସ୍ୟା ଅଛି । ଗତ ବର୍ଷ ଯେତେବେଳ ତାଙ୍କର ଏହି ସମସ୍ୟା ବିଷୟରେ ଜଣା ପଡିଲା ତେବେ ତାଙ୍କୁ ଆମେରିକାକୁ ଚିକଶ୍ଚା ପାଇଁ ନିଆଯାଇଥିଲା ଓ ଏଠି ତାଙ୍କର ଏକ ସର୍ଜରୀ ବି ହୋଇଥିଲା । କିନ୍ତୁ ତଥାପି ତାଙ୍କର ଏହି ସମସ୍ୟା ପୂରାପୂରି ଭଲ ହୋଇ ନାହିଁ ।

ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ନିଜ ଜମାନାର ସୁପରଷ୍ଟାର ଥିଲେ । ଆପଣଙ୍କୁ କହିଦେଉଛୁ କି ଧର୍ମେନ୍ଦ୍ର ପାଖାପାଖି ୧୫ ବର୍ଷ ପୂର୍ବେ ଡିପ୍ରେଶନରେ ଥିଲେ । ଏହି ସମୟରେ ସେ ମଦ୍ୟପାନର ଆଦି ହୋଇ ଯାଇଥିଲେ ଓ ସିଗାରେଟ ବି ପିଉଥିଲେ । କିନ୍ତୁ ବର୍ତ୍ତମାନ ସେ ସ୍ମୋକିଂଗ କ୍ୱିଟ କରି ଦେଇଛନ୍ତି ।

ଋଷି କପୂର

ଋଷି କପୂର ନିଜ ଜମାନର ସବୁଠୁ ଲୋକପ୍ରିୟ ରୋମାଣ୍ଟିକ ହିରୋ ଥିଲେ । କିନ୍ତୁ ୬୬ ବର୍ଷ ବୟସରେ ଋଷି କପୂର କିଛି ରୋଗରେ ପୀଡିତ ଅଛନ୍ତି ଓ ନ୍ୟୁୟର୍କରେ ସେ ନିଜର ଚିକଶ୍ଚା କରୁଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ତାଙ୍କୁ କ୍ୟାନ୍ସର ହୋଇଛି ।