ଅକ୍ଟୋବର ୨୦, ୨୦୧୮: ଶନିବାର – ଶନିଦେବଙ୍କ କୃପାରୁ ଆଜି ଖୋଲିବ ଏହି 3ଟି ରାଶିର ଭାଗ୍ୟ – ପୁରା ହେବ ସବୁ କାମ – ପଢନ୍ତୁ ଆଜିର ରାଶିଫଳ

ଆଜିର ରାଶିଫଳ, ୨୦ ଅକ୍ଟୋବର ୨୦୧୮

ମେଷ:-

ଉଚ୍ଚପ୍ରଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସାହାଯ୍ୟ ସହଯୋଗ ମିଳିବ । ମହିଳାମାନଙ୍କର ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । ଶୁଭ ସମାଚାର ପାଇ ଖୁସି ହେବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବା ସହ ପାରିବାରିକ ସୁଖ-ଶାନ୍ତି ମିଳିବ । ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

ବୃଷ:–

ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ମହିଳାମାନେ ହସ ଖୁସିରେ ଚଳିବେ ଓ ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହେବ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ । ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ । ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ । ପ୍ରେମ-ପ୍ରସଙ୍ଗରେ ଭୁଲ୍ ବୁଝାମଣାର ନିରାକରଣ ହେବ ।  ଭାଗୀଦାର ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । ପ୍ରତିକାର- ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

ମିଥୁନ:–

କର୍ମକ୍ଷେତ୍ରରେ ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ । ରାଜନୀତିକ୍ଷେତ୍ରରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ ଓ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ । ସୁଖ ସମୃଦ୍ଧି ବୃଦ୍ଧି ହେବ ।   ପାରିବାରିକ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ସ୍ଥିତି ଉତ୍ତମ ରହିବ । ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ଲାଭ ପାଇବେ । ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:–

କର୍ମ କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ । ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ । ମହିଳାମାନେ କୌଣସି ବରିଷ୍ଠ ରାଜନେତାଙ୍କ ସାହାଯ୍ୟ ପାଇବେ । ସ୍ଵାସ୍ଥ୍ୟରେ ଉନ୍ନତି ହେବ ଓ ଶତୃଙ୍କ ସହିତ ମୁକାବିଲା କରିପାରିବେ । କୌଣସି ଅଚିହ୍ନା ବ୍ୟକ୍ତିଙ୍କ ସହଯୋଗରେ ସମସ୍ତ ସମସ୍ୟା ସମାଧାନ ହୋଇଯିବ ।  ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିପାରେ । ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା କଲେ ମଧ୍ୟ ସୁଖ ଶାନ୍ତିରେ ଦିନ କଟାଇବେ । ପ୍ରତିକାର- ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

ସିଂହ:–

ନୂତନ ବ୍ୟବସାୟର ଶୁଭାରମ୍ଭ କରିପାରିବେ ବ୍ୟବସାୟରେ ବୃଦ୍ଧି ଓ ଉତ୍ତମ ରୋଜଗାର ହେବ । କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ ଦୂର ହେବ ଏବଂ ଅଧସ୍ତନକର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ । ଶରୀର ସୁସ୍ଥରହିବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ ।  ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ । ପ୍ରତିକାର- ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରିବେ ।

କନ୍ୟା:–

ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ଅକ୍ଷୁର୍ଣ୍ଣ ରହିବ । ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେବେ । ଆର୍ଥିକ ସଙ୍କଟ ଦୂର ହେବ । ପାରିବାରିକ କ୍ଷେତ୍ରରେ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ । ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ବିଜୟୀ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ତୁଳା:–

ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ । ପାରିବାରିକ ସମସ୍ୟାକୁ ସୁଧାରୀ ନେବେ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟହେବ । ସ୍ୱାସ୍ଥ୍ୟ ଠିକ୍ ରହିବ ଓ ଆର୍ଥିକ ଦିଗରୁ ଉନ୍ନତି ହେବ । ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ ।  କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ପ୍ରତିକାର- ଗାଈକୁ ରୁଟି ଖାଇବାକୁ ଦେବେ ।

ବିଛା:–

ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ । ହରାଇଥିବା ଧନ ପ୍ରାପ୍ତି ହେବ । କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହ ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀହେବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହି ହେବେ । ଦୂରଯାତ୍ରାରେ ସଫଳତା ମିଳିବ । ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ । ପ୍ରତିକାର- ମସୁରଡାଲି ଧର୍ମସ୍ଥାନରେ ଦେବେ ।

ଧନୁ:–

କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ । ଧନ ଉପାର୍ଜ୍ଜନ କରିବା ପାଇଁ, ନୂତନ ଯୋଜନା ପ୍ରସ୍ତୁତ କରିବେ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ପ୍ରତିକାର- ଗାଈକୁ ଗୁଡ ରୁଟି ଖାଇବାକୁ ଦିଅନ୍ତୁ ।

ମକର:–

କୌଣସି ପ୍ରିୟ ମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ । ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ । ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ । ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟପାଇଁ ଯାତ୍ରା କରିବେ । ବିରୋଧୀ ଓ ପ୍ରତିଯୋଗୀଙ୍କ ପ୍ରତିକ୍ରିୟାରେ ମାନସିକ ଚିନ୍ତା ବୃଦ୍ଧି ପାଇବ । ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ଆତ୍ମସନ୍ତୋଷ ମିଳିବ । ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ବ୍ୟବସାୟରେ ଉନ୍ନତି ଓ ଲାଭପ୍ରାପ୍ତି ହେବ । ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ।

କୁମ୍ଭ:–

ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ଆର୍ଥିକ ଦୃଷ୍ଟି କୋଣରୁ ଅନୁକୂଳତା ରହିବ । ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ଫଳରେ ଅତ୍ୟନ୍ତ ଲାଭଦାୟକ ହେବ । ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ । ସମାଜିକ ସ୍ତରରେ ନିଜର ଖ୍ୟାତି ବୃଦ୍ଧି ପାଇବ ।   ପ୍ରତିକାର:- ଗାଈକୁ ଖାଦ୍ୟ ଦିଅନ୍ତୁ ।

ମୀନ:–

ପରିବାର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ବନ୍ଧୁ, ମିତ୍ର ଏବଂ ଉଚ୍ଚପଦଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ । ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବ । ପ୍ରତିଯୋଗିତା ପରୀକ୍ଷା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଦିଗରୁ ମହିଳାମାନେ ବିଶେଷ ସତର୍କ ରହିବା ଉଚିତ୍ । ପ୍ରତିକାର-ହନୁମାନ ମନ୍ଦିରରେ ଭୋଗକରି ବାଣ୍ଟନ୍ତୁ ।

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri, 993755198