ଶରୀରର ଏହି 7 ଟି ସ୍ଥାନରେ ଯେଉଁ ବ୍ୟକ୍ତିର କଳାଜାଇ ରହିଥାଏ, ସେମାନେ କୋଟିଏରେ ଗୋଟିଏ ହୋଇଥାନ୍ତି – Samudrika Shastra

ବନ୍ଧୁଗଣ ପ୍ରାୟ ସମସ୍ତଙ୍କ ଶରୀରରେ କଳାଜାଇ ତ ନିହାତି ଭାବେ ରହିଥାଏ । ତେବେ ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ଶରୀରର ଏହିସବୁ ସ୍ଥାନରେ ଯଦି କଳାଜାଇ ରହିଥାଏ । ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣା ହୋଇଥାଏ । ସେହି ବ୍ୟକ୍ତିକୁ ନିଜ ଜୀବନରେ ଅନେକ କ୍ଷେତ୍ରରେ ସଫଳତା ମଧ୍ୟ ମିଳିଥାଏ । ତେବେ ବନ୍ଧୁଗଣ ଶରୀରର କେଉଁ 7 ଟି ସ୍ଥାନରେ କଳାଜାଇ ରହିବାକୁ ଅତ୍ୟନ୍ତ ଶୁଭ ମାନାଯାଇଥାଏ ଆସନ୍ତୁ ଜାଣିନେବା ।

 

1- ଶାସ୍ତ୍ର ଅନୁସାରେ ଯଦି କଳାଯାଇ ବ୍ୟକ୍ତିର ନାକ ଉପରେ ହୋଇଥାଏ । ତେବେ ସେ ବ୍ୟକ୍ତି ଅତ୍ୟଧିକ ଭାଗ୍ୟଶାଳୀ ହୋଇଥାଏ । ଏମାନେ ହୃଦୟରୁ ସଫା ହୋଇଥାନ୍ତି ଏବଂ  ନୂଆ ନୂଆ ବିଷୟରେ ଜାଣିବାକୁ ଆଗ୍ରହୀ ରହିଥାନ୍ତି । ଅନ୍ୟ ଲୋକ ମାନଙ୍କ ପାଇଁ ଏମାନଙ୍କ ମନରେ କୋଣସି ପ୍ରକାର କ୍ରୋଧ, କପଟ ଓ ଘୃଣା ଭାବ ରଖିନଥାନ୍ତି ।

ଏହି ବ୍ୟକ୍ତି ମାନେ ସ୍ବାଭିମାନୀ ହୋଇଥାନ୍ତି ଏବଂ ନିଜର କର୍ମକୁ ବିଶ୍ଵାସ କରିଥାନ୍ତି ।

2- ଯଦି ଆପଣଙ୍କ ହାତର ପାପୁଲି ଉପରେ କଳାଯାଇ ହୋଇଥାଏ ତ ସେମାନେ ବହୁତ ଶୋଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଆର୍ଥିକ କ୍ଷେତ୍ରରେ ବହୁତ ମଜଭୁତ ହୋଇଥାନ୍ତି । ଯଦି ଜୀବନରେ କେବେବି ଟଙ୍କାକୁ ନେଇ ଅଭାବ ଦେଖାଦିଏ । ତେବେ ସେମାନେ ସେହି ସମସ୍ଯାର ସମାଧାନ ମଧ୍ୟ ଖୁବ ଶୀଘ୍ର କରିଦେଇଥାନ୍ତି ।

3- ଯଦି ପାଦର ଅଙ୍ଗୁଳିରେ କଳାଯାଇ ରହିଥାଏ । ତେବେ ଏହି ବ୍ୟକ୍ତିକୁ ସମାଜ, ବ୍ୟବସାୟ ଏବଂ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରେ ସଫଳତା ଦେଖିବାକୁ ମିଳିଥାଏ । ଏହି ବ୍ୟକ୍ତି ତାହାର ଜୀବନରେ ଅର୍ଥ ଅଧିକ ଉପାର୍ଜନ କରିଥାନ୍ତି ।

4- ଯଦି କୋଣସି ବ୍ୟକ୍ତିର ପାଟି ତଳେ କଳାଯାଇ ରହିଥାଏ । ତେବେ ସେ ବ୍ୟକ୍ତି ଅଧିକ ଶୋଭାଗ୍ୟଶାଳୀ ହୋଇଥାଏ ଏମାନଙ୍କ ପାଖରେ ଅର୍ଥର କୋଣସି ଅଭାବ ଦେଖାଯାଇନଥାଏ ।

5- ଯଦି କୋଣସି ବ୍ୟକ୍ତିର ମଧ୍ୟମ ଅଙ୍ଗୁଳିରେ କଳାଯାଇ ରହିଥାଏ ଏମାନେ ନିଜର କାର୍ଯ୍ୟ ଦକ୍ଷତା ଅନୁସାରେ ଉନ୍ନତ ସ୍ଥାନକୁ ହାସଲ କରିପାରିଥାନ୍ତି ।

6- ଯଦି କୋଣସି ବ୍ୟକ୍ତିଙ୍କ ବେକରେ କଳାଯାଇ ରହିଥାଏ । ତେବେ ସେମାନେ ବହୁତ ଜ୍ଞାନବାନ ହୋଇଥାନ୍ତି । ଜ୍ଞାନ ଦ୍ଵାରା ଏମାନେ ଧନ ଉପାର୍ଜନ କରିଥାନ୍ତି ।

7- ଯେଉଁ ବ୍ୟକ୍ତିଙ୍କ କାନରେ କଳାଯାଇ ରହିଥାଏ ସେମାନେ ବହୁତ ଗୁଣବାନ ଏବଂ ଜ୍ଞାନବାନ ହୋଇଥାନ୍ତି । ଏମାନେ କୌଣସି ସମସ୍ଯାକୁ ଦେଖି ପଛଘୁଞ୍ଚା ଦେଇନଥାନ୍ତି ବଂର ସାହସ ଓ ଧର୍ଯ୍ୟର ସମସ୍ଯାର ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଲେଖାଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାଇବା ସହ ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବା ମଧ୍ୟ ଭୁଲନ୍ତୁ ନାହିଁ ।