ବନ୍ଧୁଗଣ ଏହି ଜୀବନ ଜଟିଳ ହୋଇପାରେ । ହେଲେ ଯିଏ ଥରେ ଜୀବନକୁ ବଞ୍ଚିବାର ସଠିକ ତରିକା ଜାଣିଯିବ । ସେହି ବ୍ୟକ୍ତିକୁ ଏହି ଜୀବନ ବହୁତ ସରଳ ଲାଗିବ । ତେବେ ବନ୍ଧୁଗଣ ଜୀବନକୁ ଭଲ ଭାବେ ଗଢି ତୋଳିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ମହତ୍ଵପୂର୍ଣ୍ଣ ନୀତିବାଣୀ କହିବାକୁ ଯାଉଛୁ । ସଂସାରରେ ବେଲଗାମ ଲୋକ ବହୁତ ଶୀଘ୍ର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କାରଣ ସମସ୍ତଙ୍କ ଉପରେ କୁପ୍ରଭାବ ପକାଇଥାନ୍ତି ଏବଂ ଦୃଷ୍ଟ ଲୋକଙ୍କର ଖୁବ ଶୀଘ୍ର ସୁଖ ନଷ୍ଟ ହୋଇଥାଏ ।
ଯେଉଁ ସଂପଦକୁ ପ୍ରାପ୍ତ କରିବା ପାଇଁ କଠୋର ଯାତନା ସହିବାକୁ ପଡେ, ଶତ୍ରୁଙ୍କ ଚାପୁଲସି କରିବାକୁ ପଡେ ଏବଂ ସଦାଚାର ତ୍ୟାଗ କରିବାକୁ ପଡେ ତାହା ପରିତ୍ୟାଗ କରିବା ଉଚିତ ।
ପୂର୍ବ ଜନ୍ମର ଭଲ ଅଭ୍ଯାସ ପୂର୍ବ ଜନ୍ମର ବିଦ୍ୟା ଏବଂ ପୂର୍ବ ଜନ୍ମର ତପସ୍ୟା ଏହି ଜନ୍ମରେ ପ୍ରାପ୍ତ ହୋଇଥାଏ ଏବଂ କ୍ରିୟାଶୀଳ ହୋଇଥାଏ । ଜ୍ଞାନକୁ ଆହରଣ ନକରି ଘରେ ପୁସ୍ତକ ରଖିଲେ ଏବଂ ଧନ ନିଜ ପାଖରେ ନରଖି ଅନ୍ୟ ପାଖରେ ରଖିଲେ ତାହା ଦରକାର ସମୟରେ କାର୍ଯ୍ୟରେ ଆସିନଥାଏ ।
ଯେଉଁ କାର୍ଯ୍ୟ ବହୁତ ଦୂରରେ ଥାଏ, ଯେଉଁ କାର୍ଯ୍ୟ ଅସମ୍ଭବ ଦେଖାଯାଇଥାଏ ଏବଂ କାର୍ଯ୍ୟ ନିଜ ଚେଷ୍ଟାରେ ବାହାରେ ଥାଏ । ସେ ସବୁ ତପସ୍ୟା ଦ୍ଵାରା ପ୍ରାପ୍ତ ହୋଇଥାଏ ।
ଯେଉଁ ସ୍ତ୍ରୀ ସ୍ବାମୀଙ୍କ ସହମତି ବିନା ବ୍ରତ ରଖେ ତାର ଆୟୁ କମ ହୋଇଥାଏ ଏବଂ ସେହି ସ୍ତ୍ରୀ ଇହ ଲୋକ ଓ ପରଲୋକରେ କଷ୍ଟ ପାଇଥାଏ । ଯାହାର ପତ୍ନୀ ସଦାଚାରୀ ହୋଇଥାଏ, ଯାହାର ଅଧିକ ସମ୍ପତି ଥାଏ, ଯାହାର ପୁତ୍ର ଉତ୍ତମ ଗୁଣ ଯୁକ୍ତ ହୋଇଥାଏ ତା’ ଆଗରେ ସ୍ଵର୍ଗ ସୁଖ ତୁଛ ହୋଇଥାଏ ।
ଏହି ଆଠ ଜଣ ଅନ୍ୟର ଦୁଖ ବୁଝି ପାରନ୍ତି ନାହିଁ, ସେମାନେ ହେଲେ ରାଜା, ବେଶ୍ୟା, ଅଗ୍ନି, ଚୋର, ଛୋଟ ପିଲା, ଭିକାରି, ଯମ ଏବଂ କର ଆଦାୟ କରୁଥିବା ଲୋକ ।
ଗୋଟିଏ ଭଲ ଗୁଣ ଅନେକ ଖରାପ ଗୁଣ ଉପରେ ଭାରି ପଡିଥାଏ । ଯେପରି କଣ୍ଟା ବେଷ୍ଟିତ କେତକୀ ଫୁଲ ପରି ତେଣୁ ଭଲ ଗୁଣ ବୃଦ୍ଧି କରିବା ଉଚିତ ।
ଯେଉଁ ଲୋକମାନେ ବିନା ନିମନ୍ତ୍ରଣରେ ଯାଇଥାନ୍ତି ସେମାନେ ମୂର୍ଖ ଏବଂ ନୀଚ ସ୍ଵଭାବର ହୋଇଥାନ୍ତି ।
ଯେଉଁ ଲୋକ ଘରକୁ ଆସିଥିବା ଅତିଥିଙ୍କୁ ଆଦର ସତ୍କାର ନକରି କିମ୍ବା ଭୋଜନ ନଦେଇ ନିଜେ ଭୋଜନ କରେ ସେ ଚାଣ୍ଡାଳ ସଦୃଶ ହୋଇଥାଏ । ଯେପରି ଚନ୍ଦନ କଟାଯିବା ପରେବି ତାର ମକହ ଛାଡି ନଥାଏ, ଆଖୁ ଚିପୁଡିଲା ପରେବି ମିଠା ଛାଡି ନଥାଏ ସେହିପରି ମହତ ଜନ ଯେତେ ଦରିଦ୍ର ହେଲେବି ନିଜର ମହାନତା ତ୍ୟାଗ କରିନଥାନ୍ତି ।
ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ