ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ମୂଲ୍ୟବାନ ଗ୍ରନ୍ଥ ହେଉଛି ଚାଣକ୍ୟ ନୀତି । ଯେଉଁ ନୀତିରେ ଜୀବନର ମୂଲ୍ୟ ବିଷୟକୁ ନେଇ କେତେ ନୀତି ବିଷୟରେ କହିଛନ୍ତି । ଜୀବନରେ ସଫଳ ପାଇବାକୁ ଚାହୁଁଥିବା ଲୋକ ବିଶେଷ କରି 13 ରୁ 30 ବୟସର ଲୋକ ଚାଣକ୍ୟ ନୀତିରେ କୁହାଯାଇଥିବା ଏହି ନୀତିକୁ ଅନୁସରଣ କରିବା ଉଚିତ । କାରଣ ଏହି ସମୟରେ ବହୁତ ଲୋକ ନିଜର କ୍ଯାରିଅରକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି ।
1- ଯେତେବେଳେ କୌଣସି ମଣିଷ ଭିଡରୁ ଅଲଗା ହୋଇ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାଏ, ସେହି ସମୟରେ ସମସ୍ତେ ତାକୁ ତଳକୁ ଦେଖାଇବା ପାଇଁ ଚେଷ୍ଟା କରନ୍ତି । ତାକୁ ନିନ୍ଦା କରନ୍ତି ବହୁତ ଲୋକ ତାଙ୍କୁ ଡିମୋଟିଭେଟ ମଧ୍ୟ କରନ୍ତି । ଏପରି ମଧ୍ୟ କୁହନ୍ତି ତୋ ଦ୍ଵାରା କିଛି ହେବ ନାହିଁ, କାହିଁ ନିଜ ସମୟ ଅଯଥା ନଷ୍ଟ କରୁଛୁ । ତୁ ଜାଣିଛୁ ତୁ କ’ଣ ଓ ଆମେ ବି ଜାଣିଛୁ ଏହା ତୋ କାମ ନୁହେଁ । ଆଉ ଯଦି ଆପଣ କୌଣସି କାରଣ ବଶତଃ ଅସଫଳ ହୋଇଯାଉଛନ୍ତି ।
ତେବେ ଲୋକେ ଆହୁରି ଖରାପ କଥା କହିଥାନ୍ତି ଯେମିତି ବାମନ ହୋଇ ଚନ୍ଦ୍ରକୁ ହାତ କଣ ପାଇଁ ବଢାଉଥିଲୁ ଏହି ଭଳି କଥା ଶୁଣି ସମସ୍ତଙ୍କ ମନ ଖରାପ ହୋଇଥାଏ କିନ୍ତୁ ଆପଣଙ୍କୁ ଲୋକଙ୍କ ଏହି ଅଯଥା ଗପ ଶୁଣିବାର ନାହିଁ ଆପଣ ନିଜ କାମ କରନ୍ତୁ ଓ ଦେଖିବେ ଦିନେ ନା ଦିନେ ଆପଣ ସଫଳ ଅବଶ୍ୟ ହୋଇବେ ।
2- ଜୀବନରେ ପାଠ ବହୁତ ଆବଶ୍ୟକ ଅଟେ ଏହି ବୟସରେ ଆପଣ ଯାହା ଶିଖିଥାନ୍ତି ତାହା ଆପଣ ନିଜ ଜୀବନର ଅନ୍ୟ ବୟସରେ ଶିଖି ପାରନ୍ତି ନାହିଁ । ଏହା ଛଡା ଜୀବନ ଆମକୁ ପାଠ ଛଡା ଜୀବନ ଜ୍ଞାନ ଦେଇଥାଏ ଯାହା ଶିଖିବା ବହୁତ ଆବଶ୍ୟକ ହୋଇଥାଏ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଆମ ଜୀବନ ସଫଳତା ପାଇଁ ଜୀବନରେ ଜ୍ଞାନ ସବୁଠାରୁ ଅଧିକ ମହତ୍ଵପୂର୍ଣ୍ଣ ଅଟେ । କେବଳ ବହି ପାଠ ପଢିଲେ କିଛି ହେବ ନାହିଁ ତାକୁ ଅସଲ ଜୀବନରେ କାର୍ଯ୍ୟରେ ଲଗାଇବାକୁ ମଧ୍ୟ ପଡିବ ।
3- ଯେତେବେଳେ କୌଣସି ମଣିଷ ନିଜ ଅସଫଳତାରୁ ଭାଙ୍ଗି ପଡିଥାଏ ସେହି ସମୟରେ ତାଙ୍କୁ ନିଜ ଆତ୍ମବିଶ୍ଵାସକୁ ସମ୍ଭାଳିବା ଉଚିତ, କାରଣ ଆପଣଙ୍କ ଆତ୍ମବିଶ୍ଵାସ ରହିଲେ ଆପଣ ବହୁତ କିଛି କରି ପାରିବେ ଓ ଆପଣ ନିଜ ଅସଫଳତାକୁ ସଫଳତାରେ ପରିଣତ କରିବାର ଶକ୍ତି ରଖନ୍ତୁ କେବଳ ନିଜ ଉପରେ ଓ ଭଗବାନଙ୍କ ଉପରେ ଭରସା ରଖି ନିଜ କାମ ନିଜେ କରି ଚାଲନ୍ତୁ ।
4- ନିଜକୁ କେବେ ଟେକିଂ ଫର ଗ୍ରାଣ୍ଟେଡ ନିଅନ୍ତୁ ନାହିଁ କିମ୍ବା କାହାକୁ ଖୁସି କରିବାର ଚେଷ୍ଟା କରନ୍ତୁ ନାହିଁ । କାହିଁକି ନା ଏମିତ କରିବା ଦ୍ଵାରା ଆପଣଙ୍କ ଆତ୍ମସମ୍ମାନ ଉପରେ ଆଞ୍ଚ ଆସିଥାଏ । ଏ ସବୁ କରିଲେ ଆପଣ ନିଜେ ନିଜକୁ ଭଲ ପାଇବା ଭୁଲିଯିବେ ଓ ଅନ୍ୟର ଖୁସି ପାଇଁ ନିଜ ଖୁସି ଭୁଲିଯିବେ ।
ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ