ଏହି ଶୋଇଲା ପ୍ରାଣୀ ମାନଙ୍କୁ ନିଦରୁ ଉଠାଇବା ଅର୍ଥ ନିଜ ବିପଦକୁ ନିଜେ ଡାକିବା…Chanakya Niti

ଆଚାର୍ଯ୍ୟ ଚାଣକ୍ୟ ନୀତି କେବଳ ଭାରତରେ ନୁହଁଁ ବାହାର ଦେଶରେ ମଧ୍ୟ ବହୁତ ପ୍ରସିଦ୍ଧି ଲାଭ କରିଛି । ଆଚାର୍ଯ୍ୟ ଚାଣକ୍ୟ ସମାଜକୁ ସଭ୍ୟ ବନେଇବା ପାଇଁ ବହୁତ ପ୍ରକାର ନୀତି ଏକ ଗ୍ରନ୍ଥରେ ଲେଖି ଯାଇଛନ୍ତି । ଯାହାକୁ ଚାଣକ୍ୟ ନୀତି ଗ୍ରନ୍ଥ ବୋଲି କୁହାଯାଇଥାଏ । ତେବେ ଚାଣକ୍ୟଙ୍କ କଥା ସବୁବେଳେ ମନୁଷ୍ୟ ପାଇଁ ହିତକର ହୋଇଥାଏ । ଚାଣକ୍ୟଙ୍କ ଅନୁଯାଇ ଏମିତି କିଛି ପ୍ରାଣୀ ଅଛନ୍ତି ଯାହାକୁ ନିଦରୁ ଉଠେଇବା ଉଚିତ ନୁହଁଁ ।ଏହି ପ୍ରାଣୀ ମାନଙ୍କୁ ନିଦରୁ ଉଠେଇବା ଅର୍ଥ ଆପଣଙ୍କ ନିଜେ ହିଁ ଅସୁବିଧାରେ ପଡିଯିବେ ।

ଅହିଂ ନୃପଂ ଚ ଶାର୍ଦୂଲଂ ବରଟିଂ ବାଲକଂ ତଥା। ପରଶ୍ୱାନଂ ଚ ମୂର୍ଖଂ ଚ ସପ୍ତ ସୁପ୍ତାନ୍ନ ବୋଧୟେତ୍।।

ଆପଣଙ୍କୁ ଆମେ ଚାଣକ୍ୟଙ୍କ ଏହି ଶ୍ଳୋକ ବିଷୟରେ କହିବୁ ତେବେ ଚାଣକ୍ୟଙ୍କ କହିବା ଅନୁଯାଇ ରାଜା ବା ଅଧିକାରୀକୁ ନିଦରୁ ଉଠେଇବା ଉଚିତ ନୁହଁଁ । ରାଜାଙ୍କୁ ନିଦରୁ ଉଠେଇବା ଅର୍ଥ ତାଙ୍କ କ୍ରୋଧର ଶିକାର ହବା । ତେବେ ସେହିପରି ଜଙ୍ଗଲର ରାଜା ସିଂହକୁ ଭୁଲରେ ବି ଉଠେଇବା କଥା ନୁହଁଁ ବା ଉଠେଇବା ପାଇଁ ପ୍ରୟାସ କରିବା ଉଚିତ ନୁହଁଁ । ସିଂହକୁ ଉଠେଇବା ଅର୍ଥ ମୃତ୍ୟୁ କୁ ଡାକେରା ଦବା ।

କୌଣସି ଶୋଇଥିବା ସାପକୁ ଉଠେଇବା ଉଚିତ ନୁହେଁ ନଚେତ ଉଠିବା ପରେ ପ୍ରଥମେ ସେ ଚୋଟ ମାରିଥାଏ ଯାହା ଫଳରେ କାହାର ଜୀବନ ମଧ୍ୟ ଯାଇପାରେ । ତେବେ ଛୋଟ ଛୁଆଙ୍କୁ କେବେ ନିଦରୁ ଉଠେଇବା ଉଚିତ ନୁହଁ ନଚେତ ତାଙ୍କୁ ସମ୍ଭାଳିବା କଷ୍ଟକର ହୋଇଯାଏ, ହିଂସ୍ର ପଶୁ ବା ବାହାର କୁକୁରକୁ ଉଠେଇବା ଉଚିତ ନୁହଁ, ଉଠିବା ପରେ ସେ ଆପଣଙ୍କ ଉପରେ ଆଘାତ କରି ପାରନ୍ତି ।

ମୂର୍ଖ ମଣିଷକୁ ନିଦରୁ ଉଠେଇବା ମଧ୍ୟ ଏକ ମୁର୍ଖାମି କାମ ଅଟେ, କାହିଁକିନା ମୂର୍ଖ ଲୋକଙ୍କ କଥା ବୁଝିବା ବହୁତ ବଡ ସମସ୍ୟା ଅଟେ, ମୂର୍ଖ ଲୋକ କାଥା ବୁଝନ୍ତି ନାହିଁ ଓ ଆପଣଙ୍କ ପାଇଁ ଘାତକ ସିଦ୍ଧ ହୁଅନ୍ତି । ତେବେ ଏଥର ଆପଣ ବୁଝି ଯାଇଥିବେ ଯେ ଚାଣକ୍ୟ କେଉଁ ମାନଙ୍କୁ ନିଦାରୁ ଉଠାଇବା ପାଇଁ ମନା କରିଛନ୍ତି, ସେଥିପାଇଁ ସାବଧାନ ରହିବେ ଓ ଏହି ସବୁ ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ପୋଷ୍ଟଟି ଭଲ ଲାଗିଥିବ । ତେବେ ଯଦି ଏହି ଲେଖାଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ