ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ବିଷୟରେ କିଏ ଅବା ଜାଣି ନାହିଁ । ସେ ଜଣେ ବହୁତ ବଡ ଜ୍ଞାନୀ ଥିଲେ ତାଙ୍କ ଦ୍ଵାରା ଲିଖିତ ଚାଣକ୍ୟ ନୀତି ଗ୍ରନ୍ଥ ଆଜି ମଧ୍ୟ ମାନବ କଲ୍ୟାଣକାରୀ ଅଟେ । ହେଲେ ଅନେକ ଲୋକ ତାହା ଅନୁଯାଇ କାର୍ଯ୍ୟ କରୁ ନାହାନ୍ତି ସେଥିପାଇଁ ତାଙ୍କ ଜୀବନ ବହୁତ ଜଟିଳ ହୋଇଯାଉଛି ଓ ସେଥିପାଇଁ ସେମାନେ ବହୁତ କଷ୍ଟ ଭୋଗ କରୁଛନ୍ତି । ତେବେ ଯେଉଁ ଲୋକ ସୁଖ, ଶାନ୍ତିର ଜୀବନ ବଞ୍ଚିବାକୁ ଚାହୁଁଥାଏ । ସେହି ଲୋକଙ୍କୁ ଆଚାର୍ଯ୍ୟ ଚାଣକ୍ୟ କହିଥିବା ଏହି ମହତ୍ଵପୂର୍ଣ୍ଣ ନୀତିକୁ ନିଜ ଜୀବନରେ ଆପଣାଇକୁ ପଡିବ । ଯାହାଦ୍ୱାରା ଆପଣଙ୍କ ଜୀବନ ଆହୁରି ସରଳ ଓ ସୁନ୍ଦର ହୋଇ ଉଠିବ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଆସନ୍ତୁ ଆଚାର୍ଯ୍ୟ ଚାଣକ୍ୟ କହିଥିବା ନୀତି ଏଠାରେ ଆଲୋଚନା କରିବା ।
1- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ କେବେ ମିଛ କହିବେ ନାହିଁ । ଆଚାର୍ଯ୍ୟ କହିଛନ୍ତି ଯେ ମିଛ କହୁଥିବା ବ୍ୟକ୍ତି କିଛି ଦିନ ପାଇଁ ଖୁସି ହୋଇ ରହିଥାଏ କିନ୍ତୁ ସତ କହୁଥିବା ବ୍ୟକ୍ତି କିଛି ଦିନର ଦୁଃଖ ପରେ ସବୁ ଦିନ ପାଇଁ ସୁଖ ପାଇଥାଏ ।
2- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଅପରିଷ୍କାର କପଡା ପିନ୍ଧିଥାଏ ଏବଂ ନିଜ ଶରୀରକୁ ପରିଷ୍କାର ପରିଚ୍ଛନ ରଖି ନଥାଏ । ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ କେବେ କୃପା କରନ୍ତି ନାହିଁ । ଏହାର ମୁଖ୍ୟ କାରଣ ମାତା ଲକ୍ଷ୍ମୀ ଅପରିଷ୍କାର ସ୍ଥାନରେ ରହିବାକୁ ପସନ୍ଦ କରନ୍ତି ନାହିଁ ।
3- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ରୋଷେଇ ଘରେ ଅଇଁଠା ବାସନ ଅଧିକ ସମୟ ପାଇଁ ପଡି ରହିଥାଏ । ସେହି ଘରୁ ମାତା ଅନ୍ନପୂର୍ଣା ଚାଲି ଯାଇଥାନ୍ତି ଆଉ ଜୀବନରେ ସେହି ଲୋକକୁ ଖାଇବା ପାଇଁ ମିଳି ନଥାଏ ।
4- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜୀବନରେ ଯେତେ ଖରାପ ସମୟ ଆସିଲେ ମଧ୍ୟ ଉଧାର କରନ୍ତୁ ନାହିଁ । ଯଦି ଆପଣଙ୍କୁ ଅସୁବିଧା ଅଛି ତେବେ ଯାହା ଠାରୁ ଟଙ୍କା ଆଣୁଛନ୍ତି ତାକୁ ଠିକ ସମୟରେ ଧନ ଫେରେଇ ଦିଅନ୍ତୁ, ନଚେତ ଆପଣଙ୍କୁ ଜୀବନରେ ଆହୁରି ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ ।
ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହିଭଳି ଭଲ ଭଲ ଜ୍ଞାନପୂର୍ଣ୍ଣ କଥା ପଢିବା ପାଇଁ ଆମ ପେଜକୁ ଲାଇକ୍ ଓ କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ