ଗାଡିରେ ବସିଲେ ବାନ୍ତି ସମସ୍ଯା କ’ଣ ଆପଣଙ୍କର ରହିଛି କି ! ତେବେ ଏହି ଉପାୟ ଦ୍ଵାରା ବାନ୍ତି ପ୍ରୋବ୍ଲେମକୁ ଦୂର କରନ୍ତୁ ।

ବନ୍ଧୁଗଣ ନୂଆ ନୂଆ ଜାଗା ବୁଲିବାକୁ କିଏ ଅବା ପସନ୍ଦ କରେ ନାହିଁ । ବିଶେଷ କରି ଯେଉଁ ମାନଙ୍କର ବୁଲାବୁଲି କରିବାର ଅଧିକ ସୌକୀନ ରହିଥାଏ । ସେମାନେ ମଝିରେ ମଝିରେ ଏଞ୍ଜୟ କରିବା ପାଇଁ କୌଣସି ନୂଆ ନୂଆ ସ୍ଥାନକୁ ବୁଲିବା ପାଇଁ ବାହାରି ପଡିଥାନ୍ତି । ହେଲେ ବୁଲାବୁଲି କରିବା କଥା ତ ଠିକ ଅଛି । ହେଲେ ଗାଡିରେ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ କିଛି ଲୋକଙ୍କର ବାନ୍ତି ହେବା ଭଲ ସମସ୍ଯା ରହିଥାଏ ।

ଯେଉଁ କାରଣରୁ ସେହି ବାନ୍ତି ସମସ୍ଯା ଥିବା ଲୋକଙ୍କର ଅନେକ ସମୟରେ ବୁଲାବୁଲି କରିବାର ଆଶା ଟି ଆଶାରେ ହିଁ ରହିଜାଇଥାଏ । କାରଣ ଗାଡିରେ କୁଆଡେ ଯିବା ସମୟରେ ଯଦି ବାନ୍ତି ହୋଇଯାଏ । ତେବେ ପୁରା ଯାତ୍ରାଟି ଖରାପ ହୋଇଯିବା ଭଳି ଲାଗିଥାଏ । ତେବେ ଏଥିରୁ ରକ୍ଷା ପାଇବାକୁ ଆମେ ଆମ ପାଖରେ ଅନେକ ଔଷଧ ନେଇଯାଉ। କିନ୍ତୁ ଏହା କିଛି ସମୟରେ କାମ କରୁଥିବା ବେଳେ ଅନେକ ସମୟରେ କାମ କରିନଥାଏ । ଏଥିପାଇଁ ଯାତ୍ରା ପୂର୍ବରୁ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ।

ଆଜି ଆମେ ଆପଣଙ୍କୁ କହିବୁ ସେମିତି କିଛି ଜିନିଷ ଯାହାକୁ ଆପଣ ଗାଡ଼ିରେ ଯିବା ପୂର୍ବରୁ ଖାଇବା ବା ପିଇବା ଅନୁଚିତ।

୧- ଅଧିକ ଲୁଣ ଜାତୀୟ ପଦାର୍ଥକୁ ଗାଡ଼ିରେ ଯିବା ପୂର୍ବରୁ ଖାଆନ୍ତୁ ନାହିଁ। ଏହିସବୁ ଜିନିଷ ଖାଇବା ଦ୍ୱାରା ଗାଡ଼ିରେ ଯିବା ବେଳେ ବାନ୍ତି ହୋଇଥାଏ।

୨- ଚିପସ କିମ୍ବା ଛଣା ଖାଦ୍ୟ ଜିନିଷକୁ ଖାଇ ଲୋକେ ଟ୍ରାଭେଲ ସମୟର ବୋରନେସକୁ କମେଇଥାନ୍ତି। କିନ୍ତୁ ଏହିସବୁ ଖାଇବା ଦ୍ୱାରା ଦେହରୁ ଜଳୀୟ ଅଂଶ କମିବା ସହ ପେଟରେ ଗ୍ୟାସ ହୋଇଥାଏ ଏବଂ ବାନ୍ତି ହେବାର ସମ୍ଭାବନା ରହିଥାଏ।

୩- ଯାତ୍ରା ସମୟରେ ଚାହା କଫି ପିଇବା ବି ବାନ୍ତି ହେବାର କାରଣ ହୋଇଥାଏ। ଏହିସବୁ ଜିନିଷରେ ଅଧିକ ମାତ୍ରାରେ କେଫିନ ରହିଛି ଯାହା ପିଇବା ପରେ ଗାଡ଼ିରେ ଯାତ୍ରା କରିବା ଆମ ସ୍ୱାସ୍ଥ୍ୟପ୍ରତି ହାନିକାରକ ଅଟେ।

୪- ଗାଡ଼ିରେ ଯିବା ସମୟରେ ବାନ୍ତି ହେବାର ଆଉ ଏକ କାରଣ କୋଲଡ଼ ଡ୍ରିଙ୍କସ ପିଇବା ହୋଇଥାଏ। କୋଲଡ଼ ଡ୍ରିଙ୍କସରେ ମଧ୍ୟ କେଫିନର ଉପସ୍ଥିତି ରହିଛି। ଏହା ବ୍ୟତୀତ ଏଥିରେ ଥିବା ସୋଢା ପେଟରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

ବନ୍ଧୁଗଣ ଆଶା କରୁଛୁ । ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ସହ ଭଲ ଭଲ ଅପଡେଟ ପାଇବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।