ଗୃହର କେଉଁ କୋଣରେ ଆଲମୀରା ରଖିଲେ ଟଙ୍କା, ପଇସା ବଢିଥାଏ ? Vastu tips

ବନ୍ଧୁଗଣ ଗୃହର ସୁଖ ସମୃଦ୍ଧି ହେଉ ବୋଲି ସମସ୍ତେ ଚାହିଁଥାନ୍ତି । ତେବେ ଗୃହରେ ଧନ ବୃଦ୍ଧି କରିବା ସହ ଘରୁ ସବୁ ପ୍ରକାର ଅଶାନ୍ତିକୁ କିପରି ଦୂର କରିବେ ? ଏହି ସମ୍ପର୍କରେ ଆଜି ଆମେ ଆପଣଙ୍କୁ କେତେକ ମହତ୍ଵପୂର୍ଣ୍ଣ ବାସ୍ତୁ ଟିପ୍ସ ଜଣାଇବାକୁ ଯାଉଛୁ । ଯାହା ଅନୁସାରେ ଆପଣ କାର୍ଯ୍ୟ କରିଲେ । ଆପଣଙ୍କ ଘରୁ ସବୁ ପ୍ରକାର ଗୃହକ୍ଲେଶ ଦୂର ହୋଇବା ସହ ଘରେ ଧନସମ୍ପତ୍ତି ବଢିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହରେ ଧନ ବୃଦ୍ଧିର ଉପାୟ ଓ କିପରି କରିବେ ଅଶାନ୍ତିର ପ୍ରତିକାର ଆସନ୍ତୁ ଜାଣିବା ।

ଗୃହରେ ଧନ ବୃଦ୍ଧି କରିବା ପାଇଁ ଗୃହର ନୈରୁତ କୋଣରେ ଆଲମୀରା ରଖନ୍ତୁ । ସେହି ଆଲମୀରାରେ 11 ଟି ଲକ୍ଷ୍ମୀ କଉଡି, ଶ୍ରୀଜନ୍ତ୍ର ମୋତି ଶଙ୍ଖ ବିଧିବିଧାନରେ ପୂଜା କରି ସ୍ଥାପନ କରନ୍ତୁ ।

ଧନ ବୃଦ୍ଧି କରିବାର ଆଉ ଏକ ମହତ୍ଵପୂର୍ଣ୍ଣ ଉପାୟ ଆପଣଙ୍କୁ କହିବୁ । ତାହା ହେଉଛି ପୂର୍ଣ୍ଣିମା ଦିନ ସକାଳ 9 ଟା 30 ରୁ 12 ଟା 30 ମଧ୍ୟରେ ଅଶ୍ଵଥ ବୃକ୍ଷ ମୂଳରେ ଗଙ୍ଗା ଜଳ, କ୍ଷୀର, ଗୁଡ, ରାଶି, ମହୁ, ଗୋଲାପ ଜଳ ଦେଲେ । ଗୃହରେ ଧନ ବୃଦ୍ଧି ହୋଇଥାଏ ।

ଘରେ ପ୍ରତିଦିନ ସକାଳ ଓ ସନ୍ଧ୍ଯାରେ ବଜରଙ୍ଗ ବାଣ ପାଠ କରିଲେ । ଘରୁ ଅଶାନ୍ତି ଦୂର ହୋଇଥାଏ ।

ଘରକୁ ସଫାସୁତରା ରଖିବା ସହିତ ଘରେ ପାଣି ଟ୍ୟାପକୁ ଠିକ ଭାବେ ରଖିଲେ । ଏଥିସହ ଅଯଥାରେ ପାଣି କେବେବି ନଷ୍ଟ କରନ୍ତୁ ନାହିଁ । ଘରର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିଥାଏ ।

ପ୍ରତ୍ଯେକ ଦିନ ସକାଳ ଓ ସନ୍ଧ୍ଯାରେ ପଞ୍ଚଧୂପ ତଥା ଝୁଣା, ଗୁଗୁଳ, ଘିଅ, ଗୁଡ, ମିଶିରି ମିଶାଇ ଠାକୁର ଘରେ ଧୂପ ଦିଅନ୍ତୁ ।

ସକାଳୁ ଗୃହର ମୁଖ୍ୟ ମହିଳା ସମସ୍ତଙ୍କ ମଥାରେ ଚନ୍ଦନର ଟୀକା ଲଗାଇଲେ । ଘରୁ ଅଶାନ୍ତି ଦୂର ହୋଇଥାଏ ।

ପ୍ରତ୍ଯେକ ଦିନ ସକାଳୁ ତୁଳସୀ ଗଛ ମୂଳରେ ପାଣି ଦେଇ ପୂଜା କରନ୍ତୁ । ଏଥିସହ ତୁଳସୀ ଜଳକୁ ପ୍ରତ୍ଯେହ ପାନ କଲେ । ଗୃହରୁ ଅଶାନ୍ତି ଦୂର ହୋଇଥାଏ ।

ତେବେ ଏହିସବୁ ବାସ୍ତୁ ଟିପ୍ସକୁ ମାନି ଗୃହରେ କାର୍ଯ୍ୟ କଲେ । ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ । ଏଥିସହ ଘରୁ ଅଶାନ୍ତି ଓ ଗୃହକ୍ଳେଶ ମଧ୍ୟ ଦୂର ହୋଇଥାଏ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ ।