ବନ୍ଧୁଗଣ ସବୁ ପ୍ରକାର ଫଳମୂଳ ଖାଇବା ସ୍ଵାସ୍ଥ ପାଇଁ ହିତକର ଅଟେ । କାରଣ ସେଥିରୁ ସବୁ ଆମ ଶରୀରକୁ ବିଭିନ୍ନ ପ୍ରକାର ପୋଷକ ତତ୍ଵ ମିଳିଥାଏ । ତେବେ ସମସ୍ତ ଫଳ ମଧ୍ୟରୁ ସେଓ ମଧ୍ୟ ବହୁତ ଭଲ ଏକ ଫଳ ହୋଇଥାଏ । ଯାହାକୁ ଖାଇବା ଦ୍ଵାରା ସେଥିରେ ଥିବା ଅନେକ ପ୍ରକାର ଭିଟାମିନ, ମିନେରାଲ ଓ ଫାଇବର ଆମକୁ ମିଳିପାରିଥାଏ । ଜଣେ ସୁସ୍ଥ ଲୋକ ଯେକୌଣସି ସମୟରେ ମଧ୍ୟ ସେଓର ସେବନ କରିପାରିବ ।
ସେଓ ଖାଇବାର ସବୁଠାରୁ ଭଲ ସମୟ ହେଉଛି ସକାଳର ବ୍ରେକଫାଷ୍ଟ ସମୟରେ ସେଓକୁ ଆରାମରେ ଖାଇପାରିବେ । ସନ୍ଧ୍ଯା ସମୟରେ ସେଓକୁ ଖାଇବା ଦ୍ଵାରା ଏହା ହଜମ ହେବାରେ ବଡି ମଧ୍ୟରେ ବ୍ୟାଘାତ ସୃଷ୍ଟି ହୋଇପାରେ । ବହୁତ ଲୋକ ସେଓକୁ ବିନା ଚୋପାରେ ଖାଇବାକୁ ପସନ୍ଦ କରିଥାନ୍ତି । ସେଓ ଖାଇବାର ଯଦି ସଠିକ ଫାଇଦା ପାଇବା ପାଇଁ ଚାହୁଁଥାନ୍ତି । ତେବେ ସେଓକୁ ଚୋପା ସହିତ ହିଁ ଖାଇବା ଉଚିତ । କାରଣ ସେଓର ଚୋପାରେ ଭିଟାମିନ ଓ ଫାଇବର ମହଜୁଦ ରହିଥାଏ । ସେଓକୁ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ କିମ୍ବା ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଖାଇବା ଉଚିତ ।
ଯେଉଁ ମାନଙ୍କର କୋଷ୍ଠକାଠିନ୍ୟ ଭଳି ସମସ୍ଯା ରହୁଥାଏ । ସେମାନେ ପ୍ରତିଦିନ ବ୍ରେକଫାଷ୍ଟରେ ଗୋଟିଏ ଲେଖା ସେଓ ଖାଇବାର ଅଭ୍ଯାସ ରଖିବା ଉଚିତ । ରାତିରେ ଶୋଇବା ପୂର୍ବରୁ ସେଓ ଖାଇକି ଶୋଇବା ଅନୁଚିତ । ଏପରି କରିବା ଦ୍ଵାରା ଖାଦ୍ୟର ହଜମ ପ୍ରକ୍ରିୟାରେ ବାଧା ଆସିଥାଏ ।
ସେଓକୁ କେବେ ମଧ୍ୟ କ୍ଷୀର କିମ୍ବା ଦହି ସହ ମିଶାଇ ଖାଇବା ଉଚିତ ନୁହେଁ। ସେଓ ଖାଇବା ସମୟରେ ବା ସେଓ ଖାଇବାର ସଙ୍ଗେ ସଙ୍ଗେ ମୂଳା ଖାଉଥାନ୍ତି । ତେବେ ଏହା ଦ୍ଵାରା ବ୍ୟକ୍ତିର ଶରୀରରେ ଧଳା ଧଳା ଦାଗ ହୋଇଯିବାର ସମ୍ଭାବନା ରହିଥାଏ ।
ସେଓ ଖାଇବାର ସଙ୍ଗେ ସଙ୍ଗେ ଖଟା ଜାତୀୟ ଖାଦ୍ୟର ସେବନ କରିବା ଅନୁଚିତ । ସେଓ ଖାଇକି ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ହୋଇନଥାଏ । ନଚେତ ଶରୀରରେ କଫ ଜମିଥାଏ । ତେଣୁ ସେଓ ଖାଇବାର ୧ ଘଣ୍ଟା ପରେ ପାଣି ସେବନ କରିବା ଉଚିତ । ଯେଉଁ ମାନଙ୍କର ପ୍ରାୟ ଜିନିଷ ଖାଇବାରେ ଆଲର୍ଜୀ ରହୁଥାଏ । ସେମାନେ ସେଓ ଖାଇବା ସମୟରେ ଅଧିକ ସଚେତନ ରହିବା ଉଚିତ ।
ଡାଇବେଟିସ ରୋଗୀ ମଧ୍ୟ ସେଓ ଖାଇପାରିବେ କିନ୍ତୁ ଏହାର ବହୁଳ ସେବନ କରିବା ସ୍ଵାସ୍ଥ ପକ୍ଷେ ହାନୀକରକ ହୋଇପଡିବ । ହିମୋଗ୍ଲୋବିନ ଅଭାବରେ ଯେଉଁ ମାନଙ୍କ ଶରୀରରେ ରକ୍ତର ଅଭାବ ରହିଥାଏ । ସେମାନେ ସେଓ ଖାଇବା ଉଚିତ । ଯାହା ଦ୍ଵାରା ଶରୀରରେ ରକ୍ତ ମାତ୍ରା ବୃଦ୍ଧି ହୋଇଥାଏ । ତେବେ ସେଓ ଖାଇବା ସମୟରେ ଏହି ସବୁ ନିୟମ ମାନି ଖାଇବା ଉଚିତ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ