ବନ୍ଧୁଗଣ ଝିଅ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ବାହା ହେବା ପୂର୍ବରୁ କୁଆଁରୀ ଝିଅ ମାନେ ନିଜ ବାପଘରର ଲକ୍ଷ୍ମୀ ହୋଇଥିବା ବେଳେ ବାହା ହୋଇକି ଶାଶୁ ଘରକୁ ଗଲେ, ସେଠିକାର ଲକ୍ଷ୍ମୀ ହୋଇଯାଇଥାନ୍ତି । ହେଲେ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ସେମାନଙ୍କର ଗୁଣ, ବ୍ୟବହାର, ଆଚାର ଓ ବିଚାର ଲକ୍ଷ କରି ୪ ଭାଗରେ ବିଭକ୍ତ କରାଯାଇଛି । ଯଥା ନାରୀ ମାନଙ୍କର ୪ ଟି ରୂପ ହେଉଛି ପଦ୍ମିନୀ, ହସ୍ତିନୀ, ଚିତ୍ରିଣୀ ଓ ଶଙ୍ଖିନୀ । ନାରୀ ମାନଙ୍କର ଭଲ ଗୁଣ ଦ୍ଵାରା ସେ ଘରକୁ ସ୍ଵର୍ଗ ବନାଇ ଦେଇପାରନ୍ତି । ଅନ୍ୟ ପକ୍ଷରେ ନାରୀଙ୍କର ଖରାପ ଗୁଣ ଦ୍ଵାରା ସେ ଘରକୁ ନର୍କ ମଧ୍ୟ ବନେଇ ଦେଇପାରନ୍ତି ।
ନାରୀଙ୍କର ଏହି ୪ ଟି ରୂପରୁ ପଦ୍ମିନୀ ସ୍ଵଭାବର ନାରୀଙ୍କୁ ଶାସ୍ତ୍ରରେ ସର୍ବଶ୍ରେଷ୍ଠ ମାନ୍ୟତା ଦିଆଯାଇଛି । ଏପରି ନାରୀ ଦୁନିଆରେ ବହୁତ କମ୍ ସଂଖ୍ୟକ ଦେଖିବାକୁ ମିଳିଥାନ୍ତି । ଏପରି ଝିଅଙ୍କୁ ବିବାହ କରିବା ଦ୍ଵାରା ପୁରୁଷଙ୍କର ଭାଗ୍ୟ ବଦଳି ଯାଇଥାଏ । ପଦ୍ମିନୀ ସ୍ଵଭାବର ନାରୀ ମାନେ ସରଳ, ବିଶ୍ଵାସୀ, ପରଉପକରୀ, ସଂସ୍କାରୀ ଓ ଧାର୍ମିକ ମନ ବୃତ୍ତି ଥିବା ନାରୀ ଅଟନ୍ତି । ଏପରି ନାରୀ ମାନେ ଉଭୟ ବାପ ଘର ଓ ଶାଶୁ ଘରର ହିତକାରିଣୀ ହୋଇଥାନ୍ତି । ଏହି ନାରୀ ମାନେ ଅତ୍ୟନ୍ତ ସୁନ୍ଦରୀ ଓ ଏମାନଙ୍କ ଶରୀରରୁ ପଦ୍ମ ଫୁଲର ମହକ ଆସୁଥାଏ ତେଣୁ ଏମାନଙ୍କୁ ପଦ୍ମିନୀ ନାରୀର ଆକ୍ଷା ମିଳିଥାଏ ।
ଦିତୀୟରେ ଯେଉଁ ନାରୀ ମାନେ ଚିତ୍ରିଣୀ ସ୍ଵଭାବର ହୋଇଥାନ୍ତି । ସେମାନେ ପତିବ୍ରତା ନାରୀ ହୋଇଥାନ୍ତି । ଏମାନେ ନିଜ ସ୍ଵାମୀକୁ ବହୁତ ଅଧିକ ଭଲ ପାଇଥାନ୍ତି । ଏମାନେ ଅନ୍ୟକୁ ସ୍ନେହ ଆଦର କରିଥାନ୍ତି । ଏହି ଝିଅ ମାନେ ନିଜକୁ ସୁସଜ୍ଜିତ କରି ରଖିବାକୁ ଅଧିକ ରୁଚି ରଖିଥାନ୍ତି । ଏମାନଙ୍କର ଭୋଗବିଳାସ କରିବାରେ ଅଧିକ ମନ ରଖିନଥାନ୍ତି । ଏହି ଝିଅ ମାନେ ପରିଶ୍ରମ କମ୍ କରିଥାନ୍ତି ସତ କିନ୍ତୁ ବିଚକ୍ଷଣ ବୁଦ୍ଧି ଏହି ଝିଅ ମାନଙ୍କ ପାଖରେ ଥାଏ ।
ତୃତୀୟରେ ଶଙ୍ଖିନୀ ଜାତିର ମାନେ ଲମ୍ବା ଶରୀର ଧାରୀ ହୋଇଥାନ୍ତି । ଏପରି ଝିଅ ମାନେ ରାଗୀ ସ୍ଵଭାବର ହୋଇଥାନ୍ତି । ଏମାନେ ଛୋଟ ଛୋଟ କଥାରେ ଚିଡିଚିଡି ସ୍ଵଭାବର ହୋଇଯାଇଥାନ୍ତି । ଏମାନେ ବହୁତ ଶୀଘ୍ର କୌଣସି କାର୍ଯ୍ୟରେ ସନ୍ତୁଷ୍ଟ ହୋଇନଥାନ୍ତି । ଏହି ଝିଅ ମାନେ ନିଜ ଜୀବନକୁ ଭଲ ଭାବେ ଉପଭୋଗ କରିବାରେ ଇଛା ରଖିଥାନ୍ତି । ଏହି ଝିଅମାନେ ଅନ୍ୟର ଚୁଗୁଲାମୀ କରିବାରେ ମାହିର ହୋଇଥାନ୍ତି ।
ଚତୁର୍ଥରେ ହସ୍ତିନୀ ଜାତିର ଝିଅମାନେ କୌଣସି ଏକ ପ୍ରକାର ସ୍ଵଭାବର ହୋଇରହିନଥାନ୍ତି । ଏହି ନାରୀ ବିଭିନ୍ନ ସମୟରେ ନିଜର ରୂପ, ଗୁଣ ବଦଳାଇଥାନ୍ତି। ଏହି ଝିଅ ମାନେ ମିଳାପୀ ପ୍ରକୃତିର ହେବା ସହିତ କଥା କଥାରେ ହସିଥାନ୍ତି । ଏହି ଝିଅ ମାନଙ୍କୁ ସୁନ୍ଦର ଓ ଗୁଣବାନ ସ୍ଵାମୀ ମିଳିଥାନ୍ତି । ଏହି ଝିଅ ମାନେ ପୂଜାପାଠରେ ଏତେ ମାତ୍ରାରେ ବିଶ୍ବାସ କରିନଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।