କେଉଁ ଜିନିଷ ଘରେ ରଖିଲେ ଧନ ବଢିଥାଏ ! ବନ୍ଧୁଗଣ ଜୀବନକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଧନର ଆବଶ୍ୟକତା ରହିଥାଏ । ବହୁତ ଲୋକ ଧନ ରୋଜଗାର କରିଥାନ୍ତି ସତ । ହେଲେ ତାଙ୍କର ଅର୍ଜିତ ଧନକୁ ସେ ଠିକ ଭାବେ ଖର୍ଚ କରି ସେଥିରୁ କିଛି ସଞ୍ଚୟ କରିପାରିନଥାନ୍ତି । ତେଣୁ ସେହି ବ୍ୟକ୍ତିର ଅଯଥା ଖର୍ଚ ହେଉଥିବାରୁ ସେହି ବ୍ୟକ୍ତି ଓ ତାହାର ପରିବାରକୁ ବହୁ ଆର୍ଥିକ ସମସ୍ଯାର ସାମ୍ନା କରିବାକୁ ଜୀବନରେ ପଡିଥାଏ ।
ଆପଣଙ୍କର ଅଯଥା ଖର୍ଚ ପାଇଁ ଆପଣଙ୍କ ଘରେ ଥିବା ନକରାତ୍ମକ ଊର୍ଜା ହିଁ ଦାୟୀ ରହିଥାନ୍ତି । ଯାହା ଯୋଗୁ ଆପଣ ବାରମ୍ବାର ଏଭଳି ଅଯଥା ଖର୍ଚାନ୍ତରେ ପଡି ହଇରାଣ ହୋଇଥାନ୍ତି । ତେଣୁ ଘରୁ ନେଗେଟିଭ ଏନର୍ଜି ବାହାର କରି ସକାରାତ୍ମକ ବା ପଜିଟିଭ ଶକ୍ତିର ସଂଚାର ପାଇଁ ଘରକୁ ଆଣନ୍ତୁ ଏହି 5 ଗୋଟି ଜିନିଷ ଯାହା ନିଜେ ଭଗବାନ ଶ୍ରୀକୃଷ୍ଣ କହିଅଛନ୍ତି ।
1- ଘରେ ଚନ୍ଦନ ପେଡି ଓ ଚନ୍ଦନ କାଠ ରଖନ୍ତୁ । ଏହାକୁ ରଖିବା ଦ୍ଵାରା ଘରର ପରିବେଶ ଶାନ୍ତ ରହିବା ସହ ଘରେ ପଜିଟିଭ ଊର୍ଜାର ସଂଚାର ହୋଇଥାଏ । ଏଥିସହ ବ୍ୟକ୍ତି ଅଯଥା ଖର୍ଚରୁ ମଧ୍ୟ ମୁକୁଳିପାରିଥାଏ ।
2- ଘରେ ବୀଣା ରଖନ୍ତୁ । ବୀଣା ହେଉଛି ମାତା ସରସ୍ଵତୀଙ୍କର ଏକ ବାଦ୍ୟଜନ୍ତ୍ର । ମାତା ସରସ୍ଵତୀ ବିଦ୍ୟା ଓ ସମୃଦ୍ଧିର ଦେବୀ ଅଟନ୍ତି । ତେଣୁ ଘରେ ବୀଣା ରଖିବା ଦ୍ଵାରା ଘରର ସମୃଦ୍ଧି ହେବା ସହ ଘର ପିଲା ମାନଙ୍କର ପାଠ ମଧ୍ୟ ଭଲ ହୋଇଥାଏ ।
3- ଭଗବାନ ଶ୍ରୀକୃଷ୍ଣଙ୍କୁ ଘିଅ ବହୁତ ପସନ୍ଦ ହୋଇଥାଏ । ଆପଣ ଘରେ କିଛି ଘିଅ ଆଣି ରଖନ୍ତୁ । ଏଥିସହ ମଝିରେ ମଝିରେ ଘିଅର ସେବନ କରନ୍ତୁ । ଏଥିସହ ଘିଅରେ ଘରର ଠାକୁର ଘରେ ଘିଅ ଦୀପ ପ୍ରଜ୍ୱୋଳନ କରନ୍ତୁ । ଏହାଦ୍ବାରା ଘରର ଆର୍ଥିକ ସ୍ଥିତି ଦୃଢ ହୋଇଥାଏ ।
4- ଜଳ ବିନା ଜୀବନ ବଞ୍ଚିବା ଅସମ୍ଭବ କାର୍ଯ୍ୟ ହୋଇଥାଏ । ଠାକୁର ଘରେ ଠାକୁରଙ୍କ ନିକଟରେ ଏକ ପିତ୍ତଳର ପାତ୍ରରେ ଜଳ ଭର୍ତ୍ତି କରି ସବୁଦିନ ରଖନ୍ତୁ । ରୋଷେଇ ଘର ହେଉ କି ଗାଧୁଆ ଘର ସବୁ ସ୍ଥାନରେ ବାଲଟି ପରିଷ୍କାର ଜଳ ଭର୍ତ୍ତି କରି ରଖନ୍ତୁ । ଘରର ଆସୁଥିବା ଅତିଥିଙ୍କୁ ନିଶ୍ଚୟ ପାଣି ପିଇବାକୁ ଦିଅନ୍ତୁ । ଏହି ସବୁ କାର୍ଯ୍ୟ ଦ୍ଵାରା ଘରେ ବଡ ଆର୍ଥିକ ସଙ୍କଟ କେବେବି ଦେଖିବାକୁ ମିଳିନଥାଏ ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ବନ୍ଧୁଗଣ ବିଲକୁଲ ବି ଭୁଲିବେ ନାହିଁ । ଧନ୍ୟବାଦ