କ’ଣ ଆପଣ ବି ଫୁଲ ତୋଳିବା ବେଳେ କରୁଛନ୍ତି ଏହି ବଡ ଭୁଲ୍ ! ଫୁଲ ତୋଳିବାର ଠିକ ନିୟମ ବିଷୟରେ ଜାଣନ୍ତୁ…

ବନ୍ଧୁଗଣ ଠାକୁରଙ୍କ ପୂଜା ପାଇଁ ପ୍ରତିଦିନ ଫୁଲର ଆବଶ୍ୟକତା ରହିଥାଏ । ଫୁଲ ଦେଇ ଭଗବାନଙ୍କୁ ପୂଜା କରିବା ଦ୍ଵାରା ଠାକୁର ଘର ବହୁତ ସୁନ୍ଦର ଦେଖାଯାଇଥାଏ । ଯାହାକୁ ଦେଖି ମନ ଆନନ୍ଦିତ ହୋଇଯାଇଥାଏ । ତେବେ ଆମେ ମାନେ ପ୍ରତିଦିନ ସକାଳୁ ଉଠି ଠାକୁର ପୂଜା କରିବା ପାଇଁ ଫୁଲ ତୋଳିଥାଉ । ହେଲେ ଅନେକ ସମୟରେ ଅନେକ ଲୋକ ଠାକୁରଙ୍କ ପାଇଁ ଫୁଲ ତୋଳିବା ସମୟରେ କିଛି କିଛି ଜାଣତ ଅଜାଣତରେ ଭୁଲ କରି ବସିଥାନ୍ତି । ଯାହା ଦ୍ଵାରା ତାଙ୍କର ଫାଇଦା ବଦଳରେ ଅନର୍ଥ ହେବାର ସମ୍ଭାବନା ରହିଥାଏ ।

ତେଣୁ ପ୍ରତିଦିନ ଫୁଲ ତୋଳିବା ସମୟରେ କେଉଁ ସବୁ ନିୟମ ଧ୍ୟାନରେ ରଖି ଫୁଲ ତୋଳଯାଇଥାଏ ଚାଲନ୍ତୁ ଜାଣିବା । ବନ୍ଧୁଗଣ ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ ? ଯେ ଫୁଲକୁ ସ୍ନାନ କରିକି ନା ଅଗାଧୁଆ ତୋଳିବା ଉଚିତ ! ତେବେ ବହୁତ ଲୋକଙ୍କ କହିବା ମୁତାବିକ ଫୁଲକୁ ଅଗାଧୁଆ ତୋଳିବା ଉଚିତ । କାରଣ ଯଦି ବ୍ୟକ୍ତି ତାହାର ସକାଳର ସବୁ କାର୍ଯ୍ୟ ସାରି ସ୍ନାନ ଆଦି ସାରି ବିଳମ୍ବରେ ଫୁଲ ତୋଳିବାକୁ ଯାଇଥାନ୍ତି ।

ତେବେ ଫୁଲରେ ସୂର୍ଯ୍ୟ କରଣ ପଡି ତାହା ମଉଳି ଯାଇଥାଏ । ଏହାଛଡା ଫୁଲରେ ଭଅଁର ମଧ୍ୟ ବସିଯାଇଥାନ୍ତି । ତେଣୁ ଏଭଳି କିଛି ନୀତିର ପ୍ରଣୟନ କରାଯାଇଥିଲା । ଯେ ପ୍ରତ୍ଯେକ ବ୍ୟକ୍ତି ସ୍ନାନ ନସାରି କେବଳ ଧୁଆଧୁଇ ହୋଇ ପରିଷ୍କାର ଭାବେ ପ୍ରଥମେ ଫୁଲ ତୋଳିନେବା ଉଚିତ । ହେଲେ ଯଦି ଅଗାଧୁଆ ଫୁଲ ତୋଳୁଥାନ୍ତି । ତେବେ ରାତିରେ ପିନ୍ଧିକି ଶୋଇଥିବା ବସ୍ତ୍ରରେ କେବେବି ଫୁଲ ତୋଳନ୍ତୁ ନାହିଁ । ସବୁବେଳେ ମନେ ରଖନ୍ତୁ, ଅଗାଧୁଆ ହେଲେ ବି ହାତ,ଗୋଡ, ମୁହଁ ଧୋଇ ଧୁଆ ପୋଷାକ ପିନ୍ଧି ଫୁଲ ତୋଳନ୍ତୁ ।

ବହୁତ ଲୋକ ଅଗାଧୁଆ ଫୁଲ ତୋଳିସାରୀ ସେଥିରେ ପାଣି ଛିଞ୍ଚି ଫୁଲ ଧୋଇ ଦେଇଥାନ୍ତି । ହେଲେ ସେହି ଫୁଲରେ ପାଣି ସିଂଚନ କାମ ଆପଣ ସ୍ନାନ କରି ସାରି କରିବାକୁ ଚେଷ୍ଟା କରନ୍ତୁ । ନଚେତ ଫୁଲ ମାରା ହୋଇଯାଇଥାଏ । ହେଲେ ଯେଉଁ ମାନେ ସ୍ନାନ କରି ସାରି ଫୁଲ ତୋଳିବକୁ ଚାହୁଁଥାନ୍ତି । ତେବେ ସ୍ନାନ କରି ସାରି ଫୁଲ ତୋଳିବାରେ ମଧ୍ୟ କିଛି ବାରଣ ଶାସ୍ତ୍ରରେ ନଥାଏ । ସେମାନେ ସ୍ନାନ ସାରି ଶୁଦ୍ଧ ହୋଇ ଉଲ ତୋଳିପାରିବେ ।

କୌଣସି ଫୁଲକୁ କଢ ଥିବା ଅବସ୍ଥାରୁ ତୋଳି ଆଣି ଫୁଲ ଫୁଟିବା ପରେ ପୂଜା ପାଇଁ ଆଗୁଆ ରଖନ୍ତୁ ନାହିଁ । କାରଣ ସେହି ଫୁଲ ସବୁ ବାସୀ ହୋଇଯାଇଥାଏ । କେବଳ ପଦ୍ମ ଓ ସ୍ଵର୍ଣ୍ଣଚମ୍ପା ଫୁଲ ଆଗୁଆ ତୋଳି ରଖିଦେଇଥିଲେ । ତାହା ବାସି ହୋଇନଥାଏ ।

ଫୁଲକୁ କେବେବି କାହା ବାରୀରୁ ଚୋରୀ କରି ଆଣି ପୂଜା କରନ୍ତୁ ନାହିଁ । ଯଦି ଫୁଲ ନେବାକୁ ଚାହୁଁଥାନ୍ତି । ତେବେ ଫୁଲ ଗଛ ଲଗାଇ ଥିବା ଉକ୍ତ ବ୍ୟକ୍ତିଙ୍କୁ ପଚାରି ଫୁଲ ତୋଳି ପୂଜା କରନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ