ବର୍ଷା ଙ୍କ ପାଇଁ ଅନୁଭବ ଙ୍କ ଭଲ ପାଇବା ମିଛ ଥିଲା, ଲଗେଇ ଦେଲେ ଛାଡପତ୍ର ର କଳଙ୍କ ।

ନମସ୍କାର ବନ୍ଧୁଗଣ । ବିବାହ ବିଛେଦ ଖବର ଜାଣିବା ପରେ ତୁମେ ନିଶ୍ଚୟ ଖୁସି ଥିବ । ଶୁଣିବାକୁ ପାଇଲି ତୁମେ ପୁଣି ଥରେ ନୂଆ ଜୀବନ ଗଢିବାକୁ ପ୍ରସ୍ତୁତ ଅଛ । ଆମର ଏ ଯାଏଁ ବିବାହ ବିଛେଦ ହୋଇନି । କିନ୍ତୁ ତୁମେ ଦ୍ଵିତୀୟ ବିବାହ ପାଇଁ ମନସ୍ଥ କରି ସାରିଲାଣି । ଆଉ ଗୋଟେ ମାସ ପରେ ଆମ ବାହାଘରକୁ ପୁରା 10 ବର୍ଷ ପୁରିଯିବ । ଆଉ ତା ପୂର୍ବରୁ ତୁମକୁ ଛାଡପତ୍ର ଦରକାର । କଣ ଆମର ବିବାହ ସତ ନ ଥିଲା ।

ସେଦିନର ହୋମ ନିଆଁ କଣ ମିଛ ଥିଲା । ସେଦିନର ସେହି ସାତ ବଚନ ସବୁ କିଛି କଣ ମିଛ ଥିଲା । ତୁମେ ମୋ ହାତ ଧରି କଥା ଦେଇଥିଲ ଦଶ ଦୋଷ କୁ କ୍ଷମା କରିବ ବୋଲି । ହେଲେ ଗୋଟେ ଦୋଷ ବି କ୍ଷମା କରିଲ ନାହିଁ । ସବୁବେଳେ ଅଲଗା ହେବାକୁ ଚାହିଁଲ । ଟିକେ ବି ଆମ ସମ୍ପର୍କ କୁ ବାନ୍ଧି ରଖିବାକୁ ଭାବିଲ ନାହିଁ । କିଛି ଭୁଲ ମୋର ଥିଲା ଆଉ କିଛି ଭୁଲ ତୁମର ମଧ୍ୟ ଥିଲା । ହାର ସମାଧାନ ମଧ୍ୟ ଥିଲା କିନ୍ତୁ ତୁମେ ଏହା କରିଲ ନାହିଁ ।

ତୁମକୁ କେବଳ ମୋ ଠାରୁ ଛାଡପତ୍ର ଦରକାର । ଆଉ ଏବେ କୋର୍ଟ ଙ୍କ ରାୟ ଆସିବା ପରେ ତୁମେ ବେସ ଖୁସି ଅଛ । ମୋ ଆଗରେ ଆଉ କାହା ହାତ ଧରିବାକୁ ତୁମେ କହି ସାରିଛ । ଶେଷରେ ଏତିକି କହିବି ତୁମେ କଣ ଯାହା କରିଲା ଠିକ କରିଲ । ହଁ ଦର୍ଶକ ବନ୍ଧୁ ସ୍ଵାମୀ ଅନୁଭବ ଙ୍କ ଦ୍ଵିତୀୟ ବିବାହ ଖବର ଶୁଣିବା ପରେ ହୁଏ ତ ଏମିତି କିଛି କଥା ଭାବୁ ଥିବେ ଏବେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଏବେ ବିବାହ ବିଛେଦ କୁ ନେଇ ହାଇ କୋର୍ଟ ଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅନୁଭବ କହିଛନ୍ତି ଯେ ସେ ଯାହା ଚାହୁଁ ଥିଲେ ତାହା ହୋଇ ଯାଇଛି । ହାଇ କୋର୍ଟ ରୁ ତାଙ୍କୁ ନ୍ୟାୟ ମିଳିଛି । କୋର୍ଟ ଙ୍କର ରାୟ ମିଳିବା ପରେ ବିବାହ ବିଛେଦର ରାସ୍ତା ଖୋଲି ଯାଇଛି ଏବେ ଅନୁଭବ ଓ ବର୍ଷାଙ୍କ ସମ୍ପର୍କ ରେ । ତେବେ ବାପାଙ୍କ ଦେହ ସଂପୂର୍ଣ୍ଣ ଭଲ ହେବା ପରେ ଦ୍ଵିତୀୟ ବିବାହ କରିବେ ସାଂସଦ ଅନୁଭବ ମହାନ୍ତି ।

ସୂଚନା ଅନୁଯାୟୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାହ ବିଛେଦ ମାମଲା ରେ ଗୁରୁବାର ଦିନ ହାଇ କୋର୍ଟ ଜରୁରୀ ଶୁଣାଣୀ କରିଥିଲେ । ମାନ୍ୟବର କୋର୍ଟ ଉଭୟଙ୍କ ବିବାହ ବିଛେଦ କୁ ଅନୁମତି ଦେଇଛନ୍ତି । ତେବେ ଏହି ମାମଲାରେ ପୂର୍ବରୁ ବିବାହ ବିଛେଦ ମାମଲା କୁ ଖାରଚ କରିଥିଲେ ପରିବାର ଅଦାଲତ । ଏହା ପରେ ଫ୍ୟାମିଲି କୋର୍ଟ ର ରାୟ କୁ ଚ୍ୟାଲେଞ୍ଜ କରି ହାଇ କୋର୍ଟ ଯାଇଥିଲେ ଅନୁଭବ । ଆଉ ଏବେ ହାଇ କୋର୍ଟ ଏହି ଆବେଦନ କୁ ଗ୍ରହଣ କରିବା ସହ ବିବାହ ବିଛେଦ କୁ ଅନୁମତି ପାଇଁ ଦେଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।