ଫିଲ୍ମି ସୁଟିଙ୍ଗ ହେଉଥିବା ସମୟରେ କ୍ୟାମରାରେ ଦେଖାଗଲା ଭୁତ – ଦେଖିକି ଫିଲ୍ମ ୟୁନିଟ ର ହେଲା ଏମିତି ହାଲ୍

ସୁଟିଙ୍ଗ ହେଉଥିବା ସମୟରେ କ୍ୟାମରାରେ ଦେଖାଗଲା ଭୁତ

ଭୁତ ବା ପ୍ରେତର କାହାଣୀ ସମସ୍ତେ ଶୁଣିଥାନ୍ତି, କିନ୍ତୁ ଆତ୍ମାର ଅସ୍ତିତ୍ଵ ଉପରେ କିଛି ନା କିଛି ପ୍ରଶ୍ନ କହିଥାନ୍ତି । ବିଜ୍ଞାନରେ ବିଶ୍ଵାସ ରଖୁଥିବା ବ୍ୟକ୍ତିମାନେ ଏହାକୁ ମିଛ ବୋଲି ପ୍ରକାଶ କରନ୍ତି । କିନ୍ତୁ କିଛି ଲୋକମାନେ କହନ୍ତି ଯେ ମନୁଷ୍ୟର ମୃତ୍ୟୁ ପରେ ମଧ୍ୟ ତାର ଆତ୍ମା ରହିଥାଏ ଓ ଯେଉଁ ବ୍ୟକ୍ତି ମୃତ୍ୟୁ ପରେ ଶାନ୍ତି ପାଏ ନାହିଁ ତାର ଆତ୍ମା ବୁଲୁଥାଏ । କିନ୍ତୁ ଆଜି ଆପଣଙ୍କୁ ନିଜ ଆଖିରେ ଦେଖିଥିବା ଏହି ତଥ୍ୟ ଉପରେ କିଛି କହିବାକୁ ଯାଉଛି, ଯାହା ଏକ ପ୍ରେତ ଆତ୍ମା କ୍ୟାମରାରେ ଦେଖାଯାଇଥିଲା । ଯେତେବେଳେ ଫିଲ୍ମି ସୁଟିଙ୍ଗ ହେଉଥିଲା ସେହି ସମୟରେ ପ୍ରେତ ଆତ୍ମା କ୍ୟାମରାରେ ଦେଖାଯାଇଥିଲା ଏହାକୁ ଦେଖି ସୁଟିଙ୍ଗ କରୁଥିବା ବ୍ୟକ୍ତିମାନେ ଡରି ପଳାଇ ଯାଇଥିଲେ ।

ଭୁତ ବା ପ୍ରେତର କାହାଣୀ :

ଏହା ଏକ ଭୋଜପୁରୀ ଫିଲ୍ମି ଗୀତ ସୁଟିଙ୍ଗ କରିବା ପାଇଁ ଯାଇଥିଲେ । ଯେଉଁଠାରେ ଏହି ଗୀତ ସୁଟିଙ୍ଗ ହେଉଥିଲା ସେଠାରେ କ୍ୟାମରାରେ ପ୍ରେତ ଆତ୍ମାର ଛବି ଦେଖାଯାଇଥିଲା, ଯାହା ଫିଲ୍ମି ନିର୍ମାତା ଓ ଅନ୍ୟ ଲୋକମାନେ ଏହାକୁ କ୍ୟାମରାରେ ଦେଖି ବିଶ୍ଵାସ କରିପାରିଲେ ନାହିଁ, କାରଣ ଯେଉଁ ପ୍ରେତ ଆତ୍ମା ଛବି ଦେଖାଯାଇଥିଲା ତାହା ଏକ ଡାହାଣୀର ଛବି ଥିଲା ବୋଲି ସେମାନେ ସୁଟିଙ୍ଗ ଛାଡି ଡରି ପଳାଇ ଯାଇଥିଲେ ।

କ୍ୟାମରାରେ ରହିଗଲା ପ୍ରେତ ଆତ୍ମା ଛବି :

ମିଡିଆ ରିପୋର୍ଟ ଅନୁସାରେ ସୋନଭଦ୍ର ର ଦୂଦ୍ଧି ଏରିଆର ରାଜଖଣ୍ଡ ଗ୍ରାମରେ ପ୍ରିୟତମା ଫିଲ୍ମି ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନର ତଳେ ଏକ ଭୋଜପୁରୀ ଫିଲ୍ମି ‘ଦଗାବାଜ’ ଫିଲ୍ମି ରାତ୍ରରେ ସୁଟିଙ୍ଗ ହେଉଥିଲା । ଦିନେ ରାତ୍ରରେ ଏହି ଫିଲ୍ମିର ଗୀତ ସୁଟିଙ୍ଗ କରିବା ସମୟରେ କ୍ୟାମରାରେ ପ୍ରେତ ଆତ୍ମାର ଛବି ଦେଖାଯାଇଥିଲା, ଯାହା ସୁଟିଙ୍ଗ କରୁଥିବା ଲୋକଟି ଏହାକୁ ଦେଖି ବହୁତ ଡରି ଯାଇଥିଲା । ସେହି ଲୋକଟି କହିଲା କ୍ୟାମରାରେ ଜଣେ ମହିଳା ବା ସ୍ତ୍ରୀଲୋକ ଏହି ସୁଟିଙ୍ଗକୁ ଦେଖୁଥିବାର ଛବି ଦେଖାଯାଉଛି, କିନ୍ତୁ ମହିଳା ଜଣକ ଦେଖିବାକୁ ଏକ ଅଦଭୁତ୍ ପ୍ରକାର ଓ ସେ ଖାଲି ଏପଟ-ସେପଟ ହେଉଛି ଏବଂ ଓଲଟା ଲଟକିବାର ଦେଖାଯାଉଥିଲା ।

ଫିଲ୍ମି ୟୁନିଟ୍ ରେ ପ୍ରଚାର ହୋଇଗଲା

କ୍ୟାମରାମ୍ୟାନ୍ ଫିଲ୍ମି ଡାଇରେକ୍ଟରଙ୍କୁ ଏହି ବିଷୟରେ କହିଥିଲେ, ଯାହା ଧୀରେ-ଧୀରେ ଫିଲ୍ମିର ଅନ୍ୟ କଳାକାରଙ୍କୁ ଜଣାଇଦିଆଗଲା । ପ୍ରଥମେ ବିଶ୍ବାସ କରିଲେ ନାହିଁ, କିନ୍ତୁ ପରେ ଯେତେବେଳେ କ୍ୟାମରାରେ ସୁଟିଙ୍ଗ ହୋଇଥିବା ଛବିକୁ ଦେଖିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ବିଷୟରେ ଫିଲ୍ମି ଡାଇରେକ୍ଟର ବିଜୟ କୁମାର ଓ କ୍ୟାମରାମ୍ୟାନ୍ ସନ୍ଦିପଙ୍କ କହିବାନୁସାରେ ଦିନେ ରାତ୍ରରେ ସୁଟିଙ୍ଗ ହେଉଥିବା ସମୟରେ କ୍ୟାମରାରେ ଏମିତି ଏକ ଛବି ଦେଖାଯାଇଥିଲା । ଏହାପରେ କିଛି ଅଜବ ପ୍ରକାର କାରବାର ଆରମ୍ଭ ହୋଇଥିଲା ।

କ୍ୟାମରାରେ ସେହି ଛବିଟିକୁ କାଟିଲା ପରେ ମଧ୍ୟ କ୍ୟାମରାକୁ ଯେତେବେଳେ ଦେଖିଲେ ସେହି ଆତ୍ମା ହିଁ ଦେଖାଯାଉଥିଲା । ବର୍ତ୍ତମାନ କେତେକ ଲୋକମାନେ ମଧ୍ୟ ଏହାକୁ ବିଶ୍ବାସ କରିଲେ ନାହିଁ । ସେଥିପାଇଁ ତାପରଦିନ ରାତ୍ରରେ ଆଉଥରେ ସେହି ଜାଗାରେ ସୁଟିଙ୍ଗ କରିବା ପାଇଁ  ଫିଲ୍ମି ୟୁନିଟ୍ ଦଳ ପହଞ୍ଚିଥିଲେ ସେତେବେଳେ ସେଠାରେ ଅଜବ ପ୍ରକାର ଛବି ଦେଖିଲେ ଓ ଅଜବ ପ୍ରକାର ଶବ୍ଦ ଶୁଣିଲେ । ଏହାଦେଖି ଫିଲ୍ମି ୟୁନିଟ୍ ଦଳ ସୁଟିଙ୍ଗ ଛାଡି ଡରି ପଳାଇ ଯାଇଥିଲେ । ସେହି ଗ୍ରାମର ଲୋକମାନେ ମଧ୍ୟ ସେହି ବିଷୟରେ କିଛି କହିବାକୁ ଡରି ଯାଇଥିଲେ ।