ଓଲିଉଡ ଅଭିନେତା ସିଦ୍ଧାନ୍ତଙ୍କୁ ଧୋକା ଦେଇଦେଲେ ବୈରାଗୀ, ମିଛ କହି ଓଡ଼ିଶାରେ ଫେମସ୍ ହୋଇଗଲେ..ଜଣା ପଡିଗଲା ସତ..ଏ ସେ ନୁହନ୍ତି ।

ସବୁ କିଛି ମିଛ ଥିଲା । ଆଉ ସୁପର ଷ୍ଟାର ସିଦ୍ଧାନ୍ତ ମଧ୍ୟ ବୈରାଗୀ ଙ୍କ ମିଛରେ ଭାସିଗଲେ । ଯଦି ସାଜିତ ଙ୍କ କଥା ସତ ତେବେ ସିଦ୍ଧାନ୍ତ ନୁ ଠକି ଦେଇଛନ୍ତି ବୈରାଗୀ । ସିଦ୍ଧାନ୍ତଙ୍କ ପାଦ ଛୁଇଁ ଧୋକା ଦେଲେ ବୈରାଗୀ । ବୈରାଗୀ ଙ୍କ ଆଖି ରୁ ଲୁହ ପୋଛିଥିଲେ ସିଦ୍ଧାନ୍ତ କିନ୍ତୁ ସେ ଠକି ଦେଲେ । ଏବେ ସତ ସାମନାକୁ ଆସିଛି କି ସିଦ୍ଧାନ୍ତଙ୍କ ପୁଚକି ଗାଲି ରେ ଗୀତରେ ଡ୍ୟାନ୍ସ କରିଥିଲେ ଆଉ ଜଣେ ବ୍ୟକ୍ତି । ବୈରାଗୀ କରୁ ନ ଥିଲେ ଡ୍ୟାନ୍ସ ।

ଯାହାଙ୍କୁ ରେଡ ସରକଲ କରାଯାଇଥିଲା ସେ ବୈରାଗୀ ନ ଥିଲେ ସେ ଥିଲେ ସାଜିତ ରିଜୱି । ସାଜିତ ଙ୍କ ଫୋଟୋକୁ ଦେଖାଇ କାହିଁକି ବୈରାଗୀ ମିଛ କହୁଥିଲେ ହଁ ମୁଁ ସେହି ବ୍ୟକ୍ତି । ଯାହା ପରେ କାନ୍ଦି ପକାଇଥିଲେ ବୈରାଗ୍ୟ । ସିଦ୍ଧାନ୍ତ ମଧ୍ୟ ବୈରାଗୀଙ୍କୁ ଭେଟିବା ପାଇଁ ସେହି ଦୋକାନକୁ ଆସିଥିଲେ ଯେଉଁଠି ବୈରାଗୀ କାମ କରୁଥିଲେ ଚାଓମିନ ରୋଲ ବନାଉଥିଲେ । ଭଲରେ ପରଖିପାରି ନ ଥିଲେ ସିଦ୍ଧାନ୍ତ ଆଉ ଭାବିଥିଲେ ଏ ହେଉଛନ୍ତି ସେହି ବ୍ୟକ୍ତି ।

ଫେସ ମିଶୁ ନ ଥିଲା ତଥାପି ଭାବ ବିହ୍ଵଳ ହୋଇ ସିଦ୍ଧାନ୍ତ ପଳାଇ ଆସିଥିଲେ । ବୈରାଗୀ ଶେଠୀ ପାଦ ଛୁଇଁ ମିଛ କହିଥିଲେ ମୁଁ ତୁମ ସାଇଟରେ ଡ୍ୟାନ୍ସ କରିଥିଲି । ହେଲେ ଏବେ ସାଜିତ ସାମନାକୁ ଆସିବା ପରେ ଘଟଣା ଏଭଳି ଭିନ୍ନ ମୋଡ ନେଇଛି ।

ପୁଚକି ଗାଲି ଗୀତରେ ବୈରାଗୀ ଡ୍ୟାନ୍ସ କରୁ ନ ଥିଲେ କରୁଥିଲେ ସାଜିତ । ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର କଟକର ଜଣେ ଫାଷ୍ଟଫୁଡ ଦୋକାନୀଙ୍କୁ ଭେଟିଥିଲେ ।

ଯାହାଙ୍କର ନା ବୈରାଗୀ ସେଠୀ ଥିଲା । କାରଣ ବୈରାଗୀ କୁଆଡେ ଦୀର୍ଘ 28 ବର୍ଷ ତଳେ ସିଦ୍ଧାନ୍ତଙ୍କ ପୁଚକି ଗାଲି ଗୀତରେ ତାଙ୍କ ସହ ଡ୍ୟାନ୍ସ କରିଥିଲେ । ଯାହାକି ଏବେ ଜଣା ପଡିଛି ଡ୍ୟାନ୍ସ କରିନ ଥିଲେ ବୈରାଗୀ । ରେଡ ସରକଲରେ ଯେଉଁ ବ୍ୟକ୍ତି ଦେଖା ଯାଉଥିଲା ସେ ହେଉଛନ୍ତି କଟକ ର ଯୋବ୍ରା ଅଞ୍ଚଳର ସାଜିତ । ସାଜିତ ଆଜି ଗଣମାଧ୍ୟମରେ ଏଭଳି କିଛି କଥା କହିଛନ୍ତି ।

ସାଜିତ କହିଛନ୍ତି ତାଙ୍କର ଫୋଟୋ ଦେଖାଇ ସେ ବୈରାଗୀ ବୋଲି କହୁଛନ୍ତି । ଏହା ପଛରେ ତାଙ୍କର କଣ ଉଦ୍ଦେଶ୍ୟ ରହିଛି ମୁଁ ଜାଣି ନାହିଁ । ଯେଉଁ ବ୍ୟକ୍ତି ଭିଡିଓ ରେ ରହିଛି ସେ ହେଉଛି ମୁଁ । ଏ କାର୍ଯ୍ୟ କଳାପ ଦେଖି ମୋତେ ବହୁତ କଷ୍ଟ ଲାଗୁଛି । ମୋ ଫୋଟୋ କୁ ବ୍ୟବହାର କରି ଆଉ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଫ୍ୟାମସ ହୋଇ ଯାଇଛି” । ତେବେ ଏଠାରେ ପ୍ରଶ୍ନ ଉଠୁଛି ବୈରାଗୀ ଏମିତି କାହିଁକି କରିଲେ, କଣ ଉଦ୍ଦେଶ୍ୟ ରହିଛି ? ସିଦ୍ଧାନ୍ତଙ୍କୁ ଧୋକା ଦେଇଛନ୍ତି ବୈରାଗୀ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।