ଭାରତୀୟ ଦଳକୁ ମହେନ୍ଦ୍ର ସିଂ ଧୋନୀ ଦେଲେ ଗୁରୁମନ୍ତ୍ର …ବାଜି ମାରି ପାରିବନି ଇଂଲଣ୍ଡ ଦଳ ହାରିଯିବ ।

ଇଂଲଣ୍ଡ କୁ ଧୁଳି ଚଟାଇବା ପାଇଁ ଧୋନୀ ଦେଲେ ଏଭଳି ଟିପ୍ସ । ଲକ୍ଷ୍ନୌ ମାଟିରେ ଇଂଲଣ୍ଡ କୁ ଧୂଳିସାତ କରିଦେବ ଭାରତୀୟ ଟିମ । ଇଂଲଣ୍ଡ କୁ ହରାଇ ସେମି ଫାଇନାଲ କୁ ଏଣ୍ଟ୍ରି ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ଭାରତ ବିପକ୍ଷରେ କଡା ଟକ୍କର ଦେଇପାରିବ ତ ଟିମ ଇଂଲଣ୍ଡ ? ହଁ ଦର୍ଶକ ବନ୍ଧୁ ଆଜି ଲକ୍ଷ୍ନୌ ରେ ଭାରତ ଇଂଲଣ୍ଡ ମଧ୍ୟରେ ହେବାକୁ ବିଶ୍ଵକପ ମ୍ଯାଚ । ଆଜିର ମ୍ଯାଚ ଜିତି ସେମି ଫାଇନାଳରେ ଯିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

ଯଦିଓ ଏବେ ଯାଏଁ ଭାରତ 5ଟି ମ୍ଯାଚ ଜିତି ସାରିଛି ଅନ୍ୟ ପାଖରେ ଇଂଲଣ୍ଡ ମାତ୍ର ଗୋଟେ ମ୍ଯାଚ ଜିତିଛି । ଇଂଲଣ୍ଡ ଚଳିତ ବିଶ୍ଵକପରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି । ତଥାପି ଦଳରେ ଭଲ ଖେଳାଳୀ ରହିଥିବାରୁ ଇଂଲଣ୍ଡ ମ୍ଯାଚ ଜିତିବାର ଆଶଙ୍କା ରହିଛି । 2019 ବିଶ୍ଵକପରେ ଯେବେ ଲିଗ ମ୍ଯାଚରେ ଭାରତ ଇଂଲଣ୍ଡ ମୁହାଁ ମୁହିଁ ହୋଇଥିଲେ ସେତେବେଳେ 31 ରନରେ ଭାରତକୁ ପଛରେ ପକାଇ ଇଂଲଣ୍ଡ ଜିତିଥିଲା ।

ତେଣୁ ଇଂଲଣ୍ଡ କୁ ସହଜରେ ନେଇପାରୁ ନାହିଁ ଭାରତୀୟ ଦଳ । ଟିମ ଇଣ୍ଡିଆ ଇଂଲଣ୍ଡ ବିରୁଦ୍ଧରେ ଖେଳିବାକୁ କଠିନ ପରିଶ୍ରମ ଜାରି ରଖିଛି । ଏହାରି ମଧ୍ୟରେ ପୂର୍ବତନ କ୍ଯାପଟେନ ଏମ ଏସ ଧୋନୀ ଭାରତୀୟ ଦଳକୁ ଦେଇଛନ୍ତି କିଛି ଗୁରୁ ମନ୍ତ୍ର । ଯାହା ଫଳରେ ଇଙ୍ଗଳଦ କୁ ହରାଇ ସେମି ଫାଇନାଲରେ ଏଣ୍ଟ୍ରି କରିବା ଭାରତ ପାଇଁ ସହଜ ହୋଇପାରିବ । ସେଥିପାଇଁ ଆଜିର ମ୍ଯାଚ ବେଶ ରୋମାଞ୍ଚକର ହେବାକୁ ଯାଉଛି ।

ଏମ ଏସ ଧୋନୀ ଭାରତୀୟ ଦଳର ପ୍ଲେଇଙ୍ଗ 11 ରେ ବଡ ଧରଣର ପରିବର୍ତ୍ତନ ଘୋଷଣା କରିଛନ୍ତି । ସବୁଠାରୁ ବିସ୍ଫୋରକ ଓ ଖତରନାକ ଖେଳାଳି ମାନଙ୍କୁ ସାମିଲ କରିଛନ୍ତି । ଏହା ସହ ରୋହିତ ଶର୍ମା ଙ୍କ ପ୍ରସ୍ତୁତ ହୋଇଥିବା ରଣନୀତି ସହ ମଇଦାନ କୁ ଓଲହାଇବା ପାଇଁ ପରାମର୍ଶ ଦେଇଛନ୍ତି । ଯାହା ଫଳରେ ଭାରତୀୟ ଦଳ ଇଙ୍ଗଲାଣ୍ଡ ଟିମ କୁ କଡା ଟକ୍କର ଦେଇ ପାରିବ ।

କିନ୍ତୁ ଏହି ମ୍ଯାଚ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି । ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡିୟା ଏହି ମ୍ଯାଚରେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ପାଣ୍ଡିୟା ଙ୍କର ଆଁଠୁ ରେ ଆଘାତ ଲାଗିବା କାରଣରୁ ସେ କିଛି ଦିନ ମ୍ଯାଚ ଖେଳିବେ ନାହିଁ । କିନ୍ତୁ ସେମି ଫାଇନାଲ ବେଳକୁ ସେ ସୁସ୍ଥ ହେବେ ବୋଲି ଆଶା କରାଯାଉଛି । ତାଙ୍କ ବଦଳରେ ମ୍ଯାଚ ରେ କାହାକୁ ସାମିଲ କରାଯିବ ତାହାକୁ ନେଇ ଏବେ ଚିନ୍ତାରେ ଭାରତ ।

ନିୟୁଜଲ୍ୟାଣ୍ଡ ବିପକ୍ଷ ମ୍ଯାଚରେ ହାର୍ଦ୍ଦିକ ବଦଳରେ ଟିମ ରେ 2ଟି ପରିବର୍ତ୍ତନ କରାଯାଇଥିଲା । ମହମଦ ସାମୀ ଙ୍କୁ ବୋଲିଙ୍ଗ କରିବାକୁ ଦିଆଯାଇଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ଙ୍କୁ ବ୍ୟାଟର ଭାବେ ସାମିଲ କରାଯାଇଥିଲା । ଏହି ମ୍ଯାଚରେ ସାମୀ 5ଟି ୱିକେଟ ନେଇଥିଲେ କିନ୍ତୁ ଇଙ୍ଗଲଣ୍ଡ ବିପକ୍ଷ ମ୍ଯାଚରେ ତାଙ୍କୁ ସାମିଲ କରାଯାଇ ନ ପାରେ । ସାମୀଙ୍କ ବଦଳରେ ରବି ଚନ୍ଦନ ଅଶ୍ଵିନଙ୍କୁ ଟିମରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।