ବାରି ପଛପଟେ ବିରାଟ କୁମ୍ଭୀର ! ରାତି ଅଧରେ ଶିକାର କରିବା ପାଇଁ ଘରେ ପଶିବା ପାଇଁ ଆସିଥିଲା । ହଁ ଆଜ୍ଞା ଏଭଳି ଏକ ଘଟଣା କେନ୍ଦ୍ରପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଯଦୁଚନ୍ଦ୍ରପୁର ଗ୍ରାମରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣଙ୍କ ଘରର ବାଡି ପଛ ପଟକୁ ରାତି ଅଧରେ ଗୋଟିଏ କୁମ୍ଭୀର ଚାଲି ଆସିଥିଲା । ତେବେ କୁମ୍ଭୀରଟି ଏତେ ବଡ ଧରଣର ହୋଇଥିଲା । ଯେ କେହି ମଧ୍ୟ କୁମ୍ଭୀରକୁ ଦେଖିବ । ସେ ଭୟରେ ଥରିଉଠିବ । ତେବେ କାଙ୍ଗାଳୀ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରର ବାଡି ପଛ ପତକୁ ଏକ କୁମ୍ଭୀର ପଶି ଆସିଥିଲା ।

ଯେତେବେଳେ ସେହି ବ୍ୟକ୍ତି ଜଣଙ୍କ ରାତିରେ ଉଠି ଶୌଚ ହେବା ପାଇଁ ବାଡି ପଛକୁ ଯାଆନ୍ତି । ତାଙ୍କ ଆଖି ସାମ୍ନାକୁ ଏକ କୁମ୍ଭୀର ନଜର ଆସିଗଲା । ତେବେ ବ୍ୟକ୍ତି ଜଣଙ୍କ ଭୟରେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଏତେ ବଡ ବିଶାଳ କୁମ୍ଭୀରକୁ ଦେଖି ଯିଏ ମଧ୍ୟ ପ୍ରଥମେ ଭୟ କରିବା ସହ ଆଶ୍ଚର୍ଯ୍ୟ ହୋଇଯିବ ।
କାରଣ ଚାଲାକ କୁମ୍ଭୀରଟି ଘର ମଧ୍ୟରେ ପଶି ନିଜର ଶିକାର ପାଇଁ ବାଡି ପଛ ପଟେ ଲୁଚି ରହିଥିଲା । ତେବେ କୁମ୍ଭୀରର ଲମ୍ବ ୧୩ ଫୁଟ୍ ପାଖାପାଖି ହୋଇଥିବା ବେଳେ ମୋଟେଇ ୫ ଫୁଟ ଭଳି ହେବ । ତେଣୁ ଏତେ ବଡ ବିଶାଳ କୁମ୍ଭୀରକୁ ଯଥା ଶୀଘ୍ର କିପରି ବାଡି ମଧ୍ୟ କଢାଜୀବ ସେଥିପାଇଁ ବ୍ୟକ୍ତି ଜଣଙ୍କ ଘରକୁ ଚାଲି ଆସିଥିଲେ ।

ସଙ୍ଗେ ସଙ୍ଗେ ଘରକୁ ଆସି ବନ ବିଭାଗ ପକ୍ଷକୁ ଫୋନ କରିଥିଲେ । ଏଥିସହ ଘରର ବାଡି ପଛରୁ କୁମ୍ଭୀରଟିକୁ ଉଦ୍ଧାର କରିବା ପାଇଁ କହିଥିଲେ । ତେବେ ବନ ବିଭାଗ ମଧ୍ୟ ସଙ୍ଗେ ସଙ୍ଗେ ନିଜର ଟିମ ସହ ଉକ୍ତ ଘଟଣା ସ୍ତଳକୁ ଆସି କୁମ୍ଭୀରଟିକୁ ଧରିବା ପାଇଁ ଚେଷ୍ଟା କରିଥିଲେ ।
ତେବେ କୁମ୍ଭୀରଟି ବୃହତ୍କାୟ ହୋଇଥିବାରୁ ଧରିବା ପାଇଁ ବହୁତ ସଂଘର୍ଷ କରିବା ସହ ତାକୁ ଧରି ନଦୀରେ ଛଡାଯାଇଥିଲା । ତେବେ ବର୍ଷା ହେଲା ମାତ୍ରେ କେନ୍ଦ୍ରପଡା ଜିଲ୍ଲାରେ କୁମ୍ଭୀର ମାନଙ୍କର ଆତଙ୍କର ଭୟ ଖେଳିଯାଇଥାଏ । ଯେପରି କାଙ୍ଗାଳି ପତ୍ର ନାମକ ବ୍ୟକ୍ତିଙ୍କ ବାଡିରେ କୁମ୍ଭୀର ପଶି ଆସିଥିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ