ଅକ୍ଟୋବର 1 ରୁ ବଦଳିଯିବ ଏହି 5ଟି ନିୟମ । ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ…

ଅକ୍ଟୋବର ପହିଲାରୁ ବଦଳିଯିବ 5ଟି ନିୟମ । ଖାଉଟି ଙ୍କ ପକେଟ ଉପରେ ପଡିବ ଏହାର ପ୍ରଭାବ । ହଁ ଦର୍ଶକ ବନ୍ଧୁ ଆରମ୍ଭ ହେବାକୁ ଯାଉଛି ଅକ୍ଟୋବର ମାସ ଆଉ ବଦଳିଯିବ ନିୟମ । ଆସନ୍ତା କାଲି ଠାରୁ ବଦଳିବ 5ଟି ନିୟମ । ଯାହା ସିଧା ସଳଖ ଜନ ସାଧାରଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା କେଉଁ ନୂଆ ନିୟମ ଲାଗୁ ହେବ ଓ ଏହା କେମିତି ଜନତାଙ୍କ ବଜେଟ ଉପରେ ପ୍ରଭାବ ପକାଇବ ।

ସୂଚନା ଅନୁଯାୟୀ ଆସନ୍ତା କାଲି ଠାରୁ ସରକାର 20% ଟ୍ୟାକ୍ସ କଲେକ୍ସନ ଆର୍ଟ୍ସ ସ୍କୋର୍ସ କର ଆଦାୟ ଉପରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହା ଖାଲି ବିଦେଶ ଗସ୍ତ ପାଇଁ ଲାଗୁ ହେବନି ବରଂ ଅନ୍ୟ ଦେଶରେ ଯେ କୌଣସି ମାଧ୍ୟମରେ କରାଯାଇଥିବା କାରୋବାର ମଧ୍ୟ ନୂଆ ନିଯମ ଅଧୀନରେ ଆସିବ । ବିଦେଶୀୟ ଷ୍ଟକ, ଆନ୍ତର୍ଜାତିକ ଭ୍ରମଣ କରିବା, ମ୍ୟୁଚାଲ ଫଣ୍ଡ, ବିଦେଶରେ କ୍ରିଟୋ କରେନ୍ସିରେ ନିବେଶ କରୁଥିବା ବା ବିଦେଶରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଜରୁରୀ ଅଟେ ।

ସେହିଭଳି ଦ୍ଵିତୀୟ ନିୟମ ହେଉଛି ବିନା ନାମାଙ୍କନ ରେ ସୀଚ କରାଯିବ । ସେଭିରୋ ଟ୍ରେଣ୍ଡିଂ ଆକାଉଣ୍ଟ, ଡିମାଣ୍ଡ ଆକାଉଣ୍ଟ ଓ ମ୍ୟୁଚାଲ ଫଣ୍ଡ ନିବେଶଙ୍କ ପାଇଁ ଆଜି ସୁଧା ନାମାଙ୍କନ କରାଇବା ଆବଶ୍ୟକ । ଯେଉଁ ମାନେ ନାମାଙ୍କନ ନ କରାଇବେ ସେମାନଙ୍କର ଅକ୍ଟୋବର 1ରୁ ସିଚ ହୋଇଯିବ । ଏଭଳି ସ୍ଥିତିରେ ଆଜି ସୁଧା ନାମାଙ୍କନ କରିବା ନିହାତି ଜରୁରୀ ଅଟେ ।

ତୃତୀୟ ନିୟମ ଯାହା ବଦଳିବାକୁ ଯାଉଛି ସାଧାରଣ ଲୋକଙ୍କ ପାଇଁ ବେସ ଜରୁରୀ । ସେପ୍ଟେମ୍ବର ଶେଷ ସୁଧା ଯେଉଁ ମାନେ ଆଧାର ସହ ପ୍ୟାନ କାର୍ଡ ଲିଙ୍କ ନ କରିବେ ସେମାନଙ୍କୁ ଅନେକ ସୁବିଧାର ସମୁଖିନ୍ନ ହେବାକୁ ପଡିବ । ଏପରି ନ କରିଥିଲେ କାଲି ଠାରୁ କ୍ଷୁଦ୍ର ସଞ୍ଚୟ ଯୋଜନା ବନ୍ଦ ହୋଇଯିବ ।

ଏହା ସହ PPF ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାତୀୟ ସଞ୍ଚୟ ସାର୍ଟିଫିକେଟ ଭଳି କ୍ଷୁଦ୍ର ସଞ୍ଚୟ ଯୋଜନା ରେ ନିବେଶ କରିବାକୁ ପସନ୍ଦ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆଜି ସୁଧା ବାଧ୍ୟତାମୂଳକ ଭାବେ ପ୍ୟାନ ସହ ଆଧାର କାର୍ଡ ଲିଙ୍କ କରିବାକୁ ହେବ । ସରାକରି ବିଜ୍ଞପ୍ତି ଅନୁଯାୟୀ ଏହା ନ କରିଲେ କାଲି ଠାରୁ ଆକାଉଣ୍ଟ ବନ୍ଦ ହୋଇପାରେ ।

ଚତୁର୍ଥ ନିୟମ ହେଉଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁଯାୟୀ କାଲି ଠାରୁ ଜନ୍ମ ମୃତ୍ୟୁ ପଞ୍ଜୀକରଣ-2023 ଲାଗୁ ହେବାକୁ ଯାଉଛି । ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ପରେ ଜନ୍ମ ପ୍ରମାଣପତ୍ରକୁ ଅନେକ ଜରୁରୀ କାର୍ଯ୍ୟରେ ଏକକ ଦସ୍ତାବିଜ ଭାବେ ବ୍ୟବହାର କରାଜିବ । ଶିକ୍ଷାନୁଷ୍ଠାନରେ ନାମ ଲେଖା, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର, ବିବାହ ପଞ୍ଜୀକରଣ, ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଏହାକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରାଯିବ ।

ଶେଷ ନିୟମ କାଲି ଠାରୁ 2000 ଟଙ୍କିଆ ନୋଟ ଆଉ ବୈଧ ହେବନି । ଯଦି ଆପଣଙ୍କ ପାଖରେ 2000 ଟଙ୍କିଆ ନୋଟ ଆସି ତେବେ ଆଜି ବଦଳାଇ ପାରିବେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।