ମନର ଅକୁହା କଥା କୁ ଶେଷରେ ସୋସିଆଲ ମିଡିଆରେ କହିଲେ ଓଲିଉଡ଼ ସୁପରଷ୍ଟାର Anubhab Mohanty

ଏ ବାହାଘର କଣ ପାଇଁ ଶେଷ ହେବ ନାହିଁ ? ବାହାଘର ସମ୍ପର୍କ ସରିବା ପାଇଁ ଆଉ କଣ ଅଧିକ ଆବଶ୍ୟକ ଥିଲା ? ଆମ ଭିତରେ କେବେ ବି ଶାରୀରିକ ସମ୍ପର୍କ ନ ଥିଲା । ସମ୍ପର୍କ ପାଇଁ ସେ ମୋତେ କେବେ ଅନୁମତି ଦେଇ ନାହାନ୍ତି । ହଁ ଦର୍ଶକ ବନ୍ଧୁ ମିତି କିଛି ହେଉଛି ସାଂସଦ ଅନୁଭବ ମହାନ୍ତିଙ୍କର ମନର ବ୍ୟଥା । ଯାହାକୁ ବାଣ୍ଟିବା ପାଇଁ ସେ ସାମାଜିକ ଗଣମାଧ୍ୟମର ସାହାର୍ଯ୍ୟ ନେଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ଅନୁଭବଙ୍କର ପାରିବାରିକ ବିବାଦ ବିଷୟରେ କାହା କୁ ଜଣା ନାହିଁ ।

ଉଭୟଙ୍କ ମଧ୍ୟରେ ଛାଡପତ୍ର ଆବେଦନ କୁ କଟକ ଫ୍ୟାମିଲି କୋର୍ଟ ଖାରଚ ରିଛନ୍ତି । ଯାହାକୁ ନେଇ ବର୍ଷା ମଧ୍ୟ ଗଣମାଧ୍ୟମରେ ପୋଷ୍ଟ କରି ନିଜର ଖୁସି ଜାହିର କରିଛନ୍ତି । ହେଲେ ପରିବାର ଅଦାଲତ ଙ୍କ ରାୟ କୁ ନେଇ ବର୍ଷା ଖୁସି ଥିବା ବେଳେ ଅନୁଭବ ନିଜର ମନ କୋଭ କୁ ସାମାଜିକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ସେ ଲେଖିଛନ୍ତି “ମୁଁ ଆଶ୍ଚର୍ଯ୍ୟ ଏ ସେ ନିଜେ କ୍ରଶ ଏକଜାମିନେସନ ପାରା ନମ୍ବର-80 ରେ ସ୍ଵୀକାର କରିବା ପରେ ବିବାହର ସମାପ୍ତି ପ୍ରମାଣ କରିବାକୁ ଆଉ ଅଧିକ କମ ଆବଶ୍ୟକ ଥିଲା ? ଅନୁଭବ ଯେଉଁ ପାରାଗ୍ରାଫ ନମ୍ବର 80 ବିଷୟରେ କହିଛନ୍ତି ସେହି ସ୍ଵୀକାର ଉକ୍ତି ର ଏକ ଫୋଟୋ କପି ମଧ୍ୟ ସେ ପୋଷ୍ଟ କରିଛନ୍ତି ।

ପାରାଗ୍ରାଫ ନମ୍ବର-80 ରେ ଲେଖା ଯାଇଛି “ଏହା ଏକ ସତ୍ୟ ଯେ ମୁଁ IUI ବା IVI ବିଶେଷଜ୍ଞ କିମ୍ବା କ୍ଲିନିକ ସହ ପରାମର୍ଶ କରି ନ ଥିଲି । କାରଣ ତାର କିଛି ଆବଶ୍ୟକ ନ ଥିଲା । କାରଣ ମୁଁ ମୋ ସ୍ଵାମୀ ଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବାକୁ କିମ୍ବା ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ କେବେ ଅନୁମତି ଦେଇ ନ ଥିଲି” ।

ଅନୁଭବଙ୍କ କହିବା ଅନୁଯାୟୀ ଏହି ପାରା ନମ୍ବର 80 ରେ କ୍ରଶ ଏକଜାମିନେସନ ବେଳେ ବର୍ଷା ନିଜେ ନିଜର ଲିଖିତି ସ୍ଵୀକାର ଉକ୍ତି ରେ କଥା କହିଛନ୍ତି ସେ କେବେ ବି ନିଜ ସ୍ଵାମୀ ଅନୁଭବ ଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ଦେଇ ନାହାନ୍ତି । ଆଉ ଅନୁଭବଙ୍କ କହିବା ଅନୁଯାୟୀ ଏବେ ବିବାହ ସମାପ୍ତ ପାଇଁ ଏହା ଠାରୁ ଆଉ କଣ ବଡ ପ୍ରମାଣ ଆବଶ୍ୟକ ଥିଲା ।

ଏଭଳି ଏକ ପୋଷ୍ଟ କରି ଅନୁଭବ ନିଜର ମନ ଦୁଃଖ କୁ ପ୍ରକାଶ କରିବା ସହ ଶେଷରେ ଅନୁଭବ ଲେଖିଛନ୍ତି କି ଏ ପୋଷ୍ଟ କାହାକୁ ଅବମାନନା କରିବା ପାଇଁ ନୁହେଁ ବରଂ ସତ୍ୟକୁ ବାହାର କରିବା ପାଇଁ । ପରିବାର ଅଦାଲତ ଙ୍କ ରାୟ ପରେ ଗତ ଶନିବାର ବର୍ଷା ମଧ୍ୟ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ କି ଅଗ୍ନିକୁ ସାକ୍ଷୀ ରଖି ପଡିଥିବା ହାତ ଗଣ୍ଠିର ଶକ୍ତି ବହୁତ ଅଧିକ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।