ହଠାତ ଆକାଉଣ୍ଟ କୁ ଆସିଲା 9 ହଜାର କୋଟି ଟଙ୍କା । କାର ଡ୍ରାଇଭର ଦେଖି ହୋଇଗଲେ ଆଶ୍ଚର୍ଯ୍ୟ । କାର ଡ୍ରାଇଭର ଙ୍କ ଆକାଉଣ୍ଟ ରେ କେଉଁଠୁ ଆସିଲା ଏତେ ଟଙ୍କା ? ହଁ ଦର୍ଶକ ବନ୍ଧୁ ଜଣେ ଡ୍ରାଇଭରଙ୍କ ବ୍ଯାଙ୍କ ଆକାଉଣ୍ଟ କୁ ଆସିଲା ଅଚାନକ 9 ହଜାର କୋଟି ଟଙ୍କା ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ତାମିଲନାଡୁ ମରକଣ୍ଟ ଟାଇଲ ବ୍ଯାଙ୍କ ଦ୍ଵାରା ଭୁଲ କାରଣରୁ ଜଣେ କାର ଡ୍ରାଇଭରଙ୍କ ଆକାଉଣ୍ଟ ରେ ଟଙ୍କା ଜମା ହୋଇ ଯାଇଛି ।

ତେବେ ବ୍ଯାଙ୍କ ଫୋନ କରି ଆକାଉଣ୍ଟ ରୁ ଟଙ୍କା ଖର୍ଚ୍ଚ ନ କରିବାକୁ ଡ୍ରାଇଭର ଙ୍କୁ କହିଥିଲା । ତେବେ ଏହି ଘଟଣା ନେତପଟି ର ବାସିନ୍ଦା ଡ୍ରାଇଭର ରାଜ୍କୁମାର ପଲଡ଼ିହି ଙ୍କ ସହ ହୋଇଛି । ସୂଚନା ଅନୁଯାୟୀ ରାଜକୁମାର ଭଡା କାର ଚଲାନ୍ତି । ଆଉ କୋଡମ୍ବକମ ରେ ନିଜ ସାଙ୍ଗ ଘରେ ରୁହନ୍ତି । ଗତ ସେପ୍ଟେମ୍ବର 9 ରେ ଅପରାହ୍ନ ପ୍ରାୟ 3ଟା ସମୟରେ ସେ କାର ରେ ସୋଇଥିବା ବେଳେ ତାଙ୍କ ମୋବାଇଲ କୁ ଏକେ ଟେକ୍ସ୍ଟ ମ୍ଯାସେଜ ଆସିଥିଲା ।
ଏଥିରେ ତାମିଲନାଡୁ ର ମରକଣ୍ଟ ଟାଇଲ ବ୍ଯାଙ୍କ ତାଙ୍କ ଆକାଉଣ୍ଟ ରେ 9 ହଜାର କୋଟି ଟଙ୍କା ଜମା କରି ଦେଇଥିବା ଉଲେଖ ହୋଇଥିଲା । ଯାହାକୁ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ କେତେ ଟଙ୍କା ଆସିଛି ସେ ଜାଣିପାରି ନ ଥିଲେ । କାରଣ ସେ ଗଣି ପାରୁ ନ ଥିଲେ ଆକାଉଣ୍ଟ ରେ କେତେଟା ସୁନ ଲାଗିଛି । ଏହା ପୂର୍ବରୁ ତାଙ୍କ ବ୍ଯାଙ୍କ ଆକାଉଣ୍ଟ ରେ 15 ଟଙ୍କା ଥିଲା ।

ଏଣୁ ଟନକୁ ଲାଗିଲା ତାଙ୍କୁ ଠକିବାକୁ କେହି ଉଦ୍ୟମ କରୁଛି । ପରୀକ୍ଷା କରିବା ପାଇଁ ସେ ତାଙ୍କ ସାଙ୍ଗ ପାଖକୁ 21 ହଜାର ଟଙ୍କା ପଠାଇ ଦେଇଥିଲେ । ସେତେବେଳେ ସେ ଜାଣି ପାରିଥିଲେ ଯେ ତାଙ୍କ ବ୍ଯାଙ୍କ ଆକାଉଣ୍ଟ କୁ 9 ହଜାର କୋଟି ଟଙ୍କା ଚାଲି ଆସିଛି । ଏହାରି ଭିତରେ ରାଜକୁମାର ଙ୍କୁ ତାମିଲନାଡୁ ର ମରକଣ୍ଟ ଟାଇଲ ବ୍ଯାଙ୍କ ରୁ ଫୋନ ଆସିଥିଲା ଓ ତାଙ୍କୁ କୁହାଗଲା ଜମା ଥିବା ଟଙ୍କା ଖର୍ଚ୍ଚ ନ କରିବା ପାଇଁ ।
ତେବେ ରାଜକୁମାର ନିଜ ସାଙ୍ଗକୁ 21 ହଜାର ଟଙ୍କା ଟ୍ରାନ୍ସଫର କରିବା ପାଇଁ ବାଲି ଟଙ୍କା ଆକାଉଣ୍ଟ ରେ ଜମା ହୋଇଥିଲା । ଆକାଉଣ୍ଟ ରେ ଏତେ ଟଙ୍କା ହଠାତ ଆସିବା ପରେ ରାଜକୁମାର ପୋଲିସ ରେ ଅଭିଯୋଗ କରିବାକୁ ସ୍ଥିର କରିଥିଲେ । ତେବେ ବ୍ଯାଙ୍କ ପ୍ରବଧ ଙ୍କ ସହ ଆଲୋଚନା ପରେ ରାଜକୁମାର କାଢି ନେଇଥିବା 21 ହଜାର ଟଙ୍କା କୁ ବାହନ ରମଣ ରୂପେ ପରିବର୍ତ୍ତନ କରି ଦିଆ ଯାଇଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।