ନମସ୍କାର ବନ୍ଧୁଗଣ । ପରିବାର ନିର୍ବାହ କରିବା ପାଇଁ ସେ ବେପାର କରିବାକୁ ମନସ୍ଥ କରିଲେ । କିନ୍ତୁ ନିଜ ପେଟ ପୋଷିବା ପାଇଁ ରାସ୍ତା କଡ କୁ ଆସି ବେପାର କରିବା କେତେ ଯେ କଷ୍ଟ ତାହା ସମସ୍ତେ ଜାଣିଛନ୍ତି । ଦୁନିଆରେ କୁହାଯାଏ ସ୍ତ୍ରୀ ଟି ରାସ୍ତା କୁ ଓଲହାଇଲେ କେତେ କଥା ଶୁଣିବାକୁ ପଡିଥାଏ । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ କି ସନ୍ଧ୍ୟା ରେ ଚାକିରି କରିବା ସହ ସକାଳେ ଫୁଡ ଷ୍ଟଲ କରନ୍ତି ।

ଆଉ ଲୋକଙ୍କୁ ଆଳୁ ପାରଟା ସହ ଟେଷ୍ଟି ରୁଟି, ଚକୁଳି ଓ ତରକାରୀ ଦିଅନ୍ତୁ । ଆଜି ଆମେ ଆପଣଙ୍କୁ ସେହି ମହିଳାଙ୍କ ବିଷୟରେ କିଛି ଖାସ କହିବାକୁ ଯାଉଛୁ । ମହିଳା ଜଣଙ୍କ ଗଣମାଧ୍ୟମରେ କହିଛନ୍ତି ଯେ “ମୋ ନାଁ ବେବି । ମୋର ପ୍ରକୃତ ଘର ନେପାଳ ରେ । ଯେବେ ମୋତେ 3 ବର୍ଷର ହୋଇଥିଲା ମୁଁ ସେବେ ଠାରୁ ଓଡିଶା ଆସିଛି । ସ୍ବାମୀଙ୍କ ଘର ଭୁବନେଶ୍ଵର ରେ । ମୋ ସ୍ଵାମୀ, ଶ୍ଵଶୁର ନାହାନ୍ତି ।
କିନ୍ତୁ ଶାଶୁ, ଭଉଣୀ, ଝିଅ ଅଛନ୍ତି । ମୋର ଦୁଇଟା ପୁଅ ଓ ବୋହୂ ମଧ୍ୟ ଅଛନ୍ତି । କଷ୍ଟ ହେଲେ ବି ସଂଘର୍ଷ କରୁଛି । ପୁଅ କହିଲା ଦୋକାନ କରିବାକୁ ମୋତେ କହିଲା ସପୋର୍ଟ କରିବାକୁ । ମୁଁ ସପୋର୍ଟ କରିବାକୁ ଆସିଥିଲି ହେଲେ ଆଜି ନିଜେ ଦୋକାନ କରୁଛି । ମୋ ସ୍ବାମୀଙ୍କର ହାର୍ଟ ଷ୍ଟ୍ରୋକ ହେବାରୁ ମୃତ୍ୟୁ ଘଟିଥିଲା ଗତ 2 ବର୍ଷ ହେବ ।

ମୋର ଜଣେ ଭାଇ ଭଉଣୀ ଅଛନ୍ତି ତାଙ୍କୁ ଦେଖିକି ମୋର ସାହସ ହେଲା । ସେମାନେ ମୋତେ ବହୁତ ସହଯୋଗ ସାହାର୍ଯ୍ୟ କରନ୍ତି । ମୁଁ ମୋ ନିଜର ପେଟ ପୋଷିବା ପାଇଁ ଚାକିରି ସହ ଆଲୁପରଟା ବିକ୍ରି କରୁଛି । ସ୍ଵାମୀ ଗଲା ପରେ ଆଉ କିଛି ନାହିଁ । ହେଲେ ମୋ ପୁଅ ଦୁଇ ଜଣ ମଧ୍ୟ ସହଯୋଗ କରନ୍ତି । ମୋ ସ୍ଵାମୀ କୋଟିଏ ରେ ଗୋଟେ ଥିଲେ ।
କିନ୍ତୁ ସେ ପ୍ରାୟ ସମୟ ମଦ୍ୟପାନ କରନ୍ତି ଯାହା କାରଣରୁ ସେ ଆଜି ମୋତେ ଛାଡି ଚାଲି ଯାଆନ୍ତି । ସେ ଡ୍ରିଂକ କରିଲେ ବି କାହାକୁ ବ୍ୟବହାର ଖରାପ କରନ୍ତିନି, ଗାଡି ଭଲ ଚଲାନ୍ତି । ହେଲେ ସେ ଡ୍ରିଙ୍କ ଛଡାଇଲେ ନାହିଁ । କେଉଁଠି କଣ ଖରାପ କାମ କରିଲେ ଲାଜ ଲାଗିବ । ଭିକ ମାଗିବାକୁ ବି ଲାଜ ଲାଗିବ । ଭଗବାନ ହାତ ଗୋଡ ଦେଇଛନ୍ତି ଖଟିବା ଖାଇବା ।
ମୁଁ ବହୁତ କମ୍ଜୋର ହୋଇ ଯାଇଥିଲି । ମୋ ମନରେ ଖରାପ ବିଚାର ବି ଆସିଥିଲା । କିନ୍ତୁ ସେ ଦିଦି ଙ୍କୁ ଦେଖିକି ମୋର ସାହସ ଆସିଥିଲା । ସ୍ଵାମୀ ଙ୍କ ଯିବା ପରେ ମୁଁ ହାରାସ ହୋଇ ଯାଇଥିଲି” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।