ନଦୀରେ ପଶି ମାଛ ଧରୁଥିଲେ ଗୋଡ଼ାଇଲା କୁମ୍ଭୀର… ଆଉ ଅଳ୍ପକେ ବର୍ତ୍ତିଗଲେ ଲୋକେ ।

ମାଛ ଧରିବାକୁ ଯାଇଥିଲେ ନଦୀ ଭିତରକୁ । ଆଉ ବାହାରି ପଡିଲା ହଠାତ କୁମ୍ଭୀର । ଆଉ ତା ପରେ ଯାହା ହେଲା ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ପାଣି ଭିତରେ ମାଛ ଧରିବାକୁ ପଶିଥିବା ଗଣ ଲୋକଙ୍କୁ ହଠାତ କୁମ୍ଭୀର ଗୋଡାଇଲା । ଆଉ ନଦୀ ଉପରକୁ ଉଠି ଆସି ଲୋକ ମାନେ ଭିଡିଓ କରିଲେ । ଏହି କୁମ୍ଭୀର ହାବୁଡ ରୁ ଅଳ୍ପକେ ବର୍ତ୍ତି ଗଲେ ଗାଁ ଲୋକ । ଆଜି ପୁଣି ଥରେ କୁମ୍ଭୀର ମୁହଁ ରୁ ନିଜକୁ ବଞ୍ଚାଇ ପାରିଛନ୍ତି ଗାଁ ଲୋକ ।

କିଏ ଜାଣିଥିଲା ଏମିତି ଗାଁ ନଦୀ କୁ ମଧ୍ୟ କୁମ୍ଭୀର ଆସି ଯାଇଥିବ । ଜାଲ ଧରି ଗଣା ଲୋକେ ସବୁ ଦିନ ଭଳି ଆଜି ବି ନଦୀ କୁ ଯାଇଥିଲେ ମାଛ ଧରିବା ପାଇଁ । ହଠାତ ସେହି ସମୟରେ ବାହାରିଥିଲା କୁମ୍ଭୀର । ଆଉ ଥରେ ଦୁଇ ଥର ଜାଲ ପକାଇ ମାଛ ଧରିବା ପରେ କୁମ୍ଭୀର ଗୋଡାଇ ଥିଲା । ଆଉ ସଙ୍ଗେ ସଙ୍ଗେ ନଦୀ ଉପରକୁ ପଳାଇ ଅସି ସ୍ଥାନୀୟ ଲୋକେ ଭିଡିଓ ଉତ୍ତୋଳନ କରିଛନ୍ତି ।

ତେବେ ଘଟଣା ହେଉଛି ଯାଜପୁର ଅଞ୍ଚଳରେ । ଯାହା ଏବେ ଦେଖିବାକୁ ମିଳିକି । ଖରସ୍ରୋତା ନଦୀ ରେ ଏଭଳି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଯାହା କି ଏବେ ଭାଇରାଲ ହେବାରେ ଲାଗିଛି । ଅଳ୍ପକେ କୁମ୍ଭୀର ମୁହଁ ରୁ ବର୍ତ୍ତୀ ଯାଇଛନ୍ତି କିଛି ଲୋକ । ନ ହେଲେ କିଛି ଘଟଣା ଆଜି ଭିନ୍ନ ମୋଡ ନେଇଥାନ୍ତା । ସେଦିନ ଯେମିତି ବିରୂପା ନଦୀ ରେ ଜଣେ ମହିଳାଙ୍କୁ ଛିନଭିନ୍ନ କଋ ଖାଇ ଯାଇଥିଲା କୁମ୍ଭୀର ।

ଆଜି ସେଭଳି କିଛି ଅଘଟଣ ଘଟିବା ପୂର୍ବରୁ ବଞ୍ଚିଗଲେ ଲୋକ । ତେବେ ଭିଡିଓ ଟି ସେହି ସମୟରେ ଯେବେ କୁମ୍ଭୀର ଟି ଲୋକଙ୍କୁ ଖାଇବାକୁ ଗୋଡାଇ ଥିଲା । ଆଉ ଲୋକ ମାନେ କୁଳ ଉପରକୁ ଦୌଡି ପଳାଇ ଆସିଥିଲେ । ଆଉ କୁମ୍ଭୀର ର ଭିଡିଓ ଉତ୍ତୋଳନ କରିଥିଲେ । ଏ ଭିଡିଓ ହୋଇ ନ ଥିଲେ ବୋଧ ହୁଏ କେହି ବିଶ୍ଵାସ କରି ନ ଥାନ୍ତେ ଯେ ଗାଁ ଭିତରେ ବୋହି ଯାଉଥିବା ନଦୀ ରେ ମଧ୍ୟ କୁମ୍ଭୀର ପଶି ଯାଇଛି ।

କେତେ ଭୟଙ୍କର ଭାବେ ଆକ୍ରାତ୍ମକ ହୋଇ ପଡିଛି କୁମ୍ଭୀର । ଏବେ ସାରା ରାଜ୍ୟ ରେ ନଦୀ ମାନଙ୍କରେ ମଣିଷ ମନାସ ଖାଇବା ଲୋଭରେ କୁମ୍ଭୀର ମାନେ ଘୁରି ବୁଲୁଛନ୍ତି । ଆଉ ଯାହାକୁ ଦେଖିବେ ନଦୀ ଭିତରକୁ ଟାଣି ନେଇ ଝୁଣି ଝୁଣି ଖାଇ ଯାଉଛି କୁମ୍ଭୀର । ତେବେ ବିରୂପା କୁହନ୍ତୁ, ବ୍ରାହ୍ମଣୀ କୁହନ୍ତି ବା ମହାନଦୀ ବ ବୈତରଣୀ ବା ଖରସ୍ରୋତା କେଉଁ ନଦୀ ରେ କୁମ୍ଭୀର ନାହିଁ ବୋଲି କହି ହେବନି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।