ଭୁବନେଶ୍ବର ରେ ବର୍ଷା ଭାଙ୍ଗିଲା 71 ବର୍ଷର ରେକର୍ଡ, ଦୃଶ୍ୟ ଦେଖି ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ । 24 ଘଣ୍ଟା ରେ 26 ସେଣ୍ଟି ମିଟର ବର୍ଷା କାରଣରୁ ବୁଡିଗଲା ଭୁବନେଶ୍ଵର । ଭାସିଗଲା ବିଭିନ୍ନ ଅଞ୍ଚଳ । ଗୋଟେ ଦିନର ବର୍ଷାରେ ବନ୍ୟା ଭଳି ସ୍ଥିତି ଦେଖା ଯାଇଛି । ସହର ର ଗଳି କନ୍ଦି ରାଜ ରାସ୍ତାରେ ପାଣିର ସୁଅ ଛୁଟୁଛି । ଘର ଓ ବାହାରେ ସମାନ ଅବସ୍ଥା ଦେଖା ଯାଇଛି । ବେଡ ରୁମ ଭିତରେ ପାଣି ପଶିଲା ଆଉ ଭାସିଗଲା ଆସବବାପତ୍ର । ଏମିତି ଅବସ୍ଥା ହେଲା ଲୋକଙ୍କୁ ଉଧାର କରାଯିବା ପାଇଁ ରାସ୍ତା ରେ ବୋଟ ଚାଲିଲା ।

ଯୁଆଡେ ଆଖି ବୁଲାଇଲେ ଖାଲି ପାଣି ଆଉ ପାଣି । ଗତ କାଲି ବର୍ଷା ରେ ଲିଙ୍ଗରାଜ ମନ୍ଦିର ର ବେଢା ମଧ୍ୟ ବୁଡିଗଲା । ଗତ କାଲି ବର୍ଷା ପରେ ରାଜଧାନୀର ଏମିତି ଦ୍ରୁଶ୍ଯ ସାମନାକୁ ଆସିଥିଲା । ଗୋଟିଏ ଦିନରେ କାଲିର ବର୍ଷା ଭୁବନେଶ୍ଵର ରେ 26 ବର୍ଷର ରେକର୍ଡ ଭାଙ୍ଗିଛି । 2 ଦଶନ୍ଧି ରେ ଏମିତି ବର୍ଷା ଦେଖି ନ ଥିଲେ ରାଜଧାନୀ ବାସୀ । ପିଲା ଛୁଆଙ୍କୁ ଧରି ଲୋକ ମାନେ ହୀନସ୍ତା ଭୋଗିଲେ ।

ରାତି ରେ ନାହିଁ ନ ଥିବା ଅସୁବିଧାର ସମୁଖିନ୍ନ ହେଲେ ଲୋକେ । ରାତି ଯାକ ଘରୁ ପାଣି ବାହାର କରିବାରେ ଲାଗିଛନ୍ତି । କେହି କେହି ସମ୍ପର୍କୀୟ ଙ୍କ ଘରେ ଆଶ୍ରୟ ନେଲେ । ଆଣି ଛାଡିବା ପରେ ଦୁର୍ଦ୍ଦଶା ଆହୁରି ବଢିଥିଲା । କାରଣ ଘର ସାରା କାଦୁଅ ହୋଇ ଯାଇଛି । ଘରେ ପଶିଥିଲା ରାସ୍ତା ଓ ଡ୍ରେନ ର ଅଳିଆ ଆବର୍ଜନା । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ଏ ଯାଏଁ ଚୁଲି ଜଳି ନାହିଁ ।

ଭୁବନେଶ୍ଵର ସହ କଟକ ରେ ଲଗାଣ ବର୍ଷା କାରଣରୁ ଜଳ ବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ବର ମେୟର କହିଛନ୍ତି ହଠାତ ବର୍ଷା କାରଣରୁ ଡ୍ରେନ ପାଣି ରାସ୍ତା କୁ ଚାଲି ଆସିଲା । 68ଟି ସଂବେଦନଶୀଳ ସ୍ଥାନରେ ବିଭିନ୍ନ କାରଣକୁ ନେଇ ଅସୁବିଧା ରହିଛି । ଆଗକୁ ଯେମିତି ଏଭଳି ସ୍ଥିତି ନ ହେବ ସେଥିପାଇଁ ଧ୍ୟାନ ଦିଆଯିବ ବୋଲି କହିଛନ୍ତି କଟକ ଓ ଭୁବନେଶ୍ବର ନିଗମ କର୍ତ୍ତୁପକ୍ଷ ।

ଗତ କାଲୀ ଭୁବନେଶ୍ବର ରେ ଗୋଟେ ଦିନରେ 269.2 ମିଳି ମିଟର ବର୍ଷା ହୋଇଥିଲା । ଯାହା 1957 ମସିହା ପର ଠାରୁ ସର୍ବାଧିକ ରେକର୍ଡ କରା ଯାଇଛି । ସେହିପରି 1952 ମସିହା ଠାରୁ ଅଗଷ୍ଟ ମାସରେ ଭୁବନେଶ୍ବର ରେ ଗୋଟେ ଦିନରେ ସର୍ବାଧିକ ବର୍ଷା ହୋଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।