ପେଟ୍ରୋଲ ଭରୁଥିଲେ ଏବେ ହୋଇ ଯାଆନ୍ତୁ ସାବଧାନ ! ନଚେତ ପଡିବେ ବଡ ଅସୁବିଧାରେ

ନମସ୍କାର ବନ୍ଧୁଗଣ । ଆପଣ ମାନେ ପେଟ୍ରୋଲ ଗାଡିରେ ଭରିବା ବେଳେ ଏବେ ହୋଇ ଯାଆନ୍ତୁ ସାବଧାନ । ନହେଲେ ଆପଣଙ୍କ ଗାଡି ବି ହୋଇପାରେ ଅକାମି । ଆପଣ ମାନେ ଗାଡିରେ ପେଟ୍ରୋଲ ଭରିବା ବେଳେ ପ୍ରାଇସ ମିଟର କୁ ନିଶ୍ଚୟ ଦେଖୁଥିବେ । କିନ୍ତୁ ଯାହା ଉପରେ ନଜର ଦେବା କଥା ଦିଅନ୍ତି ନାହିଁ । ଆପଣ ନିଜର ଟଙ୍କା ଅନୁଯାୟୀ ପେଟ୍ରୋଲ ପକାଇଥାନ୍ତି କିନ୍ତୁ ପେଟ୍ରୋଲ କ୍ଵାଲିଟି ଠିକ ଅଛି କି ନାହିଁ ତାହା ଜାଣିବା ନିହାତି ଜରୁରୀ ଅଟେ ।

ନହେଲେ ଆପଣଙ୍କ ଟଙ୍କା ବି ଯିବ ଆଉ ଧୀରେ ଧୀରେ ଗାଡି ଅକାମି ହୋଇଯିବ । ପେଟ୍ରୋଲ ଭରିବା ବେଳେ ଦେଖିବେ ପେଟ୍ରୋଲ ଡିସପେନସନ ମେସିନରେ ପେଟ୍ରୋଲ ରେଟ ସହ ଡେନସିଟି କୁ ବି ଦର୍ଶା ଯାଇଥାଏ । ଏହି ମିଟର କୁ ନ ଦେଖିଲେ ଆପଣ ଠକି ଯିବାର ସମ୍ଭାବନା ଥାଏ । ପେଟ୍ରୋଲ ଭରୁଥିବା ବ୍ୟକ୍ତି ମିଟରରେ 0 ଲେଖାଥିବା ସ୍ଥାନକୁ ଦେଖିଥାନ୍ତି କିନ୍ତୁ ଡେନସିଟି ଦେଖିବାକୁ କେବେ ବି ଦେଖନ୍ତି ନାହିଁ ।

କମ ଲୋକ ଏହା ବାବଦରେ ଜାଣନ୍ତି ନାହିଁ । ଏହି ଡେନସିଟି ମିଟର ଆପଣଙ୍କୁ ଇନ୍ଧନ ର ସୂଚନା ଦେଇଥାଏ । ଏହାର ପରିମାପକ ପେଟ୍ରୋଲିୟମ ଦ୍ଵାରା ନିର୍ଧାରଣ କରାଯାଇଥାଏ । ତେଣୁ ଆପଣ ଯଦି ଡେନସିଟି ମିଟର ଉପରେ ଧ୍ୟାନ ନ ଦେବେ ତେବେ ହୁଏ ତ ଆପଣ ଠକାମି ର ଶିକାର ହୋଇପାରନ୍ତି । କାରଣ ଆପଣଙ୍କ ଅଜାଣତରେ ଗାଡିରେ ଖରାପ କ୍ଵାଲିଟି ର ପେଟ୍ରୋଲ ବା ଡିଜେଲ ପଡୁ ଥିବାରୁ ଗାଡି ଇଞ୍ଜିନ ସିଚ ହେବାର ସମ୍ଭାବନା ରହିଛି ।

ଡେନସିଟି ରେ ଅଦଳବଦଳ କରି ପେଟ୍ରୋଲ ପମ୍ପ ମାଲିକ ଗ୍ରାହକଙ୍କୁ ଠକିବାକୁ ଚେଷ୍ଟା କରନ୍ତି । ଡେନସିଟି ର ଅର୍ଥ ପେଟ୍ରୋଲ ବା ଡିଜେଲର ଗାଢତା କୁ ନିର୍ଧାରିତ କରିବା । ଯେତେବେଳେ କୌଣସି ନିର୍ଧାରିତ ମାତ୍ରା କୁ ମିଶାଇ କୌଣସି ଇନ୍ଧନ ପ୍ରସ୍ତୁତ କରାଯାଏ ଏହାର କ୍ଵାଲିଟି ମଧ୍ୟ ନିର୍ଧାରଣ କରାଯାଏ । ଏଥିରେ ସାମାନ୍ଯ ଏପଟସେପଟ ହେଲେ ଜାଣିବେ ଆପଣ ପକାଉଥିବା ପେଟ୍ରୋଲ ବା ଡିଜେଲ ଖରାପ କ୍ଵାଲିଟି ର ।

ଯାହାକୁ ଭେଜାଲ ବୋଲି କୁହାଯାଏ । ସରକାରଙ୍କ ଦ୍ଵାରା ନିର୍ଧାରିତ ମାନକ ଅନୁଯାୟୀ ପେଟ୍ରୋଲ ର ଡେନସିଟି 730 ରୁ 800 କିଲିଗ୍ରାମ ୟୁନିକ ମିଟର ରଖାଯାଇ ଥିବା ବେଳେ ଡିଜେଲର ଡେନସିଟି ପ୍ରତି କ୍ୟୁବୀ ପାଇଁ 830 ରୁ 900 କିଲୋଗ୍ରାମ ରଖାଯାଇଛି । ଡେନସିଟି ମିଟରରେ ଏହି ନିର୍ଧାରିତ ମାନକ ଠାରୁ କମ ବେସୀ ହେଲେ ଜାଣିବେ ପେଟ୍ରୋଲରେ କିଛି ଅପମିଶ୍ରଣ ହୋଇଛି ।

ପ୍ରତି ମାସରେ ପେଟ୍ରୋଲ ଓ ଡିଜେଲର ଦର କୁ ସଂଶୋଧନ କାରଜୁତ5ହିବା ବେଳେ ପ୍ରତି ଦିନ ସକାଳୁ ପେଟ୍ରୋଲ ଓ ଡିଜେଲ ର ଡେନସିଟି ଚେକ ଅପଡେଟ କରାଯାଏ । ଏପରି ସ୍ଥଳରେ ଆପଣ ଯଦି ଠକାମି ରୁ ବଞ୍ଚିବାକୁ ଚାହାନ୍ତି ତେବେ ଏଣିକି 0 ମିଟର ଉପରେ ନୁହେଁ ବରଂ ଡେନସିଟି ମିଟର ମାନେ ନଜର ପକାନ୍ତୁ ।  ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।