ବନ୍ଧୁଗଣ ନମସ୍କାର । ଏବେ ACF ସୋମ୍ୟରଞ୍ଜନ ଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ଏତେ ବର୍ଷ ପରେ ପୁଣି ଥରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଆଉ ଏହି ମାମଲା ରେ ଗିରଫ ହେବେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ । କିନ୍ତୁ ଏବେ ବିଦ୍ୟାଭାରତୀ କାହା ଛତ୍ରଛାୟା ତଳେ ଲୁଚି ରହିଛନ୍ତି ତାହାକୁ ନେଇ ପୋଲିସ ସନ୍ଧାନ ଜାରି ରଖିଛି । କାରଣ ବିଦ୍ୟାଭାରତୀ କୁ ଖୋଜି ପାଉ ନାହିଁ ପୋଲିସ ।
ବିଦ୍ୟାଭାରତୀ ଙ୍କୁ ଖୋଜିବାକୁ ଯାଇ ଦୁଇ ଦୁଇ ଥର କପ୍ତିପଦା ଗୌଡ ଗାଁ ରୁ ପୋଲିସ ଖାଲି ହାତରେ ଫେରିଛି । ଏପରିକି ବିଦ୍ୟାଭାରତୀ କାର୍ଯ୍ୟ ରତ ବେତନଟୀ ଅଫିସ ରୁ ବି ଫେରିଥିଲେ । ତାଙ୍କ ବିରୁଦ୍ଧରେ NBW ଜାରି କରି ତାଙ୍କୁ କୋର୍ଟ ରେ ହାଜର କରାଇବା ପାଇଁ ପୋଲିସ ଏହି ଗାଁ କୁ ଯାଇଥିଲା । DFO ସଂଗ୍ରାମ ବେହେରା, ରୋଷେୟା ମନ୍ମଥ କୁମ୍ଭ ନା ରେ NBW ଜାରି ହୋଇଛି ।
ଏହି 3 ଜଣଙ୍କ ନାଁ ରେ ଏବେ NBW ଜାରି ହୋଇଛି । କିନ୍ତୁ ଗିରଫ ଭୟରେ ଏବେ ଫେରା ହୋଇ ଯାଇଛନ୍ତି ସୁନ୍ଦରୀ ବିଦ୍ୟା ଭାରତୀ । ଖୋଜି ଖୋଜି ପୋଲିସ ବିଦ୍ୟଭାରତୀ ଙ୍କୁ ପାଉ ନାହିଁ । ଏବେ ଭୟରେ ବିଦ୍ୟାଭାରତୀ । ନିଜ ଦୋଷକୁ ଆଉ କେତେ ଦିନ ବା ଲୁଚାଇ ରଖିଥାନ୍ତେ ବିଦ୍ୟାଭାରତୀ । ତାଙ୍କ ପାଇଁ ସୋମ୍ୟ ଙ୍କ ମୃତ୍ୟୁ ହୋଇ ନାହିଁ ବୋଇ କେତେ ଆଉ ସଫେଇ ଦେବେ ।
ସେଥିପାଇଁ ଏବେ ଫେରାର ଅଛନ୍ତି ବିଦ୍ୟାଭାରତୀ । ସୂଚନା ଅନୁଯାୟୀ 2021 ଜୁଲାଇ 11 ତାରିଖ ରାତିରେ ଅଚାନକ ସରକାରୀ ବାସ ଭବନରେ ନିଆଁରେ ପୋଡି ହୋଇ ଗୁରୁତର ଭାବେ ଆହତ ହୋଇଥିଲେ ACF ସୋମ୍ୟରଞ୍ଜନ ମହାପାତ୍ର । ଆଉ 2 ଦିନ ମେଡିକାଲ ରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସମସ୍ତଙ୍କର ସନ୍ଦେହ ବିଦ୍ୟାଭାରତୀ ଙ୍କ ଉପରେ ଆସିଥିଲା ।
ସେଥିପାଇଁ ସୋମ୍ୟ ଙ୍କ ବାପା ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । ଆଉ ଏବେ 2 ବର୍ଷ ଯେବେ ବିଦ୍ୟାଭାରତି ଙ୍କ ନାଁ ରେ ଜାମିନବିହୀନ ଗିରଫ ଜାରି ହେଲା ସେତେବେଳେ ଫେରାର ହୋଇଗଲେ ବିଦ୍ୟା ଭାରତୀୟ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା IIC ବିକ୍ରମ କେସରୀ ଜେନା ଙ୍କ କହିବା ଅନୁଯାୟୀ ପାରଳାଖେମ୍ଦୁଣ୍ଡି SDJM ସମୟ ପରେ ଫେରାର ହୋଇ ଯାଇଛି ବିଦ୍ୟାଭାରତୀ ।
ପୈତୃକ ଘରେ ଯାଇ ସନ୍ଧାନ କରିଥିଲେ ମଧ୍ୟ ତାଙ୍କର କିଛି ସନ୍ଧାନ ମିଳି ନାହିଁ । ତେବେ ପୋଲିସ ର ସନ୍ଦେହ ଥିବା ସ୍ଥାନରେ ଯାଇ ଖୋଜୁଛି ବିଦ୍ୟାଭାରତୀ । ଏଠାରେ ପ୍ରଶ୍ନ ଉଠିଛି ବିଦ୍ୟାଭାରତୀ ଯଦି କିଛି ଦୋଷ କରି ନାହାନ୍ତି ତେବେ ଲୁଚୁଛନ୍ତି କାହିଁକି କିମ୍ବା ଏଥିରେ କୌଣସି ବଡ ଅଧିକାରୀଙ୍କ ହାତ ନାହିଁ ତ ? ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।