ଘରେ କେଉଁ ଫୋଟୋ ରଖିଲେ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ ? ଏହା ସହ ଆହୁରି କିଛି Ajira Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରର ଉତ୍ତର ଦିଗରେ ପାଣି ମଟର କିମ୍ବା ପାଣିର କଳ ରଖିବା ଅନୁଚିତ । ଏହା ଦ୍ଵାରା ଘରର ଆର୍ଥିକ ସ୍ଥିତି ବିଗିଡି ଯାଇଥାଏ । ଘରର କାନ୍ଥ ଯଦି ଫାଟି ଯାଇଥାଏ । ତେବେ ଏହା ଘର ପାଇଁ ଜମାରୁ ମଧ୍ୟ ଶୁଭ ନୁହେଁ । ଏହା ସହ ଘର ସଦସ୍ୟଙ୍କ ମଧ୍ୟରେ ମନମାଳିନ୍ୟ ମଧ୍ୟ ଦେଖା ଯାଇଥାଏ । ଟଙ୍କା ରଖୁଥିବା ଆଲମାରୀକୁ କେବେ ମଧ୍ୟ ହାତ ଗୋଡ ନଧୋଇ ଅଶୌଚ ଅବସ୍ଥାରେ ସ୍ପର୍ଶ କରିବା ଉଚିତ ହୋଇନଥାଏ ।

ରୋଷେଇ ଘରର ଉତ୍ତର କିମ୍ବା ପୂର୍ବ କାନ୍ଥରେ ସ୍ଵସ୍ତିକ ଚିହ୍ନ ଆଂକିବା ଦ୍ଵାରା ଘର ପାଇଁ ମଙ୍ଗଳ ହୋଇଥାଏ । ଏହା ଦ୍ଵାରା ଘରେ ସକାରାତ୍ମକ ବା ପୋଜିଟିଭ ଶକ୍ତିର ସଂଚାର ଘଟିଥାଏ। ରୋଷେଇ ଘରେ ରୋଷେଇ କରୁଥିବା ମଝିରେ ଅଇଁଠା କରି କୌଣସି ଖାଦ୍ୟ ଖାଇବା ଅନୁଚିତ । ନଚେତ ଏହା ଦ୍ଵାରା ମା’ ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ଏହା ସହ ଘରେ ଦରିଦ୍ରତା ଦେଖା ଦେଇଥାଏ । ଘରର ରୋଷେଇ ଖାଦ୍ୟରୁ କିଛି ଭାଗ ଗାଈ ମାନଙ୍କ ପାଇଁ ରଖିବା ଜରୁରୀ ଅଟେ । ଏହା ଦ୍ଵାରା  ଘରର ଉନ୍ନତି ଘଟି ଥାଏ ।

ସ୍ନାନ କରିନଥିବା ସମୟରେ ରୋଷେଇ ଘରେ ପ୍ରବେଶ କରିବା ଅନୁଚିତ । ଏହା ଦ୍ଵାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଠ ହୋଇଥାନ୍ତି । ଯଦି ଅତି ଦରକାର ପଡିଥାଏ, ତେବେ ହାତ ଓ ଗୋଦା ଭଲ ଭାରେ ଧୁଆ ଧୋଇ କରି ରୋଷେଇ ଘର ମଧ୍ୟରେ ପ୍ରବେଶ କରନ୍ତୁ । ହାଲୁକା ନୀଳ ବା ସବୁଜ ରଙ୍ଗ ଡ୍ରଇଙ୍ଗ ରୁମ୍ ରେ ଦେବା ଅତ୍ୟନ୍ତ ଶୁଭ ଅଟେ । ଏହା ପରିବାର ସଦସ୍ୟଙ୍କ ସ୍ଵାସ୍ଥ ପାଇଁ ଶୁଭକାରୀ ହୋଇଥାଏ । ଘର ମଧ୍ୟକୁ ବାହାରୁ ଆସୁଥିବା ସୂର୍ଯ୍ୟକିରଣର ସଠିକ ରାସ୍ତା କରିବା ଉଚିତ ।

କାରଣ ଅଧିକ କିମ୍ବା ଅତି କମ୍ ଆଲୋକ ଘରେ ପଡିବା ଅନୁଚିତ । ଘରେ ଚାଲୁ ନଥିବା ଘଡି ରଖିବା ଅନୁଚିତ । ନଚେତ ଏହା ଦ୍ଵାରା ଖରାପ ଭାଗ୍ୟ ଆସିଥାଏ । ଘରେ ଚିରା, ଫଟା ଓ ପୁରୁଣା ରୁ ପୁରୁଣା କପଡା ରଖିବା ଅନୁଚିତ । ଏହାକୁ ଘରୁ ହଟାଇଦେବା ଦ୍ଵାରା ଘରର ସମୃଦ୍ଧି ହୋଇଥାଏ । ଘରେ ପୁରୁଣା ତାଲା ରଖନ୍ତୁ ନାହିଁ ।

ଏହା ଘର ପାଇଁ ଅଶୁଭ ହୋଇଥାଏ । ଘରେ ପୁରୁଣା ଖବର, କାଗଜ ବର୍ଷ ବର୍ଷ ଧରି ଗଦାଇ ରଖିଲେ । ଘରର ଉନ୍ନତିରେ ବାଧା ଆସିଥାଏ । ଘର ସାମ୍ନାରେ ଯଦି ବଡ ଖୁଣ୍ଟ ବା ବଡ ଗଛ ରହିଥାଏ । ତେବେ ଏହା ଘର ପାଇଁ ଅଶୁଭ ହୋଇଥାଏ । ତେଣୁ ଏହାର ପ୍ରତିକାର ପାଇଁ ତାହାକୁ ହଟାଇ ଦିଅନ୍ତୁ । ନଚେତ ଘର ସାମ୍ନାରେ ଏକ ସ୍ଵସ୍ତିକ ଚିହ୍ନ ଅଙ୍କନ କରନ୍ତୁ ।

ଯାହା ଦ୍ଵାରା ଘରକୁ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ ହୋଇପାରିବ ନାହିଁ । ଘରର ଉତ୍ତର ଦିଗରେ ମା’ ଲକ୍ଷ୍ମୀ ଓ କୁବେର ଦେବତାଙ୍କ ଫୋଟ ଲଗାଇବା ଦ୍ଵାରା ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ