ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନଙ୍କର ସବୁ ପର୍ବ ମଧ୍ୟରୁ ରଜ ପର୍ବ ମଧ୍ୟ ବିଶେଷ ରହିଥାଏ । ଏହି ରଜପର୍ବରେ ଝିଅ ମାନେ ସଜବାଜ ହୋଇ ରହିବା ସହ ଘରର କୌଣସି କାର୍ଯ୍ୟ କରିବାକୁ ମଧ୍ୟ ତାଙ୍କୁ ବାରଣ କରାଯାଇଥାଏ । ତେବେ ଝିଅ ମାନେ କେବଳ ନୂତନ ପୋଷାକ ପିନ୍ଧି ପିଠାପଣା ଆଦି ଖାଇ ରାଜ ଦୋଳିରେ ଝୁଲିଥାନ୍ତି । ହେଲେ ଅନେକ ଲୋକଙ୍କ ମନରେ ରଜପର୍ବ ସମୟରେ ଗୋଟିଏ କଥାକୁ ନେଇ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ?
ଯେ ରଜପର୍ବ ସମୟରେ ଘରେ ଠାକୁର ପୂଜା କରିବା ଉଚିତ ନା ଅନୁଚିତ । ତେବେ ଏହି ପ୍ରଶ୍ନ ର ଉତ୍ତର କହିବାକୁ ଯାଇ ଆମେ ଏଠାରେ କହି ରଖିବା ପାଇଁ ଯାଉଛୁ । ଏହା କି ଯେ ଶାସ୍ତ୍ରର ମାନ୍ୟତା ଅନୁଯାଇ ରଜପର୍ବରେ ସମସ୍ତଙ୍କ ଘରେ ଠାକୁର ପୂଜା କରିବାର ବିଧି ରହିଥାଏ । କାରଣ ଛୋଟ ଠାରୁ ଆରମ୍ଭ କରି ବଡ ବଡ ମନ୍ଦିର ମାନଙ୍କରେ ରଜପର୍ବର ସବୁଦିନ ଯଥା ବିଧି ଅନୁଯାଇ ପୂଜା କାର୍ଯ୍ୟ ଚାଲୁ ରହିଥାଏ ।
ତେବେ ବିଶେଷ କରି ସମସ୍ତ ଦେବା ମାତାଙ୍କ ମନ୍ଦିରରେ ମଧ୍ୟ ପୂଜା କାର୍ଯ୍ୟ କରାଯାଇଥାଏ । ତେଣୁ ଆପଣ ଆପଣଙ୍କ ଘରେ ରଜପର୍ବରେ ପୂଜା କରିବେ କି ନାହିଁ । ଯଦି ଏହି କଥାକୁ ନେଇ ସବୁବେଳେ ଦ୍ଵନ୍ଦରେ ରାହୁଥାନ୍ତି । ତାହାଲେ ଆପଣ ନିଶ୍ଚୟ ଶାସ୍ତ୍ରର ମାନ୍ୟତା ଅନୁଯାଇ ଘରେ ଠାକୁର ପୂଜା କରିପାରିବେ । ଠାକୁର ପୂଜା କରିବାରେ କୌଣସି ମଧ୍ୟ ଅସୁବିଧା ନାହିଁ ।
ତେବେ ବିଶେଷ କରି ଘରର ନାରୀ ମାନଙ୍କୁ ଘରର ଠାକୁର ପୂଜା କରିବାକୁ କିମ୍ବା ମନ୍ଦିର ଯିବାକୁ ବାରଣ ରହିଥାଏ । ହେଲେ ଯଦିଓ ଘରର ଝିଅ ବୋହୁ ମାନେ ପୂଜା କାର୍ଯ୍ୟ ରଜପର୍ବରେ ନକରନ୍ତୁ ବୋଲି ଆପଣ ଚାହୁଁଥାନ୍ତି । ତେବେ ଘରର ପୁରୁଷ ମଧ୍ୟ ଘରେ ରଜପର୍ବଟରେ ପୂଜା ପାଠ କରିପାରିବେ। ହେଲେ ରଜପର୍ବରେ ଘରେ ଠାକୁରଙ୍କୁ ପୂଜା ନକରି ଅପୂଜା ରଖିବା ଉଚିତ ହୋଇନଥାଏ ।
କାରଣ ରଜପର୍ବ ଭଳି ଏତେ ବଡ ଦିନରେ ଘରେ ଅନେକ ଲୋକ ଅନେକ ରକମର ପିଠାପଣା ଆଦି କରି ସେବନ କରିଥାନ୍ତି । ହେଲେ ଘର ଠାକୁରଙ୍କୁ ପୂଜା ନକରି ତାଙ୍କୁ ପ୍ରସାଦ ନଲଗାଇବା ଏହା ଶାସ୍ତ୍ର ବିରୋଦ୍ଧି କାର୍ଯ୍ୟ ଅଟେ ।
ତେବେ ରଜପର୍ବରେ ଝିଅ ମାନେ ବିଶେଷ କରି ଘରର ଅନ୍ୟ କୌଣସି କାମ ଯେପରି କାଟିବା, ବାଟିବା ଆଦି କାର୍ଯ୍ୟ ଠାରୁ ନିଜକୁ ଦୂରେଇ ରଖିବା ମଧ୍ୟ ଉଚିତ । ତେବେ ରଜପର୍ବର ସମସ୍ତ ନିୟମକୁ ଅନୁସରଣ କରି ରଜପର୍ବ ପାଳନ କରିବା ଉଚିତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ