କେଉଁଠି ହେବ ଏସିଆ କପ ? ଭାରତ-ପାକ ମ୍ଯାଚ ଦେଖିବାରୁ ବଞ୍ଚିତ ହୋଇପାରନ୍ତି ଫ୍ୟାନ । ସରିଯାଇଛି IPL ଆଉ ଚାମ୍ପିୟାନ ହେଲା ଚେନ୍ନାଇ । ଫ୍ରାଞ୍ଚେସ କ୍ରିକେଟ ପରେ ଏବେ ନିଜ ଦେଶ ପାଇଁ ମଇଦାନକୁ ଓଲହାଇବେ ଷ୍ଟାର କ୍ରିକେଟର । ଆସନ୍ତା ସପ୍ତାହରେ ବିଶ୍ଵ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ମୁକାବିଲା ପାଇଁ ମଇଦାନକୁ ଓଲହାଇବ ଟିମ ଇଣ୍ଡିଆ ।

ପରେ ପରେ ଏସିଆ କପ, ବିଶ୍ଵ କପ ପାଇଁ ମଧ୍ୟ ପ୍ରସ୍ତୁତିକୁ ଜୋରାଦର କରିବ ମେନଇନ-2 । ତେବେ ଏସିପା କପ କେଉଁଠି ଖେଳାଯିବ ତାହାକୁ ନେଇ ଏ ଯାଏଁ ସ୍ପଷ୍ଟ ସୂଚନା ମିଳି ନାହିଁ । ଏପରିକି ଗତ 27ରେ BCCI SJA ମିଟିଙ୍ଗ ରେ ମଧ୍ୟ ଏସିଆ କପ ବାବଦରେ କୌଣସି ସ୍ପଷ୍ଟ ନିସ୍ପତି ନିଆଯାଇ ନାହିଁ । ବିଶ୍ଵକପ ପୂର୍ବରୁ ଅର୍ଥାତ ଅଗଷ୍ଟ, ସେପ୍ଟେମ୍ବର ମାସରେ ହିଁ ଏସିଆ କପ ଖେଳାଯିବ । ଚଳିତ ଏସିଆ କପର ଆୟୋଜକ ପାକିସ୍ତାନ ରହିଛି ।
କିନ୍ତୁ ପାକିସ୍ତାନରେ ଖେଳିବାକୁ ଭାରତ ସ୍ପଷ୍ଟ ମନା କରିଥିବାରୁ ଏବେ ଏସିଆ କପ କେବେ ଓ କେଉଁଠି ଖେଳାଯିବ ତାହା ଏବେ ବଡ ପ୍ରଶ୍ନ ପାଲଟିଛି । ପାକିସ୍ତାନ କୌଣସି ସ୍ଥିତିରେ ନିଜ ଦେଶ ଛଡା ଅନ୍ୟ କେଉଁଠି ଏସିଆ କପ ହେଉ ତାହା ଚାହୁଁ ନାହିଁ । କିନ୍ତୁ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବାକୁ ଭାରତ ଆଦୌ ଚାହୁଁ ନାହିଁ । ଏଭଳି ସ୍ଥିତିରେ ଏସିଆ କପରେ ହାଇବ୍ରିଡ ମଡେଲ ଲାଗୁ କରିବାକୁ ପାକିସ୍ତାନ ଜୋର ଦେଉଥିଲା ।ଯାହା ଫଳରେ ଭାରତ ସବୁ ମ୍ଯାଚ ପାକିସ୍ତାନ ବାହାରେ ଖେଳିବ ।

କିନ୍ତୁ ଏବେ ହାଇବ୍ରିଡ ମଡେଲକୁ ବି ଭାରତ ନାଁ କରିଛି । କାରଣ ଏହା ଦ୍ଵାରା ଅନ୍ୟ ଟିମର ଯାତ୍ରା ଅଧିକ ସମୟ ନଷ୍ଟ ହେବ । ପ୍ରତି ଦିନେ ଦୁଇ ଦିନରେ ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିବାକୁ ଖେଳାଳୀ ଅନୁଚିତ ହେବ । ଏଭଳି ସ୍ଥିତିରେ ପାକିସ୍ତାନ ବାହାରେ ଟୁର୍ଣ୍ଣାମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ପାକିସ୍ତାନ ରେ ଯଦି ଟୁର୍ଣ୍ଣାମେଣ୍ଟ ହେଉଛି ତେବେ ଏସିଆ କପ ର ଆୟୋଜନ ପାଇଁ ଶ୍ରୀଲଙ୍କା ପ୍ରସ୍ତୁତ ଥିବା ସୂଚନା ଦେଇଛି । IPL ଫାଇନାଲ ମୁକବାଇଲା ଦେଖିବାକୁ ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଙ୍ଗାଲଦେଶ କ୍ରିକେଟର ବୋର୍ଡ ଅଧିକାରୀ ଏବେ ଗୁଜୁରାଟରେ ଅଛନ୍ତି । ତେଣୁ ଏଭଳି ସ୍ଥିତିରେ BCCI ସଦସ୍ୟଙ୍କ ସାମାନରେ ଏସିଆ କପ ନିଜ ଦେଶରେ ଆୟୋଜନ କରିବାକୁ ଶ୍ରୀଲଙ୍କା ପ୍ରସ୍ତାବ ଦେଇପାରେ । ଯଦି BCCI ଏଥିରେ ରାଜି ହୁଏ ତେବେ ପାକିସ୍ତାନ ନୁହେଁ ବରଂ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ ।
ଯଦି ଏମିତି ହୁଏ ତେବେ କ୍ରିକେଟ ପ୍ରେମୀ ଏକ ବଡ ମୁକାବିଲା ଦେଖିବାରୁ ବଞ୍ଚିତ ହୋଇପାରନ୍ତି । କାରଣ ନିଜ ଦେଶରେ ଏସିଆ କପ ନ ହୋଇ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯିବ ବୋଲି BCCI ବୋର୍ଡ ର ଅଧ୍ୟକ୍ଷ ପୂର୍ବରୁ ଧମକ ଦେଇଛନ୍ତି । ଏଭଳି ସ୍ଥିତିରେ ଭାରତ-ପାକ ହାଇ ଭୋଲେଟେଜ ମୁକାବିଲା ଦେଖିବାରୁ ବଞ୍ଚିତ ହୋଇପାରନ୍ତି କ୍ରିକେଟ ପ୍ରେମୀ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।