Cyclone Mocha Update: ଗତିପଥ ବଦଳାଇବ ବାତ୍ୟା ! ଆଜି ହେବ ବାତ୍ୟାର ଗତିପଥ ସ୍ପଷ୍ଟ, IMD ଦେଲା ବଡ ସୂଚନା

ନମସ୍କାର ବନ୍ଧୁଗଣ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମନ ସାଗର ରେ ସକ୍ରିୟ ରହିଛି ଘୂର୍ଣ୍ଣୀ ବଳୟ । ଆଜି ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହା କ୍ରମଶ ଘନୀଭୂତ ହେବ । ଆସନ୍ତା କାଲି ଅବପାତରେ ପରିଣତ ହୋଇପାରେ ଲଘୁଚାପ ବଳୟ । ଡିପ୍ରେସନ ଉତ୍ତର ଦିଗରେ କେନ୍ଦ୍ରୀୟ- ପୂର୍ବ ସାଗର ଅଭିମୁଖେ ଗତି କରିବ । ଅଧିକ ଘନୀଭୂତ ହୋଇ ଏହା ବାତ୍ୟା ରେ ପରିଣତ ହେବା ସମ୍ଭାବନା ରହିଛି । ସାମୁଦ୍ରିକ ଝଡ ର ନାଁ ରହିବ ମୋଖା । ସମ୍ଭାବ୍ୟ ବାତ୍ୟା ର ଗତିପଥ ବହୁତ ତୀବ୍ରତା ନେଇ IMD ପକ୍ଷ ରୁ କିଛି ଆକଳନ କରାଯାଇ ନାହିଁ ।

ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥର ତୀବ୍ରତା କେଉଁଠି ସ୍ଥଳ ଭାଗକୁ ଛୁଇଁବ ତାହା ଜଣା ପଡିବ ବୋଲି କୁହା ଯାଇଛି । ବାତ୍ୟା ଚିତ୍ର ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପାଖ ରୁ ସୂଚନା ଦିଆ ଯାଇଛି । ଏହାର ସଠିକ ଆକଳନ କରି ଆସିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର ।

ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଯିବ କୁଆଡେ, କଣ ରହିବ ଏହାର ଗତିପଥ ଓ କେଉଁଠି ଲ୍ୟାଣ୍ଡଫଲ କରିବ । ଏହାର ଟ୍ରାକ ଉପରେ ନଜର ରଖିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା । ଆଜି ୱିଣ୍ଡି ର 2ଟି ସଂସ୍ଥା ବାତ୍ୟା ସମ୍ପର୍କ ର ଗତିପଥର ପରିବର୍ତ୍ତନ ଦର୍ଶାଉଛନ୍ତି ।

ପୂର୍ବରୁ ମିଆଁମାର ର କୂଳରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରୁଥିଲା । ଆଜି ୱିଣ୍ଡିର ୟୂରୋପିଆନ ECMWF ଦର୍ଶାଉଛି ବାଙ୍ଗାଲଦେଶ ଉପକୂଳ ମୁହାଁ ହୋଇପାରେ ସାଇକ୍ଳୋନ । ଏତିକି ବେଳେ ଭାରତର ପୂର୍ବତଟ ନଦୀ, ଓଡିଶା ପଶ୍ଚିମବଙ୍ଗ ଉପକୂଳ ନିକଟ ଦେଇ ଅତିକ୍ରମ କରିପାରେ ।

15 ତାରିଖ ଭୋର ସମୟରେ ବାଙ୍ଗାଲଦେଶ ଉପକୂଳରେ ଲ୍ୟାଣ୍ଡଫଲ ନେଇ ଆକଳନ କରୁଛନ୍ତି ବହୁତ ୟୂରୋପିଆନ ECMWF । ସେହିପରି ୱିଣ୍ଡିର JFS ମଡେଲ ଦର୍ଶାଉଛି ବାଙ୍ଗଲାଦେଶ-ମିଆଁମାର ଉପକୂଳରୁ ହିଟ କରିପାରେ ବାତ୍ୟା । JFS ମଡେଲ 14ରେ ସ୍ଥଳ ଭାଗ ଛୁଇଁବ ନେଇ ଆକଳନ କରୁଛି ।

ସ୍କ୍ଯାଏ ମେଟର ପୂର୍ବାନୁସାରେ 12 ତାରିଖ ସନ୍ଧ୍ୟା ବା 13 ତାରିଖ ସକାଳରେ ଏହା ମିଆଁମାର ରେ ଉତ୍ତର ଭାଗରେ ଲ୍ୟାଣ୍ଡଫଲ କରିପାରେ । ଓଡିଶା ପାଇଁ ବିପଦ ନ ଥିବା କୁହା ଯାଇଛି । 15 ତାରିଖରେ ବାଙ୍ଗାଲଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବାତ୍ୟା ମୋଖା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।