ସରକାରୀ ଚାକିରି ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଯୁବା ଯୁବତୀ ପ୍ରସ୍ତୁତି କରିଥାନ୍ତି । ପରୀକ୍ଷାରେ ଆସୁଥିବା ସବୁ ପ୍ରଶ୍ନର ଉତ୍ତର ଯେମିତି ଦେଇପାରିବେ ଏହା ଚିନ୍ତା କରି ସେମାନେ ପରୀକ୍ଷା ଦେବାକୁ ଯାଆନ୍ତି । ଠିକ ସେହିପରି ଏସଏସସି ପକ୍ଷରୁ ଏକ ସରକାରୀ ପରୀକ୍ଷା ହୋଇଥିଲା । ହେଲେ ଏହି ପରୀକ୍ଷାରେ ଅଜବ ପ୍ରଶ୍ନ ସବୁ ପଡିବା ଦେଖି ପିଲାଙ୍କର ଅକଲ୍ ଗୁଡୁମ୍ ହୋଇ ଯାଇଥିଲା । ପ୍ରଶ୍ନ କଠିନ ହେଲେ ଏହାର ଉତ୍ତର ଦେବା ମଧ୍ୟ କଠିନ ହୋଇଯାଏ ।
ପ୍ରଶ୍ନଟି ଯଦି ଭୁଲ ଥାଏ ତେବେ ଭୁଲ ପ୍ରଶ୍ନ ପାଇଁ ପିଲାଙ୍କୁ ଗ୍ରେସ ମାର୍କ ମଧ୍ୟ ମିଳେ । କିନ୍ତୁ ପ୍ରଶ୍ନ ଯଦି ଅଡୁଆରେ ପକେଇ ଦେବ ତେବେ ଏଭଳି ପ୍ରଶ୍ନକୁ ଅଜବ ପ୍ରଶ୍ନ ବୋଲି ହିଁ କୁହାଯିବ । ତେବେ ଏସଏସସି ର ଏଭଳି ପ୍ରଶ୍ନପାତ୍ର ଏବେ ଗଣମାଧ୍ୟମରେ ଖୁବ ଜୋରରେ ଘୁରି ବୁଲୁଛି । ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଓଡିଆ ଅକ୍ଷରରେ ପ୍ରଶ୍ନ ଲେଖାଯାଇଛି । କିନ୍ତୁ କଣ ଲେଖା ହୋଇଛି କିଛି ବୁଝି ହେଉନି ।
ଓଡିଆ ଏବଂ ଇଂରାଜୀ ଦୁଇଟି ଭାଷାରେ ପରୀକ୍ଷା ଦେଇପାରିବେ ବୋଲି ବିକଳ୍ପ ଥିଲା । ଯେଉଁମାନେ ଇଂରାଜୀରେ ପରୀକ୍ଷା ଦେଇଛନ୍ତି ସେମାନଙ୍କ ପରୀକ୍ଷା ବେଶ ଭଲ ହୋଇଛି ବୋଲି କୁହାଯାଉଛି । ହେଲେ ଯେଉଁମାନେ ଓଡିଆ ଚୟନ କରିଥିଲେ ସେମାନଙ୍କ ପାଇଁ ବଡ ଅଡୁଆ ହୋଇଥିଲା । ପ୍ରଶ୍ନପତ୍ରରେ ଅନେକ ପ୍ରଶ୍ନ ଏଭଳି ଥିଲା ଯାହା କିଛି ବୁଝି ହେଉ ନଥିଲା ।
ଏମିତିରେ ସେମାନେ କିଭଳି ଭାବେ ପରୀକ୍ଷା ଦେଇଥିବେ ଆପଣ ଅନୁମାନ କରି ପାରୁଥିବେ । ଏହାକୁ ନେଇ ଯେତେବେଳେ କିଛି ଗଣମାଧ୍ୟମ ପ୍ରତିନିଧି ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ର ଅଧ୍ୟକ୍ଷଙ୍କ ପାଖେ ଯାଇ ପହଞ୍ଚିଥିଲେ, ସେ କିଛି ଉତ୍ତର ନଦେଇ ଗାଡି କାଚ ବନ୍ଦ କରି ପଳାଇ ଯାଇଥିଲେ । ସେମାନେ ଏସବୁ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ପାଇଁ ଉତ୍ତରଦାୟୀ ହୋଇଥିବା ବେଳେ ଉତ୍ତର ନଦେଇ ଚୁପ୍ ରହିବା ନିହାତି ଭାବେ ଦୁଃଖର ବିଷୟ । ଏମିତି ଚାଲିଲେ ସାଧାରଣ ଲୋକେ କାହାକୁ କଣ କହିବେ ?
ଏମିତି କିଛି ନା କିଛି ତ୍ରୁଟି ଅନେକ ସରକାରୀ ପରୀକ୍ଷାରେ ଦେଖିବାକୁ ମିଳୁଛି । କେବେ ସରକାରୀ ଚାକିରି ତ୍ରୁଟିଶୂନ୍ୟ ଭାବେ ହେବ ଏ ପ୍ରଶ୍ନ ଏବେ ସାରା ଓଡିଶାବାସୀଙ୍କ ମନକୁ ଆନ୍ଦୋଳିତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।