ଦର୍ଶକ ବନ୍ଧୁ ଆପଣ ମାନେ ଟାଟୁ କରୁଛନ୍ତି କି, ସୌନ୍ଦର୍ଜ୍ୟ ପରିବର୍ତ୍ତେ କରିପାରେ କ୍ଷତି । ଆଜିକାଲି ଟାଟୁ କରିବା ଲାଗି ସମସ୍ତଙ୍କର ଆଗ୍ରହ । ଏମିତି କି ସବୁ ଆଡେ ଟାଟୁ ଟ୍ରେଣ୍ଡ ବି ଚାଲିଛି । ସହର ହେଉ କି ଗାଁ ସବୁ ଆଡେ ଖୋଲା ଗଲାଣି ଟାଟୁ ଦୋକାନ । କିଏ ହାତରେ ତ ଆଉ କିଏ ବେକରେ । ଭିନ୍ନ ଭିନ୍ନ ଷ୍ଟାଇଲରେ ଭିନ୍ନ ଭିନ୍ନ କଲର ରେ ଲୋକେ କରୁଛନ୍ତି ଟାଟୁ । ହେଲେ ଏହା ଜୀବନ ପ୍ରତି ବିପଦ ଆଣୁ ଥିବା କଥା ଚର୍ଚ୍ଚା ହେବା ପରେ ଯେଉଁ ମାନେ ଟାଟୁ କରିଛନ୍ତି ସେମାନଙ୍କର ବଢିଲାଣି ଚିନ୍ତା ।
ଟାଟୁ କରିବାକୁ ହେଲେ ଛୁଞ୍ଚି ରଙ୍ଗରେ ଭିନ୍ନ ଭିନ୍ନ ଚିତ୍ର କିମ୍ବା ନାଁ ଲେଖିବାର ଟ୍ରେଣ୍ଡ ଚାଲିଛି । ହେଲେ ଆଜିର ଯୁବପିଢି ଟାଟୁ ନାଁରେ ନିଜର ପ୍ରାକୃତିକ ସୌନ୍ଦର୍ଜ୍ୟକୁ ନଷ୍ଟ କରୁଥିବା ସହିତ ପ୍ଲାଷ୍ଟିକ ସର୍ଜରୀ ଭଳି ମା-ରା-ତ୍ମ-କ ଉପାୟକୁ ଆପଣେଇ ଛନ୍ତି । ହେଲେ ସାମାନ୍ୟ ତମ ଅସାବଧନତା ହେଲେ ଜୀବନ ପ୍ରତି ବଡ ବିପଦ ସୃଷ୍ଟି ହେବା କଥା ସେମାନେ ଭୁଲି ଯାଉଛନ୍ତି ।
ଟାଟୁ କରିବା ବେଳେ ବ୍ୟବହୃତ ଛୁଞ୍ଚି ଉପରେ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି । ଏମିତି କି ଟିକେ ଅସାବଧନ ହେଲେ ଏଡ୍ସ ମଧ୍ୟ ହୋଇପାରେ । କେବଳ ଏତିକି ନୁହେଁ ବରଂ ଟାଟୁ କରି ସାରିବା ପରେ ସେହି ସ୍ଥାନରେ ପାଣି ଫୋଟକା, ଟାଟୁ ଚାରି ପାଖ କୁଣ୍ଡାଇ ହେବା, ବିରି ବିରି ହୋଇ ଲାଲ ପଡିବା ଏମିତି କି ଚର୍ମ କର୍କଟ ଭଳି ରୋଗ ବି ଦେଖା ଯାଏ ।
ଏମିତି କି ଏମଆରଆଇ କରିବା ବେଳେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କୁହନ୍ତି । ବିଶେଷଜ୍ଞ ଙ୍କ କହିବା ଅନୁସାରେ ଟାଟୁ ଶରୀରରେ କରିବା ଅନୁଚିତ । ଯଦି ବି କିଏ ଟାଟୁ କରୁଛନ୍ତି ତେବେ ଶରୀରର କୌଣସି ସଂବେଦନଶୀଳ ସ୍ଥାନରେ ସେମାନେ ଟାଟୁ କରିବା ଅନୁଚିତ । ହେଲେ ଆଜିର ଯୁବପିଢି ମାନଙ୍କର ଯେଉଁଠି ଇଛା ହେଲା ଯେମିତି ଇଛା ହେଲା ସେମିତି କରୁଛନ୍ତି ଟାଟୁ । ତେବେ ପ୍ରକୃତରେ ଟାଟୁ କରିବା ଦ୍ଵାରା କଣ କଣ ସବୁ କ୍ଷତି ହୁଏ ସେ ବିଷୟରେ ଡାକ୍ତର ମଧ୍ୟ ବିଶେଷ ସୂଚନା ଦେଇଛନ୍ତି ।
ତେବେ ବର୍ତ୍ତମାନ ଏହି ଖବରକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଦର୍ଶକ ବନ୍ଧୁ ଯଦି ଆପଣ ମାନେ ବି ଟାଟୁ କରି ନାହାନ୍ତି ତେବେ ଏବେ ଠାରୁ ହୋଇ ଯାଆନ୍ତୁ ସାବଧାନ । ନ ହେଲେ ଆପଣଙ୍କ ଜୀବନ ପ୍ରତି ବିପଦ ରହିପାରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।